ରିଆଦ ବିମାନ ବନ୍ଦର ଆକ୍ରମଣ: ଭାରତୀୟ ପରିବାରର ଦୁଇ ପୁଅ ଆହତ, ବାପା ମୃତ
କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।


Published : October 12, 2026 at 11:48 AM IST
|Updated : October 12, 2026 at 12:39 PM IST
ହାଇଦ୍ରାବାଦ: ରିଆଦ ବିମାନ ବନ୍ଦର ଆକ୍ରମଣରେ ଆହତ ଭାରତୀୟ ନାଗରିକ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଉଛନ୍ତି ହାଇଦ୍ରାବାଦର ମହମ୍ମଦ ୟୁସୁଫ ଅଲୀ । ଆକ୍ରମଣରେ ତାଙ୍କ ପରିବାରର ତିନି ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆକ୍ରମଣର ଦିନକ ପରେ ଆଖି ବୁଜିଛନ୍ତି ୟୁସୁଫ ଅଲ୍ଲୀ ।
ଏନେଇ ଏଆଇଏମଆଇଏମ ମୁଖ୍ୟ ୱବେସୀ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି ଯେ ‘‘ଏହି ଆକ୍ରମଣରେ ୟୁସୁଫ ସାହାବ ପ୍ରାଣ ହରାଇଥିବା ତାଙ୍କ ପରିବାର ସୂଚନା ଦେଇଛନ୍ତି । ତାଙ୍କ ପରିବାର ହାଇଦ୍ରାବାଦ ମେହଦିପଟନମର ହୋଇଥିବା ଜଣାପଡିଛି । ୟୁସୁଫ ଅଲ୍ଲୀଙ୍କ ପୁଅର ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିବାବେଳେ ଆଉ ଜଣେ ପୁଅର ଗୋଡର ତିନୋଟି ଆଙ୍ଗୁଟି କଟାଯାଇଛି । ଏହି ଆକ୍ରମଣରେ ତାଙ୍କ ସ୍ତ୍ରୀ ଓ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା କିନ୍ତୁ ବର୍ତ୍ତମାନ ସେମାନେ ବିପଦମୁକ୍ତ ଅଛନ୍ତି’’।
Further Update regarding Riyadh airport attack: - Our Embassy officials have visited all hospitals where Indian nationals injured in the attack have been admitted. As mentioned earlier, 1 Indian national unfortunately passed away today, 3 are in ICU but stable, 2 more are admitted in normal wards while others have been discharged. - We thank the Saudi authorities for the medical care provided to the injured Indian nationals and assure the families that the Embassy will provide all possible support. @MEAIndia
— India in Saudi Arabia (@IndianEmbRiyadh) October 11, 2026
ରିଆଦ ଆକ୍ରମଣରେ ଭାରତୀୟ ମୃତ
ରିଆଦରେ ଥିବା ୟୁସୁଫଙ୍କ ଭାଇଙ୍କ ସହ ଯୋଗାଯୋଗରେ ଅଛନ୍ତି ଏଆଇଏମଆଇଏମ ମୁଖ୍ୟ । ରିଆଦ ସ୍ଥିତ ଭାରତୀୟ ଦୂତାବାସ ଆହତଙ୍କ ଉପଯୁକ୍ତ ଯତ୍ନ ନିଆଯାଉଥିବା ନେଇ ଆଶ୍ୱାସନା ଦେଇଛନ୍ତି।
କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦୂତାବାସ ପକ୍ଷରୁ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏକ୍ସରେ ପୋଷ୍ଟ କରି ଜୟଶଙ୍କର କହିଛନ୍ତି ଯେ "ରିଆଦ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ପାଇ ମୁଁ ଗଭୀର ଭାବେ ମର୍ମାହତ। ଶୋକସନ୍ତପ୍ତ ପରିବାରକୁ ମୋର ଆନ୍ତରିକ ସମବେଦନା। ଦୂତାବାସ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ"।
Deeply grieved at the loss of life of an Indian national in the Riyadh attack. My heartfelt condolences to the bereaved family. The Embassy will extend all possible assistance.
