ETV Bharat / bharat

ଜେଜେମା'ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲେନି ଦୀପକେ; ଦିଲ୍ଲୀ ପୋଲିସ ଉପରେ ବର୍ଷିଲେ ପରିବାର ଲୋକେ

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିର ଦିଲ୍ଲୀରେ ହେବାକୁ ଥିବା ଆନ୍ଦୋଳନ ପୂୂର୍ବରୁ ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କ ସମେତ ଦୀପକେଙ୍କୁ ଅଟକ ରଖିଥିଲା ପୋଲିସ, ପରେ ସେମାନଙ୍କୁ ପ୍ରିଭେନଟିଭ ଆରେଷ୍ଟ କରାଯାଇଥିଲା ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : October 11, 2026 at 6:02 PM IST

2 Min Read
Choose ETV Bharat

ହିଙ୍ଗୋଲି: କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦାପକେଙ୍କ ମାତାପିତା ରବିବାର ଏକ ଅଭିଯୋଗ ଆଣି କହିଛନ୍ତି, ଦିଲ୍ଲୀ ପୋଲିସକୁ ବାରମ୍ବାର ଗୁହାରି କରିବା ପରେ ବି ଅଭିଜିତଙ୍କୁ ଛାଡି ନ ଥିଲେ । ଯାହା ଫଳରେ ସେ ତାଙ୍କ ଜେଜେମାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରି ନ ଥିଲେ । କିଛି ସମୟ ପୂର୍ବରୁ ତାଙ୍କ ଜେଜେମାଙ୍କ ଅନ୍ତିମ ସଂସ୍କାର ଶେଷ କରାଗଲା । ତେବେ କୋର୍ଟଙ୍କ ଆଦେଶ କ୍ରମେ ଦୀପକେଙ୍କୁ ଜେଲରୁ ଛାଡି ଦିଆଯାଇଥିଲା । ଏହା ପରେ ଦୀପକେ ତାଙ୍କ ଘରକୁ ଯାଉଛନ୍ତି ବୋଲି କହିଥଲେ ।

ଦୀପକେଙ୍କ ମା' ଅନୀତା ଭଗବାନ ଦୀପକେ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, 'ଜେଜେମାଙ୍କ ଅନ୍ତିମ ସଂସ୍କରରେ ଯୋଗ ଦେବାକୁ ଅଭିଜିତଙ୍କୁ ବାରଣ କରି ସରକାର 'ଏକ ମହାନ କାମ' କରିଛି । ପରବାର ପୂର୍ବରୁ ଜେଜେମାଙ୍କ ମୃତ୍ୟୁରେ ଶୋକ ପାଳନ କରୁଥିଲା, ଏପଟେ ଅନ୍ତିମ ସଂସ୍କାରରେ ଅଭିଜିତଙ୍କ ଅନୁପସ୍ଥିତି ସେମାନଙ୍କୁ ଆହୁରି ମାନସିକ କଷ୍ଟ ଦେଇଥିଲା । ପରିବାର ଲୋକେ ଶେଷ ମୁହୂର୍ତ୍ତ ଯାଏ ଆଶା ବାନ୍ଧିଥିଲେ, ଅଭିଜିତ ଆସିବେ । କିନ୍ତୁ ଏହି ଆଶା ପୂରଣ ହୋଇ ନ ଥିଲା ।'

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିର ଦିଲ୍ଲୀରେ ହେବାକୁ ଥିବା ଆନ୍ଦୋଳନ ପୂୂର୍ବରୁ ପୋଲିସ ସିଜେପି ନେତା ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କ ସମେତ ଦୀପକେଙ୍କୁ ଅଟକ ରଖିଥିଲା । ପରେ ସେମାନଙ୍କୁ ପ୍ରିଭେନଟିଭ ଆରେଷ୍ଟ କରାଯାଇଥିଲା । ତିନି ଜଣଙ୍କୁ ରବିବାର ଦିନ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ଏକ ବର୍ଷ ପାଇଁ ଶାନ୍ତି ନଷ୍ଟ ନ କରିବା ସର୍ତ୍ତରେ ସେମାନଙ୍କୁ ମୁକ୍ତ କରାଯାଇଥିଲା ।

ଅଭିଜିତ ଦୀପେକଙ୍କ ଜେଜେମା ସବିତ୍ରା ବାଈ ଶଙ୍କରରାଓ ଦୀପକେ (85 ବର୍ଷ)ଦୀର୍ଘ ଦିନର ଅସୁସ୍ଥତା ପରେ ଶନିବାର ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ମୃତ୍ୟବରଣ କରିଥିଲେ । ରବିବାର ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅନ୍ତିମ ସଂସ୍କାର ପୂର୍ବରୁ ପରିବାରର ଜଣେ ସଦସ୍ୟ ସାମ୍ବାଦିକମାନଙ୍କୁ କହିଥିଲେ, ଜେଜେମାଙ୍କ ମୃତ୍ୟୁ ପରେ ଆମେ ଅଭିଜିତଙ୍କୁ ମୁକ୍ତ କରିବା ପାଇଁ ପୋଲିସକୁ ବାରମ୍ବାର ଅନୁରୋଧ କରିଥିଲୁ । କିନ୍ତୁ ସେମାନେ ତାଙ୍କୁ ଛାଡି ନ ଥିଲେ ।'

ଶନିବାର ଏକ୍ସରେ ଏକ ପୋଷ୍ଟରେ ଦିଲ୍ଲୀ ପୋଲିସ ଦାବି କରିଥିଲା ଯେ, ଅଭିଜିତଙ୍କୁ ତାଙ୍କ ଜେଜେମାଙ୍କ ମୃତ୍ୟୁ ଏବଂ ଅନ୍ତିମ ସଂସ୍କର ସମୟରେ ଅବଗତ କରା ଯାଇଥିଲା । ଘରକୁ ଯିବାପାଇଁ ତାଙ୍କୁ ସମସ୍ତ ସାହାଯ୍ୟ ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷେ ଦୀପକେଙ୍କ କାକା ବିଳାସ ଦୀପକେ କହିଛନ୍ତି, 'ଅଭିଜିତଙ୍କୁ ମୁକ୍ତି କରିବା ପାଇଁ ଅତି କମରେ 10 ଥର ହାତ ଯୋଡି ଅନୁରୋଧ କରିଥିଲି । ଛାଡିିଥିଲେ ସେ ଅନ୍ତିମ ସଂସ୍କାର କାମରେ ଯୋଗ ଦେଇ ପାରିଥାନ୍ତେ । ଆମେ ତାଙ୍କ ପାଇଁ ଅପେକ୍ଷା କରିଥିଲୁ । ଆଜି ଶେଷରେ ତାଙ୍କୁ ମୁକ୍ତ କରାଗଲା । କିନ୍ତୁ ବହୁତ ଡେରି ହୋଇ ଯାଇଥିଲା । ସେ ଅନ୍ତିମ ସଂସ୍କାରର ଯୋଗ ଦେଇ ପାରି ନ ଥିଲେ ।'

ଏହା ମଧ୍ୟ ପଢନ୍ତୁ ମୁକୁଳିଲେ ଅଭିଜିତ-ସୌରଭ-ଆଶୁତୋଷ, CJP କହିଲା ‘ଅସରପା କେବେ ମରେନି’..

ଏହା ମଧ୍ୟ ପଢନ୍ତୁ ନାତିକୁ ଅଟକ ରଖିଛି ଦିଲ୍ଲୀ ପୋଲିସ, ପରଲୋକରେ ଅଭିଜିତ୍ ଦୀପକେଙ୍କ ଜେଜେମାଆ