IIT ହାଇଦ୍ରାବାଦ ଇତିହାସରେ ପ୍ରଥମ, 21 ବର୍ଷୀୟ ଛାତ୍ରଙ୍କୁ 2.5 କୋଟିର ପ୍ୟାକେଜ ଅଫର
ହାଇଦ୍ରାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT)ର ବି.ଟେକ୍ ଶେଷ ବର୍ଷର ଛାତ୍ର ଏଡୱାର୍ଡ ନାଥନ୍ ଭର୍ଗେସ୍ଙ୍କୁ ବାର୍ଷିକ 2.5 କୋଟି ଟଙ୍କାର ଚାକିରି ଅଫର ।

Published : January 2, 2026 at 4:46 PM IST
IIT Hyderabad ହାଇଦ୍ରାବାଦ: 21 ବର୍ଷୀୟ IIT ଛାତ୍ରଙ୍କୁ ବାର୍ଷିକ 2.5 କୋଟି ଟଙ୍କା ପ୍ୟାକେଜର ଚାକିରି ଅଫର । ହାଇଦ୍ରାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT)ର ବି.ଟେକ୍ (B.Tech) ଶେଷ ବର୍ଷର ଛାତ୍ର ଏଡୱାର୍ଡ ନାଥନ୍ ଭର୍ଗେସ୍ଙ୍କୁ ଏଭଳି ଅଫର ମିଳିଛି । ଇ-କମର୍ସ କମ୍ପାନୀ ଗୁଡ଼ିକ ଦ୍ବାରା କରାଯାଇଥିବା କ୍ୟାମ୍ପସ୍ ପ୍ଲେସମେଣ୍ଟ ସମୟରେ ଭର୍ଗେସ୍ଙ୍କୁ ଏହି ଅଫର ମିଳିଛି । ଫଳରେ ସେ IIT ହାଇଦ୍ରାବାଦ 2008ରେ ସ୍ଥାପନ ହେବା ପରଠାରୁ ସର୍ବାଧିକ ପ୍ୟାକେଜ୍ ପାଇଥିବା ପ୍ରଥମ ଛାତ୍ର ହୋଇଛନ୍ତି ।
2.5 କୋଟି ଟଙ୍କା ପ୍ୟାକେଜ:
IIT ପରିଚାଳନା ଅନୁଯାୟୀ, ଆଇଆଇଟି ହାଇଦ୍ରାବାଦରେ ସଦ୍ୟ ହୋଇଥିବା ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ବି.ଟେକ୍ ଶେଷ ବର୍ଷ କମ୍ପ୍ୟୁଟର ସାଇନ୍ସର 21 ବର୍ଷୀୟ ଛାତ୍ର ଏଡୱାର୍ଡ ନାଥନ୍ ଭର୍ଗେସ୍, ଗ୍ଲୋବାଲ୍ ଟ୍ରେଡିଂ ଫାର୍ମ ଅପ୍ଟିଭର (global trading firm optivar) କମ୍ପାନୀରୁ ବାର୍ଷିକ 2.5 କୋଟି ଟଙ୍କା ପ୍ୟାକେଜର ଏକ ଚାକିରିର ଅଫର ପାଇଛନ୍ତି । ଏଡୱାର୍ଡଙ୍କ ସମର ଇଣ୍ଟର୍ନସିପ୍ (Summer Internship) ପରେ ତାଙ୍କୁ ପ୍ରି-ପ୍ଲେସମେଣ୍ଟ ଅଫର ଭାବରେ ଏହି ଚାକିରି ପ୍ରସ୍ତାବ ମିଳିଛି । ନେଦରଲ୍ୟାଣ୍ଡରେ ଅବସ୍ଥିତ ଏହି କମ୍ପାନୀରେ ଜୁଲାଇ ମାସରେ ସେ ଚାକିରିରେ ଯୋଗ ଦେଇପାରନ୍ତି ।
IIT ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, IIT ହାଇଦ୍ରାବାଦ ପ୍ରତିଷ୍ଠା ହେବା ପରଠାରୁ ପ୍ରଥମଥର ପାଇଁ ଜଣେ ଛାତ୍ରଙ୍କୁ ଏଭଳି ଏକ ବଡ଼ ପ୍ୟାକେଜର ଚାକିରି ଅଫର ହୋଇଛି । ମ୍ୟାନେଜମେଣ୍ଟ ଏହା ମଧ୍ୟ କହିଛି ଯେ, 2017 ମସିହାରେ ଆଇଆଇଟିର ଜଣେ ଛାତ୍ରଙ୍କୁ 1 କୋଟି ଟଙ୍କା ପ୍ୟାକେଜର ଚାକିରି ଅଫର ହୋଇଥିଲା । ଏହା ସହ ଇ-କମର୍ସ କମ୍ପାନୀ ଗୁଡ଼ିକ ପକ୍ଷରୁ ସଦ୍ୟ କ୍ୟାମ୍ପସ ପ୍ଲେସମେଣ୍ଟରେ ଭର୍ଗେସ୍ଙ୍କ ସହ ଅନ୍ୟ ଜଣେ କମ୍ପ୍ୟୁଟର ସାଇନ୍ସର ଛାତ୍ରଙ୍କୁ ବାର୍ଷିକ 1.1 କୋଟି ଟଙ୍କା ପ୍ୟାକେଜର ଚାକିରି ଅଫର ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ସାଜିବ ଆଇଏଲଏସର ‘HSP 16.3DC4' ଟିକା ଇସ୍ରୋ-ଆଇଆଇଟି ଭୁବନେଶ୍ବର ଚୁକ୍ତି ସ୍ବାକ୍ଷରିତ, ସମୁଦ୍ର କୂଳ ପରିବର୍ତ୍ତନ ଗତିଶୀଳତାର ହେବ ମୂଲ୍ୟାଙ୍କନ |
ମ୍ୟାନେଜମେଣ୍ଟ କହିଛି ଯେ, ଗ୍ଲୋବାଲ୍ ଟ୍ରେଡିଂ ଫାର୍ମ ଅପ୍ଟିଭର କମ୍ପାନୀରେ 2 ମାସର ଇଣ୍ଟର୍ନସିପ୍ ଓ ଟ୍ରେନିଂ ପରେ ଭର୍ଗେସ୍ଙ୍କୁ ଏହି ଚାକିରିର ଅଫର ମିଳିଛି । ହାଇଦ୍ରାବାଦରେ ଜନ୍ମ ଓ ବଢ଼ିଥିବା ଏଡୱାର୍ଡ ନାଥନ୍ ଭର୍ଗୀସ୍ 7ମ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ବେଙ୍ଗାଲୁଲୁରେ ପାଠ ପଢ଼ିଥିଲେ । ବି.ଟେକ ପାଇଁ ଆଇଆଇଟି ହାଇଦ୍ରାବାଦ ଆଡମିଶନ କରିଥିଲେ । ସେ ଜେଇଇ ମେନରେ 1100 ଓ ଜେଇଇ ଆଡଭାନ୍ସରେ 558 ରାଙ୍କ ହାସଲ କରିଥିଲେ । ଏହା ସହ ସେ CAT ଏଣ୍ଟ୍ରାନ୍ସରେ 99.96 ପର୍ସେଣ୍ଟାଇଲ ସ୍କୋର କରିଥିଲେ । ସେ ତାଙ୍କ ସଫଳତାର ଶ୍ରେୟ IITର ସିଲାବସ ଏବଂ କୋଡିଂ ପ୍ରତି ତାଙ୍କର ଆଗ୍ରହକୁ ଦେଇଛନ୍ତି । ତାଙ୍କ ପିତାମାତା ମଧ୍ୟ ଇଞ୍ଜିନିୟର ।