— Dr. S. Jaishankar (@DrSJaishankar) October 11, 2026
ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ନିଶ୍ଚିତ କରି ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସ ପୋଷ୍ଟ କରିଛି "ରିଆଦ ଆକ୍ରମଣରେ ଜଣେ ଭାରତୀୟ ନାଗରିକ ଦୁର୍ଭାଗ୍ୟବଶତଃ ପ୍ରାଣ ହରାଇଛନ୍ତି । ଆମେ ମୃତକଙ୍କ ପରିବାର ପ୍ରତି ଆନ୍ତରିକ ସମବେଦନା ଜଣାଉଛୁ। ଆମେ ପରିବାର ସହ ଯୋଗାଯୋଗରେ ଅଛୁ ଏବଂ ପାର୍ଥିବ ଶରୀରକୁ ଶୀଘ୍ର ସ୍ୱଦେଶ ଫେରାଇ ଆଣିବା ପାଇଁ ସମସ୍ତ ସହାୟତା ଯୋଗାଇଦେବୁ।"
ରିଆଦ ଆକ୍ରମଣକୁ ଭାରତର ନିନ୍ଦା
ଅନ୍ୟପକ୍ଷରେ ସାଉଦିର ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଏହି ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି । ଏହି ଆକ୍ରମଣରେ ପ୍ରାୟ ୩୦୦ ଜଣ ଆହତ ହୋଇଛନ୍ତି। ସାଧାରଣ ନାଗରିକ ଏବଂ ବେସାମରିକ ଭିତ୍ତିଭୂମି ଉପରେ ବାରମ୍ବାର ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଏହା ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ଭାରତ କହିଛି। ସାଉଦି ଆରବର ସାର୍ବଭୌମତ୍ୱ ରକ୍ଷା ପାଇଁ ସେଠାକାର ଜନସାଧାରଣ ଏବଂ ସରକାରଙ୍କ ସହ ସହଭାଗିତାରେ ଠିଆ ହୋଇଛୁ ଓ ଆଶା କରୁଛୁ ଯେ ଏହି ଅଞ୍ଚଳରେ ଯଥାଶୀଘ୍ର ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରି ଆସିବାକୁ ଭାରତ କହିଛି ।
ଉଲ୍ଲେଖଯୋଗ୍ୟ ଯେ ହୁଥି ଦ୍ୱାରା ପରିଚାଳିତ ଅଲ-ମାସିରା ଟିଭି ଶନିବାର ରିପୋର୍ଟ କରିଛି ଯେ ସାଉଦି ବାହିନୀ ୟେମେନରେ ସେମାନଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳଗୁଡ଼ିକ ଉପରେ ବ୍ୟାପକ ବିମାନ ଓ ମିସାଇଲ ଆକ୍ରମଣ କରିଛି । ଏହି ଆକ୍ରମଣରେ ରାଜଧାନୀର ସାନା ଆନ୍ତର୍ଜାତୀୟ ବିମାନବନ୍ଦର, ଗୁରୁତ୍ୱପୂର୍ଣ୍ଣ ବାବ ଅଲ୍-ମାନ୍ଦେବ୍ ପ୍ରଣାଳୀ ନିକଟବର୍ତ୍ତୀ ଅଞ୍ଚଳ ଏବଂ ବିଭିନ୍ନ ପ୍ରଦେଶକୁ ଟାର୍ଗେଟ କରାଯାଇଛି। ଗତ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସାଉଦି ମାଟିରେ ହୋଇଥିବା ଶନିବାରର ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଥିଲା । ଏହି ଆକ୍ରମଣ ୟେମେନ ଯୁଦ୍ଧକୁ ଆହୁରି ତୀବ୍ର କରିଛି । ରିଆଦ ଦୀର୍ଘ ଦିନ ଧରି ହୁଥି ବିଦ୍ରୋହୀଙ୍କ ବିରୋଧରେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସରକାରଙ୍କୁ ସାମରିକ ସହାୟତା ଯୋଗାଇ ଆସୁଛି। ଏହି ବିଶୃଙ୍ଖଳା ମଧ୍ୟରେ ରବିବାର ଦିନ ରିଆଦର ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ପୁଣି ଏକ ନୂତନ ହୁଥି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି।
ଏହା ମଧ୍ୟ ପଢନ୍ତୁ ସୁଦାନ ଇଜିପ୍ଟ ସୀମାବର୍ତ୍ତୀ ସୁନା ଖଣିରେ ଭୟଙ୍କର ଆକ୍ରମଣ, 13 ମୃତ
ଏହା ମଧ୍ୟ ପଢନ୍ତୁ ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

