ETV Bharat / bharat

NCERT ପୁସ୍ତକ ବିବାଦ ପାଇଁ ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ, କହିଲେ ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି

NCERT ପୁସ୍ତକ ବିବାଦ ପାଇଁ ଦୁଃଖ ପ୍ରକାଶ କରିଛନ୍ତି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

NCERT ପୁସ୍ତକ ବିବାଦ ପାଇଁ ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ, କହିଲେ ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି
NCERT ପୁସ୍ତକ ବିବାଦ ପାଇଁ ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ, କହିଲେ ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି (ETV Bharat)
author img

By ETV Bharat Odisha Team

Published : February 26, 2026 at 4:55 PM IST

2 Min Read
Choose ETV Bharat

ଜାମସେଦପୁର(ଝାଡ଼ଖଣ୍ଡ): ଏନସିଇଆରଟି ପାଠ୍ୟପୁସ୍ତକ ପ୍ରସଙ୍ଗରେ ନ୍ୟାୟପାଳିକା ପ୍ରତି ଆପତ୍ତିଜନକ ଉଲ୍ଲେଖ କରାଯାଇଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣାର ଗମ୍ଭୀରତାର ସହ ବିଚାର କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୁଦ୍ରିତ ସମସ୍ତ କପି ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି - ଶିକ୍ଷା ମନ୍ତ୍ରୀ

ଜାମସେଦପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମ ସମୟରେ ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି ଯେ, ନ୍ୟାୟପାଳିକା ଦେଶର ଗଣତାନ୍ତ୍ରିକ ଢାଞ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ସରକାର ସର୍ବଦା ଏହାକୁ ପୂର୍ଣ୍ଣ ସମ୍ମାନ ଦିଅନ୍ତି ।

NCERT ପୁସ୍ତକ ବିବାଦ ପାଇଁ ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ, କହିଲେ ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି (ETV Bharat)

ସେ କହିଛନ୍ତି ଯେ, ସରକାର ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ NCERT ପାଠ୍ୟପୁସ୍ତକରେ ପ୍ରକାଶିତ ସାମଗ୍ରୀକୁ ଗମ୍ଭୀରତାର ସହ ନେଇଛନ୍ତି । "ଆମେ ଏପରି ସାମଗ୍ରୀ ପାଇଁ ଦୁଃଖ ପ୍ରକାଶ କରୁଛୁ । ସରକାର ନ୍ୟାୟପାଳିକା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ, ଏବଂ ସମସ୍ତ ସାମ୍ବିଧାନିକ ପ୍ରତିଷ୍ଠାନର ମର୍ଯ୍ୟାଦା ବଜାୟ ରଖିବା ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି ।"

ପୁସ୍ତକଗୁଡ଼ିକ ଫେରାଇ ନିଆଯାଇଛି, ତଦନ୍ତ ଆରମ୍ଭ ହୋଇଛି

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, "ଏସମ୍ବନ୍ଧିତ ପାଠ୍ୟପୁସ୍ତକର ସମସ୍ତ କପି ତୁରନ୍ତ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏକ ବିସ୍ତୃତ ତଦନ୍ତ ଚାଲିଛି, ଏବଂ ଆଇନ ଅନୁଯାୟୀ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଭବିଷ୍ୟତରେ ସମୀକ୍ଷା ପ୍ରକ୍ରିୟାକୁ ଆହୁରି ସୁଦୃଢ଼ ​​କରାଯିବ

ଧର୍ମେନ୍ଦ୍ର ପ୍ରଧାନ ଆଶ୍ୱାସନା ଦେଇଛନ୍ତି ଯେ,"ଏପରି ଭୁଲର ପୁନରାବୃତ୍ତି ନ ଘଟିବା ପାଇଁ ଶିକ୍ଷାଗତ ସାମଗ୍ରୀ ପ୍ରକାଶନ ପୂର୍ବରୁ ସମୀକ୍ଷା ପ୍ରକ୍ରିୟାକୁ ଆହୁରି ସୁଦୃଢ଼ ​​କରାଯିବ ।"

ସୁପ୍ରିମକୋର୍ଟ, NCERT ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ଉପରେ ଶୁଣାଣି କରିଛନ୍ତି । ବଜାରରେ ଏହି ବହିର ବିକ୍ରୟ ଉପରେ ତୁରନ୍ତ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହିତ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ବା NCERTର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନିଙ୍କୁ ଏବଂ ସ୍କୁଲ ଶିକ୍ଷା ବିଭାଗର ସଚିବଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ବହିର ବିକ୍ରୟ ଓ ଅନ୍‌ଲାଇନ୍ ମାଧ୍ୟମରେ ଉପଲବ୍ଧତା ଉପରେ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ 3 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ପ୍ରଥମେ ଏହି ମାମଲା ପ୍ରତି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଜଷ୍ଟିସ୍ ଜୟମାଲା ବାଗଚୀ ଓ ବିପୁଲ ପଞ୍ଚୋଲୀ ସାମିଲ ଥିଲେ । ଖଣ୍ଡପୀଠ, NCERT ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ତଥ୍ୟ ପ୍ରକାଶକୁ ନେଇ ନିଜ ତରଫରୁ (suo motu) ମାମଲା ଦାଏର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- NCERT ପାଠ୍ୟ ପୁସ୍ତକ ତ୍ରୁଟି ନେଇ ସୁପ୍ରିମକୋର୍ଟଙ୍କ ରାୟ: 'ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର', ସରକାର ଏବଂ ଏନସିଇଆରଟିକୁ ନୋଟିସ

ଏହା ମଧ୍ୟ ପଢ଼ନ୍ତୁ- ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ NCERTର କ୍ଷମାପ୍ରାର୍ଥନା, ସଂଶୋଧନ ହେବ ଅଷ୍ଟମ ଶ୍ରେଣୀ ପୁସ୍ତକ, ବିତରଣ ଉପରେ କଟକଣା