ETV Bharat / bharat

ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା; ତାମିଲନାଡୁରୁ ଯୁବକ ଗିରଫ

ଆମେରିକାରେ ହାଇଦ୍ରାବାଦ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା । ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ । ହତ୍ୟା କରିଥିବା ସନ୍ଦେହରେ ତାମିଲନାଡୁରୁ ଯୁବକଙ୍କୁ ବାନ୍ଧିଲା ପୋଲିସ ।

Nikitha Godishala
ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା (Special Arrangement)
author img

By ETV Bharat Odisha Team

Published : January 5, 2026 at 4:34 PM IST

2 Min Read
Choose ETV Bharat

Nikitha Godishala Murder In US ହାଇଦ୍ରାବାଦ: ଭାରତୀୟ ଯୁବତୀଙ୍କୁ ଆମେରିକାରେ ହତ୍ୟା । ଡିସେମ୍ବର 31 ତାରିଖରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ । ଜାନୁଆରୀ 3 ତାରିଖରେ ଆମେରିକା କଲମ୍ବିଆ ମେରିଲ୍ୟାଣ୍ଡ ସ୍ଥିତ ଏକ ଆପାର୍ଟମେଣ୍ଟରୁ ପୋଲିସ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଯୁବତୀ ଜଣଙ୍କ ହାଇଦ୍ରାବାଦର ନିକିତା ଗୋଡ଼ିଶାଳା ବୋଲି ଜଣାପଡ଼ିଛି । ନିକିତାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅର୍ଜୁନ ଶର୍ମା ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ମାତ୍ର ନିକିତାଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅର୍ଜୁନ, ନିକିତାଙ୍କ ପୂର୍ବତନ ପ୍ରେମିକ ନୁହେଁ ବରଂ ଆମେରିକାରେ ତାଙ୍କର ପୂର୍ବତନ ଫ୍ଲାଟମେଟ୍ ଥିଲା ।

ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା:

ହାଇଦ୍ରାବାଦର 27 ବର୍ଷୀୟା ନିକିତା ଗୋଡ଼ିଶାଳା ଆମେରିକାରେ ଡେଟା ଆଣ୍ଡ୍‌ ଷ୍ଟ୍ରାଟେଜି ଆନାଲିଷ୍ଟ୍‌ ଭାବରେ କାର୍ଯ୍ୟ କରୁଥିଲେ । ଗତ ଜାନୁଆରୀ 2ରେ ଆମେରିକାର ମେରିଲ୍ୟାଣ୍ଡର ଏଲିକୋଟ ସିଟିରୁ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା । ହାୱାର୍ଡ କାଉଣ୍ଟି ପୋଲିସର ସୂଚନା ଅନୁଯାୟୀ, ନିକିତାଙ୍କୁ ଶେଷ ଥର ପାଇଁ ଡିସେମ୍ବର 31 ତାରିଖରେ ତାଙ୍କ ପୂର୍ବତନ ପ୍ରେମିକ ଅର୍ଜୁନ ଶର୍ମାଙ୍କ କଲମ୍ବିଆ ସ୍ଥିତ ମେରିଲ୍ୟାଣ୍ଡ ଆପାର୍ଟମେଣ୍ଟରେ ଦେଖିବାକୁ ମିଳିଥିଲା । ଜାନୁଆରୀ 3 ତାରିଖରେ ଅର୍ଜୁନଙ୍କ ଆପାର୍ଟମେଣ୍ଟର ତଲାସ ସମୟରେ ନିକିତାଙ୍କ ମୃତଦେହ ମିଳିଛି । ପୋଲିସ ମୃତଦେହରେ ଛୁରାମାଡ଼ରେ ହୋଇଥିବା କ୍ଷତ ଦେଖିବାକୁ ପାଇଥିଲା । ନିକିତାଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି ବୋଲି ପୋଲିସର ସନ୍ଦେହ କରିଥିଲା ।

ହତ୍ଯା ପରେ ଆମେରିକା ଛାଡି ଭାରତ ଚାଲିଆସିଥିଲା ଅଭିଯୁକ୍ତ:

ପୋଲିସ କହିଛି ଯେ, ନିକିତାଙ୍କ ଫ୍ଲାର୍ଟମେଟ୍‌ 26 ବର୍ଷୀୟ ଅର୍ଜୁନ ଶର୍ମା ଜାନୁଆରୀ 2 ତାରିଖରେ ପୋଲିସରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଅର୍ଜୁନ ରିପୋର୍ଟରେ ଦର୍ଶାଇଥିଲେ ଯେ, ସେ ଶେଷ ଥର ପାଇଁ ନିକିତାଙ୍କୁ ଡିସେମ୍ବର 31 ତାରିଖରେ ଦେଖିଥିଲେ । ପରେ ନିକିତା ନିଖୋଜ ହୋଇଯାଇଛନ୍ତି । ସେପଟେ ପୋଲିସ ଜାଣିବାକୁ ପାଇଥିଲା ଯେ, ଅର୍ଜୁନ ଶର୍ମା ପୋଲିସରେ ରିପୋର୍ଟ ଦାଖଲ କରିବା ଦିନ ହିଁ ବିମାନ ଯୋଗେ ଆମେରିକା ଛାଡି ଭାରତ ପଳାଇଯାଇଛନ୍ତି । ପରଦିନ, ପୋଲିସ ଏକ ସର୍ଚ୍ଚ ୱାରେଣ୍ଟ ଜାରି କରି ଅର୍ଜୁନଙ୍କ ଆପାର୍ଟମେଣ୍ଟ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସେଠାରୁ ନିକିତାଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରେ ଆମେରିକା ପୋଲିସ ନିକିତାଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ଅର୍ଜୁନଙ୍କ ବିରୁଦ୍ଧରେ ଆରେଷ୍ଟ୍‌ ୱାରେଣ୍ଟ ଜାରି କରିଥିଲା ।

