ETV Bharat / bharat

ଜୁନ 21ରେ NEET-UG ପରୀକ୍ଷା, ନୂଆ ତାରିଖ ଘୋଷଣା କଲା NTA

ଜୁନ 21ରେ ହେବ ନିଟ୍‌ ୟୁଜି ପରୀକ୍ଷା । ନୂଆ ତାରିଖ ଘୋଷଣା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍‌ ପାଇଁ ବାତିଲ୍‌ ହୋଇଥିଲା ପରୀକ୍ଷା ।

All India Students' Association (AISA) members stage a protest against the National Testing Agency (NTA)
ଏନଟିଏ ବିରୋଧରେ AISA ସଦସ୍ୟଙ୍କ ଧାରଣା (PTI))
author img

By ETV Bharat Odisha Team

Published : May 15, 2026 at 9:39 AM IST

|

Updated : May 15, 2026 at 9:59 AM IST

1 Min Read
Choose ETV Bharat

NEET-UG Paper Leak ନୂଆଦିଲ୍ଲୀ: ଆସନ୍ତା ଜୁନ 21ରେ ହେବ NEET-UG ପରୀକ୍ଷା । ନୂଆ ତାରିଖ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) । ପ୍ରଶ୍ନପତ୍ର ଲିକ୍‌ ପରେ ରଦ୍ଦ ହୋଇଥିଲା NEET-UG ପରୀକ୍ଷା ।

ଏହା ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀ, ଗଣଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର, ଏନଟିଏ ମହାନିର୍ଦ୍ଦେଶକ ଅଭିଷେକ ସିଂ, ସିବିଏସଇ ଚେୟାରମ୍ୟାନ ରାହୁଲ ସିଂ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କମିଶନର, ନବୋଦୟ ବିଦ୍ୟାଳୟ ସମିତି କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ବସିଥିଲା ଉଚ୍ଚସ୍ତରୀୟ ବୈଠକ:

ମେ 3ରେ ହୋଇଥିବା ନିଟ୍‌ ୟୁଜି ପରୀକ୍ଷାକୁ ଏନଟିଏ ବାତିଲ କରିବା ପରେ ଏହି ବୈଠକ ବସିଥିଲା । ପରୀକ୍ଷା ବାତିଲ ପରେ 22 ଲକ୍ଷ ମେଡିକାଲ ଆଶାୟୀ ପରୀକ୍ଷାର୍ଥୀ ଆଶା ଆଶଙ୍କାରେ ରହିଥିଲେ । ପୂର୍ବରୁ ଏନଟିଏ ଡିଜି ଅଭିଷେକ ସିଂ କହିଥିଲେ ଯେ,ନିଟ୍‌ ୟୁଜି ପରୀକ୍ଷାକୁ ବାତିଲ କରାଯାଇଛି । ପୁନଃପରୀକ୍ଷା ତାରିଖ ଆଗାମୀ 7 ରୁ 10 ଦିନ ମଧ୍ୟରେ ଘୋଷଣା କରାଯିବ ’’।

ପ୍ରଶ୍ନପତ୍ର ଲିକ୍‌ ମାମଲାରେ 5 ଗିରଫ

ଗତ ଗୁରୁବାର ନିଟ ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସିବିଆଇ 5 ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଆହୁରି 2 ଜଣଙ୍କୁ ଅଟକ ରଖାଯାଇଛି । ଏହି ଅନିୟମିତତାରେ ଏନଟିଏର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ସିବିଆଇ । 5 ଅଭିଯୁକ୍ତଙ୍କୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ ‘‘ଟଙ୍କା ରୋଜଗାର ପାଇଁ ଏଭଳି ଗୁପ୍ତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ପ୍ରସାରଣ କରିବାରେ ସମ୍ପୃକ୍ତ ଏକ "ସଙ୍ଗଠିତ ଗ୍ୟାଙ୍ଗ"ର ଭୂମିକା ରହିଛି। ସିବିଆଇ ତଦନ୍ତ ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଅନିୟମିତତାରେ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ’’।

CBI ୫ ଜଣଙ୍କୁ ଗିରଫ କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ବୁଧବାର ସିବିଆଇ ଅଧିକାରୀମାନେ ସୂଚନା ଦେଇଛନ୍ତି। CBI ଟିମ୍ ଜୟପୁରରୁ ୩ ଜଣ, ଗୁରୁଗ୍ରାମରୁ ଜଣେ ଓ ନାଶିକରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ୫ ଅଭିଯୁକ୍ତ ହେଲେ ନାଶିକର ଶୁଭମ ଖୈରନାର, ଜୟପୁରର ମାଙ୍ଗିଲାଲ୍ ବିୱାଲ, ଜୟପୁରର ବିକାଶ ବିୱାଲ, ଜୟପୁରର ଦିନେଶ ବିୱାଲ ଓ ଗୁରୁଗ୍ରାମର ୟଶ୍ ଯାଦବ। ଏହାସହ ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ବିଭିନ୍ନ ସହରରେ ପଚରାଉଚରା ଜାରି ରହିଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ NEET-UG ପେପର ଲିକ୍ ମାମଲା: ଏବେ ଯାଏଁ ୫ ଜଣଙ୍କୁ ଗିରଫ କଲାଣି CBI, ଦେଶବ୍ୟାପୀ ଚଢ଼ାଉ ଜାରି

Last Updated : May 15, 2026 at 9:59 AM IST