ETV Bharat / bharat

ଭେନେଜୁଏଲାରେ ଆମେରିକା ଆକ୍ରମଣ ଗଭୀର ଚିନ୍ତାର ବିଷୟ: MEA

ଭେନେଜୁଏଲା ପରିସ୍ଥିତି ଉପରେ ଭାରତ ସମ୍ପୂର୍ଣ୍ଣ ନଜର ରଖିଛି ଓ ଭାରତ ସେଠାକାର ଲୋକଙ୍କ ସୁରକ୍ଷା ପାଇଁ ସମର୍ଥନ କରୁଛି ବୋଲି କହିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

This combination of file pictures created on January 3, 2026 shows (L) US President Donald Trump and (R) Venezuela's President Nicolás Maduro
This combination of file pictures created on January 3, 2026 shows (L) US President Donald Trump and (R) Venezuela's President Nicolás Maduro (AFP)
author img

By ETV Bharat Odisha Team

Published : January 4, 2026 at 4:45 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ଅଶୋଧିତ ତୈଳ ଭରପୂର ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ଆମେରିକା ଏୟାର ଷ୍ଟ୍ରାଇକ ଘଟଣାରେ ଗଭୀର ଚିନ୍ତା ପ୍ରକାଶ କଲା ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭେନେଜୁଏଲା ଘଟିଥିବା ଘଟଣାବଳୀ ଗମ୍ଭୀର ଚିନ୍ତାର ବିଷୟ । ଆମେରିକା ଦ୍ବାରା ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିବା ପରେ ସେଠାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଭାରତ ନଜର ରଖିଛି ।

ଭେନେଜୁଏଲା ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପ୍ରତି ପ୍ରତିବଦ୍ଧତାକୁ ବୈଦେଶିକ ମନ୍ତ୍ରଣାଳୟ ଦୋହରାଇଛି । ଏହି ସମସ୍ୟାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଆଲୋଚନା ନେଇ ଭାରତ ଆହ୍ବାନ କରିଛି । MEAଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି," ଭେନେଜୁଏଲାରେ ଘଟିଥିବା ଘଟଣା ଗଭୀର ଚିନ୍ତାର ବିଷୟ । ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ଭାରତ ସେଠାକାର ଲୋକଙ୍କ ସୁରକ୍ଷା ପାଇଁ ସମର୍ଥନ କରୁଛି । ଆମେ ସମସ୍ତ ସମ୍ପୃକ୍ତଙ୍କୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଆହ୍ବାନ କରୁଛୁ । ଯାହା ଦ୍ବାରା ଭେନେଜୁଏଲାରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିନ୍ତ ହୋଇପାରିବ । କାରକାସରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମୁଦାୟଙ୍କ ସହିତ ଯୋଗାଯୋଗରେ ଅଛି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଜାରି ରହିବ । "

ଏହି ଦକ୍ଷିଣ ଆମେରିକୀୟ ଦେଶରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୃଷ୍ଟିରେ ରଖି ଭେନେଜୁଏଲାକୁ ଯାତ୍ରା ନକରିବାକୁ ଭାରତୀୟ ମାନଙ୍କୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏଥିସହ ସେଠାର ରହୁଥିବା ଭାରତୀୟ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । କାରକାସରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗଯୋଗରେ ରହିବାକୁ କୁହାଯାଇଛି ।

ରାଷ୍ଟ୍ରପତି ମାଦୁରାଇଙ୍କୁ ଡ୍ରଗ୍ସ କାରବାରରେ ଜଡିତ ଥିବା ଅଭିଯୋଗ କରି ଶନିବାର ଆମେରିକା ଭେନେଜୁଏଲାର ରାଜଧାନୀ କାରାକାସରେ ଏୟାରଷ୍ଟ୍ରାଇକ କରିଥିଲା । ଆମେରିକାର ସେନା ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ନ୍ୟୁୟର୍କ ଉଠାଇ ନେଇଯାଇଛନ୍ତି । ଆମେରିକାର ଆକ୍ରମଣ ପରେ ଭେନେଜୁଏଲାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଭେନେଜୁଏଲା ଉପରେ USର ଏୟାର ଷ୍ଟ୍ରାଇକ୍: 'ରାଷ୍ଟ୍ରପତି ନିକୋଲାସ୍ ଓ ପତ୍ନୀଙ୍କୁ ଉଠାଇ ନେଲା ଆମେରିକା'- ଟ୍ରମ୍ପ

ଭେନେଜୁଏଲାରେ ଆମେରିକାର ଏୟାର ଷ୍ଟ୍ରାଇକ, ଭାରତ ଉପରେ କଣ ରହିବ ପ୍ରଭାବ ?