ଲ୍ୟାଣ୍ଡ ଫର୍ ଜବ୍ ସ୍କାମ: ଲାଲୁ ଯାଦବଙ୍କ ସମେତ 40 ଜଣଙ୍କ ବିରୋଧରେ ଚାର୍ଜଫ୍ରେମ ନିର୍ଦ୍ଦେଶ
ଏହି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ବୀ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି ।

Published : January 9, 2026 at 12:03 PM IST
|Updated : January 9, 2026 at 12:42 PM IST
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରାସ ଯାଦବଙ୍କ ସମେତ 40 ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଫ୍ରେମ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଏହି ଦୁର୍ନୀତି ମାମଲାରେ ଲାଲୁ ଯଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବ, ଝିଅ ମୀସା ଭାରତୀ, ହେମା ଯାଦବ ଏବଂ ସେମାନଙ୍କ ସହଯୋଗୀଙ୍କୁ ସିବିଆଇ ଅଭିଯୁକ୍ତ ବୋଲି କହିଛି । କୋର୍ଟରେ ହାଜର ହେବାକୁ ସମସ୍ତଙ୍କୁ ପୂର୍ବରୁ ସମନ ଜାରି ହୋଇଥିଲା ।
ରାଉଜ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି (ପିସି ଆକ୍ଟ) ବିଶାଳ ଗୋଗନେ ଡିସେମ୍ବର 19 ତାରିଖରେ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା 120B,420, 467, 468 ଏବଂ 471 ସହିତ ଦୁର୍ନୀତି ନିବାରଣ ଆଇନ 1988ର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଅଭିଯୋଗ ହୋଇଛି ଯେ ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ଭାରତୀୟ ରେଳବାଇ ଓ୍ବେଷ୍ଟ ସେଣ୍ଟ୍ରେଲ ଜୋନର ଗ୍ରୁପ ଡି ବର୍ଗରେ ନିଯୁକ୍ତି 2004ରୁ 2009 ପର୍ଯ୍ୟନ୍ତ ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ କରାଯାଇଥିଲା । ଏହି ନିଯୁକ୍ତିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଲାଲୁ ଯାଦବ ଚାକିରି ବଦଳରେ ଆଶାୟୀମାନଙ୍କ ଠାରୁ ଜମି ଓ ପ୍ଲଟ ନେଇ ନିଜ ପରିବାର ନାମରେ କରିଥିଲା ଅଭିଯୋଗ ହୋଇଥିଲା ।
ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ଏହି ଜମିକାରବାର ମାର୍କେଟ ଭ୍ଯାଲ୍ୟୁ ଠାରୁ ବହୁତ କମ୍ ମୂଲ୍ୟରେ କରାଯାଇଥିଲା । ନଗଦ କାରବାର ଏବଂ ବେନାମୀ ସମ୍ପତ୍ତି ଜରିଆରେ । ଏଜେନ୍ସି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକ ଅପରାଧିକ ଷଡଯନ୍ତ୍ର ଏବଂ ସରକାରୀ ପଦବୀର ଅପବ୍ୟବହାର ବୋଲି କହିଛି ।
ଏହି ମାମଲାରେ ସିବିଆ 103 ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । 5 ଜଣଙ୍କ ମୃତ୍ୟୁ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ମାମଲାରେ ଲାଲୁ ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୂର୍ବରୁ ଅନୁମତି ପ୍ରଦାନ କରିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଜମି କାରବାର ସହିତ ଜଡିତ ମନି ଲଣ୍ଡରିଂ ଟ୍ରେଲର ତଦନ୍ତ କରୁଛୁ ପାଟନାରେ । ନିକଟରେ ଦିଲ୍ଲୀ ହାଇକୋର୍ଟ ତେଜସ୍ବୀ ଯାଦବଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଉପରେ ସିବିଆଇକୁ ନୋଟିସ ଜାରି କରିଛନ୍ତି । ତେଜସ୍ବୀ IRCTC ହୋଟେଲ ଦୁର୍ନୀତି ମାମଲାରେ ସେ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବା ପାଇଁ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ବାପା ପରେ ପୁଅ: ଇଡିରେ ହାଜର ହେଲେ ତେଜସ୍ୱୀ ଯାଦବ, 'ଲ୍ୟାଣ୍ଡ ଫର୍ ଜବ୍' ସ୍କାମ ମାମଲାରେ ଜେରା

