ଟିଭିକେକୁ ସମର୍ଥନ କରିବ କଂଗ୍ରେସ, ରାହୁଲଙ୍କୁ ଧନ୍ୟବାଦ ଦେଲେ ବିଜୟ
ରାଜ୍ୟରେ ସରକାର ଗଠନ ପାଇଁ ବିଜୟ କଂଗ୍ରେସର ସମର୍ଥନ ଲୋଡିଥିଲେ ।


Published : May 6, 2026 at 10:26 AM IST
ଚେନ୍ନାଇ: ତାମିଲନାଡୁରେ କଂଗ୍ରେସର ବଡ ନିଷ୍ପତ୍ତି । ସରକାର ଗଠନ କରିବା ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଦେବ ତାମିଲନାଡୁ କଂଗ୍ରେସ କମିଟି (ଟିଏନସିସି) । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କଂଗ୍ରେସ ପାକ୍ (ପଲିଟିକାଲ ଆଫେୟାର କମିଟି)ର ବୈଠକରେ ଟିଭିକେକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ହୋଇଛି । ତାମିଲନାଡୁ ଏଆଇସିସି ଇନଚାର୍ଜ ଗିରିଶ ଚୋଦାନକର ବୈଠକ ଡାକି ସମର୍ଥନ ଦେବା ପାଇଁ ସ୍ଥିର କରିଥିଲେ । ଏଥିରେ ବହୁ ବରିଷ୍ଠ ନେତା ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଅଭିନେତାରୁ ନେତା ପାଲଟିଥିବା ବିଜୟଙ୍କ ଦଳ ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ।
କଂଗ୍ରେସର ସହାୟତା ଲୋଡିଲା ଟିଭିକେ
ରାଜ୍ୟରେ ସରକାର ଗଠନ ପାଇଁ ବିଜୟ କଂଗ୍ରେସର ସମର୍ଥନ ଲୋଡିଥିବା ଦଳ ଦାବି କରିଛି । ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ଡିଏମକେ ସହ ମେଣ୍ଟ କରି ଚଳିତ ଥର ନିର୍ବାଚନ ଲଢିଥିବା କଂଗ୍ରେସ କହିଛି ଯେ ଦକ୍ଷିଣ ରାଜ୍ୟରେ ଜନାଦେଶ କେବଳ ଏକ ଧର୍ମନିରପେକ୍ଷ ସରକାର ଗଠନ ପାଇଁ ହୋଇଛି । ବିଜେପି କି ଏହାର ନେତୃତ୍ବାଧୀନ ଦଳଙ୍କୁ କୌଣସି ପ୍ରକାରରେ ତାମିଲନାଡୁରେ ସରକାର ଗଠନ କରିବାକୁ ଦିଆଯିବ ନାହିଁ ।
TVK President Thiru Vijay has requested the Indian National Congress for support to form a Government in Tamil Nadu. He has spoken about drawing inspiration from Perumthalaivar Kamaraj as well, in his political mission.
— K C Venugopal (@kcvenugopalmp) May 5, 2026
The INC is clear that the mandate in Tamil Nadu is for a… pic.twitter.com/OJXBA2Rb3k
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ମଙ୍ଗଳବାର ଏନେଇ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ତାମିଲନାଡୁ ପ୍ରଭାରୀ ଗିରିଶ ଚୋଦାନାକାର ପ୍ରମୁଖ ଯୋଗ ଦେଇଥିଲେ । ଦକ୍ଷିଣ ଭାରତ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ।
ସେ କହିଛନ୍ତି ‘‘ଟିଭିକେ ମୁଖ୍ୟ ଥିରୁ ବିଜୟ ତାମିଲନାଡୁରେ ସରକାର ଗଠନ ପାଇଁ କଂଗ୍ରେସର ସହାୟତା ଲୋଡିଛନ୍ତି । ସମ୍ବିଧାନକୁ ସୁରକ୍ଷା ଦେବ ପାଇଁ କଂଗ୍ରେସ ପ୍ରତିବଦ୍ଧ । ବିଜେପି କି ଏହାର ପକ୍ସି ଗୁଡିକୁ ତାମିଲନାଡୁରେ ସରକାର ଗଠନ ନ କରେଇ ଦେବାକୁ କଂଗ୍ରେସ ଦୃଢ ସଂକଳ୍ପବଦ୍ଧ । ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖିବା ସହ ଥିରୁ ବିଜୟଙ୍କ ନିବେଦନ ରକ୍ଷା କରି ଚୁଡାନ୍ତ ନିଷ୍ପତ୍ତି ନେବାକୁ ଟିଏନସିସିକୁ ନିର୍ଦ୍ଦେଶ ଦେଇଛି କଂଗ୍ରେସ’’ ।
ରାହୁଲଙ୍କୁ ଧନ୍ୟବାଦ ଦେଲେ ବିଜୟ
ସେପଟେ ଟିଭିକେ ମୁଖ୍ୟ ବିଜୟ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘‘ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେବି । ସାର୍ବଜନୀନ ସେବାରେ ଉତ୍କର୍ଷତା ଓ ରାଜ୍ୟର ସାଂସ୍କୃତିକ ନୀତିର ସଂରକ୍ଷଣ ପାଇଁ ଆମେ ପ୍ରତିବଦ୍ଧ ରହିବୁ । ରାଜନୀତିକୁ ବାଦ୍ ଦେଇ ଆମେ ଜନକଲ୍ୟାଣକୁ ପ୍ରାଥମିକତା ଦେବୁ ’’।
My sincere thanks to the Honorable Leader of the Opposition in the Lok Sabha for the call and kind wishes! We shall remain committed to excellence in public service, and preserving the cultural ethos of our state which requires collective cooperation. Beyond politics, we shall… https://t.co/dohAfUSq0e
— TVK Vijay (@TVKVijayHQ) May 5, 2026
ଏହା ମଧ୍ୟ ପଢନ୍ତୁ ବିଜୟଙ୍କୁ ସରକାର ଗଠନ ଚ୍ୟାଲେଞ୍ଜ: ରାଜ୍ୟପାଳଙ୍କୁ ଲେଖିଲେ ଚିଠି, ମାଗିଲେ ମହଲତ୍
ଏହା ମଧ୍ୟ ପଢନ୍ତୁ ହାରିବା ପରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ଷ୍ଟାଲିନ; କହିଲେ, ପ୍ରତ୍ୟେକ ଭୋଟକୁ 'ବିଶ୍ୱାସର ପ୍ରତୀକ' ଭାବେ ବିଚାର କରୁଛି

