ETV Bharat / bharat

ଖାଉଟିଙ୍କୁ ମହଙ୍ଗା ମାଡ଼: ବଢିଲା ଘରୋଇ LPG ସିଲିଣ୍ଡରର ଦର

ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ତିନି ମାସ ମଧ୍ୟରେ ପେଟ୍ରୋଲ ଡିଜେଲ ପରେ ଏବେ ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପାଇଛି ।

Domestic LPG cylinder price hiked by 29 rupees New rates update
ଖାଉଟିଙ୍କୁ ମହଙ୍ଗା ମାଡ଼: ବଢିଲା ଘରୋଇ LPG ସିଲିଣ୍ଡରର ଦର (ANI)
author img

By ETV Bharat Odisha Team

Published : June 7, 2026 at 8:36 AM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଦେଶରେ ବଢିଲା ଘରୋଇ ଏସ୍‌ପିଜି ସିଲିଣ୍ଡରର ମୂଲ୍ୟ । ବିଶ୍ବ ସ୍ତରରେ ଦେଖା ଯାଉଥିବା ଶକ୍ତି ସଙ୍କଟର ପ୍ରଭାବରେ ଦେଶରେ ଲଗାତାର ଇନ୍ଧନର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ 29 ଟଙ୍କା ବୃଦ୍ଧି କରାଯାଇଛି ।

ଘରୋଇ ବ୍ୟବହାର ଉପଯୋଗୀ ସିଲିଣ୍ଡରର ମୂଲ୍ୟରେ 29 ଟଙ୍କା ବୃଦ୍ଧି କରାଯାଇଛି । ନୂଆ ଦର ଆଜି (7 ଜୁନ) ଠାରୁ ଲାଗୁ ହୋଇଯାଇଛି । ରାଜଧାନୀ ଦିଲ୍ଲୀରେ ଏକ 14.2 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 913 ଟଙ୍କାରୁ ବୃଦ୍ଧି ପାଇଁ 942 ଟଙ୍କାରେ ପହଞ୍ଚିଛି ।

ସିଲିଣ୍ଡର ମୂଲ୍ୟରେ ଦ୍ବିତୀୟ ଥର ପାଇଁ ଦର ବୃଦ୍ଧି ହୋଇଛି । ଶେଷ ଥର ପାଇଁ 7 ମାର୍ଚ୍ଚରେ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଥିଲା । ଗତ ମାର୍ଚ୍ଚରେ ସିଲିଣ୍ଡର ମୂଲ୍ୟରେ 60 ଟଙ୍କା ବୃଦ୍ଧି କରାଯାଇଥିଲା । ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଓ ସଂଘର୍ଷ କାରଣରୁ ସାରା ବିଶ୍ବର ଇନ୍ଧନ ବଜାରରେ ଅସ୍ଥିରତା ବୃଦ୍ଧି ପାଉଛି । ଏହାର ପ୍ରଭାବ ବର୍ତ୍ତମାନ ଭାରତୀୟଙ୍କ ରୋଷେଇ ଘରେ ମଧ୍ୟ ଦେଖିବାକୁ ମିଳୁଛି ।

ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ, ଯୁଗ୍ମ ସଚିବ, ସୁଜାତା ଶର୍ମା ଗୁରୁବାର ଏକ ଆନ୍ତଃ-ମନ୍ତ୍ରାଳୟ ବୈଠକକୁ ସମ୍ବୋଧନ କରିଥିଲେ । ସେ କହିଥିଲେ ଯେ, ଦେଶରେ ଖାଉଟିଙ୍କ ପାଇଁ ଏଲପିଜି ପର୍ଯ୍ୟାପ୍ତ ଉପଲବ୍ଧ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଥିରେ ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ କରିବା ପ୍ରୟାସ ଅନ୍ତର୍ଭୁକ୍ତ ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ,ଘରୋଇ ଏଲପିଜି ସିଲିଣ୍ଡରର 'ଅଣ୍ଡର-ରିକଭରୀ'(Under Recovery) (ଖର୍ଚ୍ଚ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ) ସମ୍ପର୍କରେ, ଏହା ଏବେ ବି ପ୍ରାୟ ₹700 ମଧ୍ୟରେ ରହିଛି । ସୁଜାତା ଶର୍ମା ଏଲପିଜି ଚାହିଦାରେ ବର୍ତ୍ତମାନ ହ୍ରାସ ଦେଖିବାକୁ ମିଳିଛି ବୋଲି କହିଥିଲେ । ଏଥି ପାଇଁ ବାଣିଜ୍ୟିକ ଏବଂ ଶିଳ୍ପ ବ୍ୟବହାରକାରୀଙ୍କ ଦ୍ୱାରା ହ୍ରାସ ପାଇଥିବା ବ୍ୟବହାର, ଉନ୍ନତ ବୁକିଂ ପ୍ରକ୍ରିୟା ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ପ୍ରମାଣ ସଂଗ୍ରହ ଆଦି ଅନେକ କାରଣ ସହାୟକ ହୋଇଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ପୁଣି ବଢିଲା କମର୍ସିଆଲ LPG ସିଲିଣ୍ଡର ଦର, ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ

ଏହା ମଧ୍ୟ ପଢନ୍ତୁ ମିଳିଲା ଆଶ୍ୱସ୍ତି; ହର୍ମୁଜ ଷ୍ଟ୍ରିଟ ପାର ହୋଇ ଗୁଜରାଟ ବନ୍ଦରରେ ପହଞ୍ଚିଲା 20,000 ଟନ୍ ଏଲପିଜି ବୋଝେଇ ଜାହାଜ