ନୂଆବର୍ଷରେ ଶିିରି଼ଡି ସାଇ ବାବାଙ୍କୁ 80 ଲକ୍ଷ ଟଙ୍କାର ହୀରା ଖଚିତ ସ୍ୱର୍ଣ୍ଣ ମୁକୁଟ ଦାନ କରେ ଭକ୍ତ
ହୀରା ଖଚିତ ସୁନ୍ଦର ସ୍ୱର୍ଣ୍ଣ ମୁକୁଟକୁ ସାଇବାବାଙ୍କ ମୁଣ୍ଡ ଲଗା ଯାଇଥିଲା । ପରେ ମୁକୁଟକୁ ସାଇବାବା ଟ୍ରଷ୍ଟର ଚିଫ ଅଫ ଏଗ୍ଜିକ୍ୟୁଟିଭ ଅଫିସରଙ୍କୁ ସମର୍ପିତ କରାଯାଇଥିଲା ।


Published : January 2, 2026 at 5:44 PM IST
|Updated : January 2, 2026 at 8:11 PM IST
ଶିରିଡି(ମହାରାଷ୍ଟ୍ର ): ନୂଆବର୍ଷ ଆସିବା ପରେ ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତ ମହାରାଷ୍ଟ୍ର ଶିରିଡିରେ ଏକାଠି ହୋଇଥିଲେ ସାଇବାବାଙ୍କ ଦର୍ଶନ ପାଇଁ । ଭକ୍ତମାନେ ବାବାଙ୍କ ସମାଧି ନିକଟରେ ଆଶୀର୍ବାଦ ନେବା ସହ ପ୍ରାର୍ଥନା କରିଥିଲେ । ଏହି ଭକ୍ତଙ୍କ ମଧ୍ୟରେ ଥିଲେ ହରିଆଣା ଫରିଦାବାଦର ସାଇ ଭକ୍ତ ପ୍ରଦୀପ ମହାନ୍ତି । ମହାନ୍ତି ଗୁରୁବାର ରାତିରେ ନିଜ ପରିବାର ସହ ଶିରିଡିରେ ପହଞ୍ଚିଥିଲେ । ବାବାଙ୍କ ଦର୍ଶନ ସହ ଦାନ ମଧ୍ୟ କରିଥିଲେ । ଏହି ଦାନ ପାଇଁ ଆଜି ସେ ଚର୍ଚ୍ଚାକୁ ଆସିଛନ୍ତି ।
ମୁକୁଟର ଓଜନ 655 ଗ୍ରାମ

ସାଇ ବାବାଙ୍କ ସମାଧି ନିକଟରେ ପ୍ରାର୍ଥନା କରିବା ପରେ ମହାନ୍ତି 80 ଲକ୍ଷ ଟଙ୍କାର ଏକ ମୂଲ୍ୟବାନ ସୁନା ଏବଂ ହୀରା ଖଚିତ ମୁକୁଟ ଚଢାଇଥିଲେ । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ଅନୁସାରେ, ଅତି ସୁନ୍ଦର ଡିଜାଇନରେ ତିଆରି ଏହି ମୁକୁଟରେ 585 ଗ୍ରମାର ବିଶୁଦ୍ଧ ସୁନା ଲାଗଛି । ଏଥି ସହିତ153 କ୍ୟାରେଟର ମୂଲ୍ୟବାନ ହୀରା ଖଚିତ ହୋଇଛି । ସବୁକୁ ମିଶାଇ ମୁକୁଟର ଓଜନ ପ୍ରାୟ 655 ଗ୍ରାମ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ହୀରା ଖଚିତ ମୁକୁଟ ପିନ୍ଧିଲେ ସାଇବାବା
ଏହି ହୀରା ଖଚିତ ସୁନ୍ଦର ସ୍ୱର୍ଣ୍ଣ ମୁକୁଟକୁ ସାଇବାବାଙ୍କ ମୁଣ୍ଡ ଲଗା ଯାଇଥିଲା । ଭକ୍ତମାନେ ଏହାର ଦିବ୍ୟ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ଔପଚାରିକ ଭାବେ ଏହି ମୁକୁଟକୁ ସାଇବାବା ଟ୍ରଷ୍ଟର ଚିଫ ଅଫ ଏଗ୍ଜିକ୍ୟୁଟିଭ ଅଫିସର ଗୋରକ୍ଷ ଗାଡିଲକରଙ୍କୁ ସମର୍ପିତ କରାଯାଇଥିଲା ।
ଟ୍ରଷ୍ଟର ପ୍ରଦୀପ ମହାନ୍ତି ଏବଂ ତାଙ୍କ ପତ୍ନୀ ପ୍ରତିମା ମହାନ୍ତିଙ୍କୁ ତାଙ୍କର ସମର୍ପଣ ଏବଂ ଭକ୍ତି ଭାବ ପାଇଁ ଏକ ସାଲ୍ ଏବଂ ସାଇବାବାଙ୍କ ମୂର୍ତ୍ତି ଦେଇ ସମ୍ମାନିତ କରିଥିଲେ । ସାଇବାବାଙ୍କ ଭକ୍ତ ନିଜ ନିଜ ସାଧ୍ୟ ମତେ ଜିନିଷ ଚଢାଇଥାନ୍ତି । ତେବେ ପ୍ରଦୀପ ମହାନ୍ତିଙ୍କର ଏହି ଉପହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହା ପୂର୍ବରୁ କିଏ ଚଢାଇଥିଲେ ସ୍ୱର୍ଣ୍ଣ ମୁକୁଟ
ଏହା ପୂର୍ବରୁ ଅନେକ ଭକ୍ତ ସାଇ ବାବାଙ୍କୁ ସ୍ୱର୍ଣ୍ଣ ମୁକୁଟ ଚଢାଇଥିଲେ । 2025ରେ ଶିରିଡି ସାଇବାବା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଅବସରରେ ଜଣେ ଅଜ୍ଞାତ ଦାତା 59 ଲକ୍ଷର ଏକ ସ୍ୱର୍ଣ୍ଣ ମୁକୁଟ ଦାନ କରିଥିଲେ । ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଭକ୍ତ ଜଣକ 54 ଗ୍ରାମ ଓଜନର ସୁନାର ଫୁଲ, 2 କିଲ ଓଜନର ଏକ ଚାନ୍ଦିହାର ମଧ୍ୟ ଦାନ କରିଥିଲେ । ଭକ୍ତଜଣକ ଏହି ଦାନ ଦେବା ସମୟରେ ନିଜର ନାଁ କିମ୍ବା ଠିକଣା ଦେଇ ନ ଥିଲେ ।
ଏହା ମଧ୍ୟ ପଢନ୍ତୁ Watch: ସାଇ ବାବାଙ୍କୁ ୨୦ ଲକ୍ଷର ସୁନା ମୁକୁଟ ଦାନ କଲେ ଭକ୍ତ - ହାଇଦ୍ରାବାଦର ସଫ୍ଟୱେୟାର ଇଞ୍ଜିନିୟରଏହା ମଧ୍ୟ ପଢନ୍ତୁ ଶିରିଡି ସାଇବାବା ମନ୍ଦିର ବନ୍ଦ, ଅନଲାଇନରେ ମିଳିଛି 1.90 କୋଟିର ଦାନ

