ETV Bharat / bharat

ଜେଇଇ ଆଡଭାନ୍ସ ପରୀକ୍ଷା ବିଜ୍ଞପ୍ତି, ମେ ମାସ ଏହି ତାରିଖରେ ହେବ ପରୀକ୍ଷା

IIT ରୁର୍କି ଅଧୀନରେ ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ହେବ । ଦେଶରେ 221 ଏବଂ ବିଦେଶରେ 2ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । 2,50,000 ଛାତ୍ରାଛାତ୍ରୀ ଦେବେ ପରୀକ୍ଷା ।

The bulletin stated that based on JEE Main results, the top 2.5 lakh candidates will qualify for JEE Advanced.
JEE ମେନ୍ ଫଳାଫଳ ଆଧାରରେ, ଶ୍ରେଷ୍ଠ 2.5 ଲକ୍ଷ ପ୍ରାର୍ଥୀ JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। (Representational Image/ETV Bharat)
author img

By ETV Bharat Odisha Team

Published : January 1, 2026 at 10:11 AM IST

1 Min Read
Choose ETV Bharat

JEE Aadvanced 2026 କୋଟା(ରାଜସ୍ଥାନ): ଚଳିତବର୍ଷ ଜେଇଇ ଆଡଭାନ୍ସ(JEE Advanced) ପରୀକ୍ଷାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । IIT ରୁର୍କି ଅଧୀନରେ ଚଳିତବର୍ଷ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଅନୁଷ୍ଠାନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଏଣ୍ଟ ଏଣ୍ଟେରାନ୍ସ ଆଡଭାନ୍ସଡ ପରୀକ୍ଷା ଭାରତରେ ଏକ ସମ୍ମାନସ୍ପଦ ଏଣ୍ଟ୍ରାନ୍ସ ପରୀକ୍ଷା ଅଟେ । ସାରା ବିଶ୍ବରେ ଏହା ଏକ କଠିନ ପରୀକ୍ଷା ଭାବେ ପରିଚିତି ଲାଭ କରିଛି । ଆସନ୍ତା ମେ 17, 2026ରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେଶ ବାହାରେ 2ଟି ସ୍ଥାନରେ ପରୀକ୍ଷା:

ଏଥର ମୋଟ 223 କେନ୍ଦ୍ରରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବ । ସେଥିରୁ ଭାରତରେ 221ଟି ପରୀକ୍ଷା କେନ୍ଦ୍ର ଏବଂ ଭାରତ ବାହାରେ ଦୁବାଇ ଓ କାଠମାଣ୍ଡୁରେ ପରୀକ୍ଷା ଅନୁଷ୍ଠିତ ହେବ । ଭାରତୀୟ ତଥା ପ୍ରବାସୀ ଭାରତୀୟଙ୍କ ପାଇଁ ପରୀକ୍ଷାର ରେଜିଷ୍ଟ୍ରେସନ ଫି'ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ମାତ୍ର ବିଦେଶରେ ପରୀକ୍ଷା ସେଣ୍ଟର ଚୟନ କରୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫି' 50 USD ବଢାଯାଇଛି । ଚଳିତବର୍ଷ ପରୀକ୍ଷା ପାଇଁ ପରୀକ୍ଷାର ସିଲାବସ୍ ଓ ଯୋଗ୍ୟତା ମାନଦଣ୍ଡରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ଶିକ୍ଷା ବିଶେଷଜ୍ଞ ଦେବ ଶର୍ମା କହିଛନ୍ତି ।

ପରୀକ୍ଷା ପାଇଁ ଯୋଗ୍ୟତା ଓ ପରୀକ୍ଷାର୍ଥୀ ସଂଖ୍ୟା:

ଜେଇଇ ଆଡଭାନ୍ସ ପରୀକ୍ଷାକୁ ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପରୀକ୍ଷାର୍ଥୀ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ 75% ମାର୍କ ରହିବା ଆବଶ୍ୟକ । କିମ୍ବା ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବୋର୍ଡର ଟପ୍ 20% ପିଲାଙ୍କ ମଧ୍ୟରେ ରହିଥିବା ଆବଶ୍ୟକ । ଏହା ସହିତ ଜେଇଇ ମେନ ପରୀକ୍ଷା ଫଳାଫଳର ଶୀର୍ଷ 2.5 ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ବର୍ଗ ଅନୁଯାୟୀ ପରୀକ୍ଷାର୍ଥୀ ସଂଖ୍ୟା:

  • ଜେନାରାଲ (General): 1,01,250
  • ଓବିସି (OBC): 67,500
  • ଇଡବ୍ଲ୍ୟୁଏସ୍ (EWS): 25,000
  • ଏସ୍‌ସି (SC): 37,500
  • ଏସ୍‌ଟି (ST): 18,750

ମେରିଟ ଲିଷ୍ଟ ପାଇଁ ସର୍ବନିମ୍ନ ମାର୍କ:

ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ମେରିଟ ଲିଷ୍ଟରେ ସ୍ଥାନ ପାଇବା ପାଇଁ କେତେ ସର୍ବନିମ୍ନ ମାର୍କ ହାସଲ କରିବାକୁ ହେବ ତାହା ଦିଆଯାଇଛି । ଏନେଇ କ୍ୟାରିଅର କାଉନସେଲର ଅମିତ ଆହୁଜା ସୂଚନା ଦେଇଛନ୍ତି ।

  1. ଜେନାରାଲ (General): ପରୀକ୍ଷାରେ 35 ପ୍ରତିଶତ ମାର୍କ ସହିତ ପ୍ରତି ବିଷୟରେ 10% ମାର୍କ
  2. ଓବିସି (OBC) ଓ ଇଡବ୍ଲ୍ୟୁଏସ୍ (EWS): ପରୀକ୍ଷାରେ 31.5% ପ୍ରତିଶତ ମାର୍କ ସହିତ ପ୍ରତି ବିଷୟରେ 9% ମାର୍କ
  3. ଏସ୍‌ସି (SC) ଓ ଏସ୍‌ଟି (ST): ପରୀକ୍ଷାରେ 17.5% ପ୍ରତିଶତ ମାର୍କ ସହିତ ପ୍ରତି ବିଷୟରେ 5% ମାର୍କ
ଏହା ମଧ୍ୟ ପଢନ୍ତୁ: ଜେଇଇ ଆଡଭାନ୍ସଡ ରେଜଲ୍ଟରେ ହଂସ ଦାରୁକା ଓଡିଶା ଟପ୍ପର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