ତାମିଲନାଡୁରୁ ଗିରଫ:

ପ୍ରାଥମିକ ତଦନ୍ତକୁ ଆଧାର କରି, ଡିଟେକ୍ଟିଭ୍‌ମାନେ ସନ୍ଦେହ କରିଥିଲେ ଯେ, ଡିସେମ୍ବର 31 ସନ୍ଧ୍ୟା 7ଟା ପରେ ନିକିତାଙ୍କୁ ହତ୍ୟା କରାଯାଇଛି । ଅର୍ଜୁନ ଶର୍ମାଙ୍କ ଗିରଫଦାରୀ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଆମେରିକୀୟ ଫେଡେରାଲ୍ ଏଜେନ୍ସି ଗୁଡ଼ିକ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ସ୍ଥାପନ କରିଥିଲେ । ଆମେରିକୀୟ ଏବଂ ଭାରତୀୟ ଏଜେନ୍ସି ମଧ୍ୟରେ ସମନ୍ୱିତ ପ୍ରୟାସ ପରେ ଇଣ୍ଟରପୋଲ୍ ପୋଲିସ ଅର୍ଜୁନ ଶର୍ମାଙ୍କୁ ତାମିଲନାଡୁରୁ ଗିରଫ କରିଛି ।

ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ, ନିକିତାଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି । ଶେଷକୃତ୍ୟ ପାଇଁ ନିକିତାଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ବର୍ତ୍ତମାନ ବ୍ୟବସ୍ଥା ଚାଲିଛି ।

ନିକିତାଙ୍କ ବାପା ଆନନ୍ଦଙ୍କ ପ୍ରତିକ୍ରିୟା:

ନିକିତା ଗୋଡିଶାଲାଙ୍କ ହତ୍ୟାକୁ ନେଇ ତାଙ୍କ ବାପା ଆନନ୍ଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ବାପା କହିଛନ୍ତି ଯେ, ମୁଖ୍ୟ ସନ୍ଦିଗ୍ଧ ଅର୍ଜୁନ ଶର୍ମା ତାଙ୍କ ଝିଅ ସମେତ ଅନେକ ଲୋକଙ୍କଠାରୁ ଧାରରେ ଟଙ୍କା ନେଇଥିଲା । ନିକିତାଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ, ଅର୍ଜୁନ ନିକିତାଙ୍କ ପୂର୍ବତନ ପ୍ରେମିକ ନଥିଲେ, ବରଂ ଆମେରିକାରେ ତାଙ୍କର ପୂର୍ବତନ ଫ୍ଲାଟମେଟ୍ ଥିଲେ।

ଆନନ୍ଦ କହିଛନ୍ତି "ଅର୍ଜୁନ ଶର୍ମା ନିକିତାଙ୍କ ପୂର୍ବତନ ଫ୍ଲାଟମେଟ୍ ଥିଲେ । ନିକିତା ସେଠାରେ ଅନ୍ୟ ଚାରି ଜଣଙ୍କ ସହିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଅର୍ଜୁନ ସେଠାରେ ସମସ୍ତଙ୍କଠାରୁ ଟଙ୍କା ଧାରରେ ନେଉଥିଲା । ମୋ ଝିଅ ଠାରୁ ମଧ୍ୟ ଟଙ୍କା ନେଇଥିଲା । ନିକିତାଙ୍କ ମୃତ୍ୟୁ ପଛରେ କିଛି ଆର୍ଥିକ କାରଣ ଥାଇପାରେ ।"

ଏହା ମଧ୍ୟ ପଢ଼ନ୍ତୁ...

ସମ୍ବଲପୁରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ପିଟିପିଟି ହତ୍ୟା, 6 ଗିରଫ

ଭଦ୍ରକରେ ଚାଞ୍ଚଲ୍ୟ: 10 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଣେ ଗିରଫ

ସରକାରୀ ସହାୟତା ପାଇଁ ଅନୁରୋଧ:

ଆନନ୍ଦ କହିଛନ୍ତି ଯେ, ସେ ଶେଷ ଥର ପାଇଁ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ନିକିତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ଆନନ୍ଦଙ୍କ ବଡ଼ ଝିଅ ନିକିତା ଗତ ଚାରି ବର୍ଷ ଧରି ଆମେରିକାରେ ରହୁଥିଲେ ଏବଂ ସେଠାରେ ଜଣେ ସଫ୍ଟୱେର୍ ପ୍ରଫେସନାଲ ଭାବରେ କାମ କରୁଥିଲେ । ଏହାସହ ସରକାରୀ ସହାୟତା ପାଇଁ ନିବେଦନ କରି, ଆନନ୍ଦ ତାଙ୍କ ଝିଅର ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଏବଂ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