ETV Bharat / bharat

ପୂର୍ବ ଭାରତରେ ଭୂକମ୍ପ ଝଟକା; ଦୋହଲିଲା କୋଲକାତା, ଦାର୍ଜିଲିଂ ଏବଂ ସିକ୍କିମ୍

କୋଲକାତା, ଦାର୍ଜିଲିଂ ଏବଂ ସିକ୍କିମରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୁକମ୍ପର କେନ୍ଦ୍ରବିନ୍ଦୁ ବାଂଲାଦେଶରେ ବୋଲି ଆଲିପୁର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

earthquake tremors Kolkata Darjeeling sikkim
ପୂର୍ବ ଭାରତରେ ଭୂକମ୍ପ ଝଟକା , ଦୋହଲିଲା କୋଲକାତା, ଦାର୍ଜିଲିଂ ଏବଂ ସିକ୍କିମ୍ (ANI)
author img

By ETV Bharat Odisha Team

Published : February 27, 2026 at 2:17 PM IST

|

Updated : February 27, 2026 at 2:50 PM IST

1 Min Read
Choose ETV Bharat

Kolkata Earthquake, କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । କୋଲକାତା ସମେତ ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି । ସେହିପରି ଦାର୍ଜିଲିଂ ଏବଂ ସିକ୍କିମରେ ମଧ୍ୟ ଭୂମିକମ୍ପ ହୋଇଛି । ଦାର୍ଜିଲିଂରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ 2.5 ରେକର୍ଡ କରାଯାଇଛି । ସିକ୍କିମରେ ଆଜି ଭୂମିକମ୍ପ ହୋଇଥିବାବେଳେ, ଏହାର ତୀବ୍ରତା 3.7 ଥିଲା ।

ଭୂକମ୍ପରେ ଥରିଲା କୋଲକାତା ନଗରୀ :

କୋଲକାତା ଏବଂ ଆଖପାଖ ଅଞ୍ଚଳରେ ଆଜି (ଶୁକ୍ରବାର) ଅପରାହ୍ନ 1:22 ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । 52 ସେକେଣ୍ଡ ମଧ୍ୟରେ ମୋଟ୍ ତିନୋଟି ଭୂମିକମ୍ପ ଅନୁଭୂତ ହୋଇଥିଲା । ଯହାର ତୀବ୍ରତା ରିକ୍ଟର ସ୍କେଲରେ 5.5 ରେକର୍ଡ କରାଯାଇଛି । ଏହାର ଠିକ୍ ଏକ ଘଣ୍ଟା ପୂର୍ବରୁ, ସିକ୍କିମର ନାମଚିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ରାସ୍ତାକୁ ବାହାରି ଆସିଥିଲେ ।

କୋଲକାତା ସହିତ ପରଗନା, ହାୱଡ଼ା ଏବଂ ହୁଗୁଳିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ନଦିଆର ବିଭିନ୍ନ ଅଞ୍ଚଳରେ ଲୋକମାନେ ରାସ୍ତାକୁ ବାହାରି ଆସିଥିଲେ । କୋଲକାତାର ଆନନ୍ଦପୁର, ସଲ୍ଟ ଲେକ୍ ଏବଂ ପାର୍କ ଷ୍ଟ୍ରିଟ୍ ସମେତ ବିଭିନ୍ନ ଅଞ୍ଚଳର ଅନେକ କାର୍ଯ୍ୟାଳୟର କର୍ମଚାରୀମାନେ ଭୟଭୀତ ହୋଇ ରାସ୍ତାକୁ ବାହାରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ, ଭୂମିକମ୍ପ ବହୁତ ସମୟ ଧରି ଅନୁଭୂତ ହୋଇଥିଲା।

ଭୂମିକମ୍ପ କେନ୍ଦ୍ରସ୍ଥଳ ବାଂଲାଦେଶ:

ଆଲିପୁର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, "ଆଜି ଅପରାହ୍ନରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଖୁଲନା ଅଞ୍ଚଳ । ଭୂଗର୍ଭରେ ୧୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇ ରାସ୍ତାକୁ ବାହାରି ଆସିଥିଲେ । "

ଭୟରେ ବାହାରକୁ ବାହାରି ଆସିଲେ ଅଫିସ କର୍ମଚାରୀ:

ଆନନ୍ଦପୁର, ସଲ୍ଟ ଲେକ୍ ଏବଂ ପାର୍କ ଷ୍ଟ୍ରିଟ୍ ସମେତ କୋଲକାତାର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ, ସେମାନେ ବହୁତ ସମୟ ଧରି ଭୂମିକମ୍ପ ଅନୁଭବ ହୋଇଥିଲା ।" ଭୂମିକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । ପ୍ରାଶାସନିକ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ପଶ୍ଚିମବଙ୍ଗ ସହିତ, ତ୍ରିପୁରା, ମିଆଁମାର ଏବଂ ଇଣ୍ଡୋନେସିଆରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...ଭୂକମ୍ପ ଝଟକାରେ ଥରିଲା ଆସାମ: ତୀବ୍ରତା ୫.୧, ଭୁଟାନ, ବାଂଲାଦେଶ ଏବଂ ଚୀନରେ ଭୂମିକମ୍ପ

ଏହା ମଧ୍ୟ ପଢନ୍ତୁ...ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆଣ୍ଡାମାନ-ଜାପାନ, ସୁନାମୀ ଆଲର୍ଟ

Last Updated : February 27, 2026 at 2:50 PM IST