ETV Bharat / bharat

ଜେଇଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶିତ, ବିହାରର ଶୁଭମ କୁମାର ଟପ୍ପର

ଚଳିତବର୍ଷ ଜେଇଇ ଆଡଭାନ୍ସ 2026 ପରୀକ୍ଷାରେ ଟପ୍ପର ହୋଇଛନ୍ତି ବିହାର ଗୟା ଅଞ୍ଚଳର ଶୁଭମ କୁମାର । ସେ ମୋଟ 360 ମାର୍କରୁ 330 ରଖି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

Shubham Kumar, Kabir Chhillar and Arnav Gautam
ଶୁଭମ କୁମାର, କବୀର ଚିଲାର ଓ ଅର୍ଣ୍ଣବ ଗୌତମ (ETV Bharat)
author img

By ETV Bharat Odisha Team

Published : June 1, 2026 at 11:13 AM IST

2 Min Read
Choose ETV Bharat

JEE ADVANCED 2026 RESULTS , କୋଟା (ରାଜସ୍ଥାନ) : ଚଳିତ ବର୍ଷ ଜେଇଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଇଆଇଟି ରୁରକି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଗୁଆ ଫଳ ପ୍ରକାଶ କରିଛି । ରବିବାର ବିଳମ୍ବିତ ରାତିରେ (May 31-June 1) ଫଳ ପ୍ରକାଶ କରିଛି ଆଇଆଇଟି ରୁରକି (Indian Institute of Technology Roorkee) । ଏଥର ବିହାରର ଶୁଭମ କୁମାର 360 ରୁ 330 ମାର୍କ ରଖି ଟପ୍ପର ହୋଇଛନ୍ତି । ଦେଶର ସର୍ବୋଚ୍ଚ ଅନୁଷ୍ଠାନ ଆଇଆଇଟିରେ ଆଡମିଶନ ପାଇଁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିନେସନ (ଜେଇଇ ଆଡଭାନ୍ସ) ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।

ଜେଇଇ ଆଡଭାନ୍ସ ପୋର୍ଟାଲକୁ ଯାଇ ଛାତ୍ରଛାତ୍ରୀ ମାନେ https://jeeadv.ac.in କିମ୍ବା https://cdata.jeeadv.ac.in/result2026ରେ ସେମାନଙ୍କ ରୋଲ ନମ୍ବର, ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଖି ସ୍କୋର ଦେଖିପାରିବେ । ଏଥର ମଧ୍ୟ ତୃତୀୟ ଥର ପାଇଁ କୋଟା ଛାତ୍ର ଏୟାର 1 ରାଙ୍କ ପାଇଛନ୍ତି । ଏୟାର 1 ରାଙ୍କ ପାଇଥିବା ଶୁଭମଙ୍କ ବ୍ୟତୀତ ଏୟାର 2 ଓ ଏୟାର 7 ରାଙ୍କ କୋଟା ଛାତ୍ରଙ୍କୁ ମିଳିଛି । ଆଇଆଇଟି ଏଣ୍ଟ୍ରାନ୍ସ ପ୍ରସ୍ତୁତିରେ ପୁଣିଥରେ ଚମକିଛି କୋଟା ସହର ।

ପୁଣି ଚମକିଲେ କୋଟା ଛାତ୍ର:

ଗୟା ବିହାରର ଶୁଭମ କୁମାର ( ଏୟାର 1) ପୂର୍ବରୁ ଜେଇଇ ମେନ୍‌ରେ ଭଲ ପର୍ସେଣ୍ଟାଇଲ ରଖିଥିଲେ । ତାଙ୍କ ବନ୍ଧୁ ଓ ଆଉ ଜଣେ କୋଟା ଛାତ୍ର କବୀର ଚିଲାର 329 ମାର୍କ ରଖି ଦେଶରେ ଦ୍ବିତୀୟ ରାଙ୍କ ପାଇଛନ୍ତି । ଜେଇଇ ମେନ୍‌ରେ 300 ରୁ 300 ମାର୍କ ରଖି ଟପ୍ପର ହୋଇଥିଲେ କବୀର । କିନ୍ତୁ ଆଡଭାନ୍ସଡରେ ଏୟାର 1ରୁ କେବଳ ଏକ ମାର୍କ ପାଇଁ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି । କୋଟାର ଅର୍ଣ୍ଣବ ଗୌତମ 314 ମାର୍କ ରଖି ସପ୍ତମ (ଏୟାର 7) ରାଙ୍କ ପାଇଛନ୍ତି । ଜେଇଇ ମେନରେ ସେ ଏୟାର 5 ରାଙ୍କ ହାସଲ କରିଥିଲେ ।

