ETV Bharat / bharat

ଦୋଷମୁକ୍ତ ହେଲେ କେଜ୍ରିୱାଲ-ସିସୋଦିଆ, କିଛି ଘଣ୍ଟା ନବିତୁଣୁ ରାୟକୁ ଚ୍ୟାଲେଞ୍ଜ କଲା CBI

ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଓ ସିସୋଦିଆଙ୍କୁ କ୍ଲିନଚିଟ୍‌ । ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲା CBI

DELHI EXCISE SCAM CASE
ହାଇକୋର୍ଟରେ ମାମଲାକୁ ଚ୍ୟାଲେଞ୍ଜ କଲା CBI (ETV Bharat)
author img

By ETV Bharat Odisha Team

Published : February 27, 2026 at 7:44 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ପୁଣି ଅଡୁଆରେ ଫସିବେ କି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୋଷମୁକ୍ତ ରାୟ ଆସିବାର କିଛି ଘଣ୍ଟା ନବିତୁଣୁ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ସିବିଆଇ । ସିବିଆଇ ଆବେଦନରେ ଅପିଲ୍‌ କରିଛି ଟ୍ରାଏଲ କୋର୍ଟ ମାମଲାର ବିଚାର ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସଠିକ୍‌ ଭାବରେ ବିଚାର କରିନାହାନ୍ତି ।

ଆଜି ଆସିଥିଲା ରାୟ:

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଜି(ଶୁକ୍ରବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ 23 ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ । ଏଥିସହ ସେମାନଙ୍କୁ ମୁକ୍ତ କରିବାକୁ ରାଉଜ ଆଭେନ୍ୟୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ, ଚାର୍ଜସିଟରେ ଅନେକ ବିରୋଧାଭାସ ରହିଛି । ହଜାର ପୃଷ୍ଠାର ଚାର୍ଜସିଟ୍‌ରେ ତଥ୍ୟ ଓ ସାକ୍ଷୀଙ୍କ ବୟାନ ମଧ୍ୟରେ କୌଣସି ତାଳମେଳ ନାହିଁ । ଏହି ମାମଲାରେ ମନିଷ ସିସୋଦିଆ ପାଖାପାଖି 530 ଦିନ ଜେଲରେ ରହିଥିଲେ । ସେହିପରି ଅରବିନ୍ଦ କେଜ୍ରିୱାଲ 156 ଜଣ ଜେଲରେ ରହିଥିଲେ । ତେବେ 13 ସେପ୍ଟେମ୍ବର 2024ରେ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଜେଲରୁ ବାହାରି ଥିଲେ ଅରବିନ୍ଦ କେଜ୍ରିୱାଲ ।

ସିବିଆଇକୁ କୋର୍ଟଙ୍କ ଭର୍ସନା:

ତେବେ ଏହି ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାର ଶୁଣାଣି ବେଳେ କୋର୍ଟ ସିବିଆଇକୁ ଭର୍ସନା କରିଥିଲେ । ଏଥିସହ ଚାର୍ଜସିଟ୍‌ ଉପରେ ପ୍ରଶ୍ନ ଉଠାଇଥିଲେ । କୋର୍ଟ କହିଥିଲେ ଚାର୍ଜସିଟ ଓ ପ୍ରମାଣପତ୍ରରେ କୌଣସି ତାଳମେଳ ନାହିଁ । ଏହି ମାମଲାରେ ସିବିଆଇ ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କୁ ମିଶାଇ 23 ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା ।

ସୂଚନା ଥାଉକି, 21 ମାର୍ଚ୍ଚ 2024ରେ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । 10 ମେ’ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ଜୁନ 1 ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଆସିବା ପରେ ଜୁନ 2ରେ ଜେଲକୁ ଫେରିଥିଲେ କେଜ୍ରିୱାଲ । ଏହା ପରେ 26 ଜୁନ 2024ରେ ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।

ତେବେ ଏହି ମଦ ଦୁର୍ନୀତି ମାମଲାରେ 10 ମେ’ 2024ରେ ଇଡି ଚାର୍ଜସିଟ୍‌ ଦାଖଲ କରିଥିଲା । ଯେଉଁଥିରେ ବିଆରଏସ ନେତ୍ରୀ କବିତା, ଚନପ୍ରୀତ ସିଂହ, ଦାମୋଦର ଶର୍ମା, ପ୍ରିନ୍ସ କୁମାର, ଅରବିନ୍ଦ ସିଂହଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ସୂଚନା ଥାଉକି 13 ସେପ୍ଟେମ୍ବର 2024ରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା; କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ କ୍ଲିନ୍ ଚିଟ୍

ଜେଲରୁ ମୁକୁଳିଲେ କେଜ୍ରିୱାଲ, ଢୁଢୁ ବର୍ଷାରେ ଭିଜି କହିଲେ ଏମିତି... - Kejriwal Released From jail

ଦିଲ୍ଲୀ ମଦ ଦୁର୍ନୀତି ମାମଲା: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ - Kejriwal sent to Judicial Custody

କେଜ୍ରିୱାଲଙ୍କୁ ଝଟକା; ଟ୍ରାଏଲ କୋର୍ଟ ଜାମିନ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ - Delhi HC Denies Bail To Kejriwal