ଶୁଭମଙ୍କ ସଫଳତା ସହ ଗତ 2000 ମସିହାରୁ ଏପର୍ଯ୍ୟନ୍ତ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ପରୀକ୍ଷାରେ 12 ଜଣ ଟପ୍ପର କୋଟାରୁ ରହିଛନ୍ତି । 26 ବର୍ଷ ମଧ୍ୟରେ 28ଟି ପରୀକ୍ଷା ଆୟୋଜନ ହୋଇଥିବାବେଳେ 12 ଥର ଟପ୍ପର ହୋଇଛନ୍ତି କୋଟା ଛାତ୍ର । କ୍ରମାଗତ ତୃତୀୟ ଥର ପାଇଁ କୋଟା ଛାତ୍ର ଏୟାର 1 ରାଙ୍କ ହାସଲ କରିଛନ୍ତି । 2024ରେ କୋଟାର ବେଦ ଲାହୋଟି ଓ 2025ରେ ରାଜୀବ ଗୁପ୍ତା ଟପ୍ପର ହୋଇଥିଲେ ।

223 କେନ୍ଦ୍ରରେ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା

ଏଥର ମୋଟ 223 କେନ୍ଦ୍ରରେ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା । ସେଥିରୁ ଭାରତରେ 221ଟି ପରୀକ୍ଷା କେନ୍ଦ୍ର ଏବଂ ଭାରତ ବାହାରେ ଦୁବାଇ ଓ କାଠମାଣ୍ଡୁରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିଦେଶରେ ପରୀକ୍ଷା ସେଣ୍ଟର ଚୟନ କରୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫି' 50 USD ବଢାଯାଇଥିଲା । ଚଳିତବର୍ଷ ପରୀକ୍ଷା ପାଇଁ ପରୀକ୍ଷାର ସିଲାବସ୍ ଓ ଯୋଗ୍ୟତା ମାନଦଣ୍ଡରେ କୌଣସି ପରିବର୍ତ୍ତନ କରାଯାଇନଥିଲା ।

ପରୀକ୍ଷା ପାଇଁ ଯୋଗ୍ୟତା ଓ ପରୀକ୍ଷାର୍ଥୀ ସଂଖ୍ୟା

ଜେଇଇ ଆଡଭାନ୍ସ ପରୀକ୍ଷାକୁ ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପରୀକ୍ଷାର୍ଥୀ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ 75% ମାର୍କ ରହିବା ଆବଶ୍ୟକ । କିମ୍ବା ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବୋର୍ଡର ଟପ୍ 20% ପିଲାଙ୍କ ମଧ୍ୟରେ ରହିଥିବା ଆବଶ୍ୟକ । ଏହା ସହିତ ଜେଇଇ ମେନ ପରୀକ୍ଷା ଫଳାଫଳର ଶୀର୍ଷ 2.5 ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଏଥର 1,87,389 ଛାତ୍ରଛାତ୍ରୀ JEE ଆଡଭାନ୍ସଡ 2026 ପାଇଁ ନାମ ପଞ୍ଜୀକୃତ କରିଥିବାବେଳେ 1,79,694 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 56,880 ଛାତ୍ରଛାତ୍ରୀ କାଉନ୍ସିଲିଂ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ 8 ବର୍ଷ ମଧ୍ୟରେ ଚଳିତ ଥର ସଫଳତା ହାର ସର୍ବାଧିକ ରହିଥିବା ଶିକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ଜେଇଇ ଆଡଭାନ୍ସ ପରୀକ୍ଷା ବିଜ୍ଞପ୍ତି, ମେ ମାସ ଏହି ତାରିଖରେ ହେବ ପରୀକ୍ଷା

ଏହା ମଧ୍ୟ ପଢନ୍ତୁ JEE MAIN RESULT: 13 ରାଙ୍କ୍ ସହ ଭବେଶ ପାତ୍ର ଓଡ଼ିଶା ଟପ୍ପର