ନୂଆବର୍ଷ ଆରମ୍ଭ ହେଉ ହେଉ ଲାଗିଲା ବଡ ଝଟକା; ଏଲପିଜି ସିଲିଣ୍ଡରରେ ବମ୍ପର ବୃଦ୍ଧି
ତେଲ କମ୍ପାନୀମାନେ 19 କେଜିର କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବମ୍ପର ବୃଦ୍ଧି କରିଛନ୍ତି । ପ୍ରତି ସିଲିଣ୍ଡର ପିଛା 111 ଟଙ୍କାର ବମ୍ପର ବୃଦ୍ଧି କରା ଯାଇଛି ।


Published : January 1, 2026 at 2:43 PM IST
ହାଇଦ୍ରାବାଦ: ନୂଆବର୍ଷ 2026 ଆରମ୍ଭ ହେଉ ହେଉ ଲାଗିଲା ଝଟକା । ତେଲ କମ୍ପାନୀ ଆଜି ଅର୍ଥାତ ଗୁରୁବାର ସକାଳୁ ସକାଳୁ ଏଲପିଜି ସିଲିଣ୍ଡର ଦାମ ଅପଡେଟ କରିଛନ୍ତି । ନୂଆ ଦାମ ଆଜି ସକାଳୁ ସକାଳୁ ଲାଗୁ ହୋଇ ଯାଇଛି।
ମିଳିଥିବା ତଥ୍ୟ ଅନୁଯାୟୀ, ତେଲ କମ୍ପାନୀମାନେ 19 କେଜିର କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବମ୍ପର ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ସମସ୍ତ ସହରରେ ଏହି ଦର ଲାଗୁ ହୋଇଛି । ତେଲ କମ୍ପାନୀମାନେ ପ୍ରତି ସିଲିଣ୍ଡର ପିଛା 111 ଟଙ୍କାର ବମ୍ପର ବୃଦ୍ଧି କରିଛନ୍ତି । ତେବେ ତୈଳ କମ୍ପାନୀ ପକ୍ଷରୁ 14 କିଗ୍ରା ବିଶିଷ୍ଟ ଘରୋଇ ଗ୍ୟାସ ସିିଲିଣ୍ଡରରେ କୌଣସି ବୃଦ୍ଧି କରାଯାଇ ନାହିଁ ।
ନୂଆ ବର୍ଷର ପ୍ରଥମ ଦିନରେ ଲାଗୁ ହେବ ନୂଆ ରେଟ
କମ୍ପାନୀଗୁଡିକର ୱେବ ସାଇଟ ତଥ୍ୟ ଅନୁସାରେ ନୂଆ ରେଟ ଜାରି କରାଯାଇ ସାରିଛି । ରାଜଧାନୀ ଦିଲ୍ଲୀରେ ଏ ପର୍ଯ୍ୟନ୍ତ 19 କେଜି ବାଲା କମର୍ସିଆଲ ସିଲିଣ଼୍ଡରର ଦାମ 1580.50 ଟଙ୍କା ଥିଲା । ନୂଆ ରେଟ ଲାଗୁ ହେବା ପରେ ଏହି ସିଲିଣ୍ଡରର ଦାମ 1691.50ରେ ପହଞ୍ଚିଛି । ମୁମ୍ବାଇରେ ଏହି ସିଲିଣ୍ଡରର ଦାମ 1531.50 ଟଙ୍କା ଥିବାବେଳେ ଏବେ ଏହାର ଦାମ 1642.50 ଟଙ୍କା ହୋଇଛି । କୋଲକାତାରେ ଏହି ସିଲିଣ୍ଡରର ଦାମ 1795 ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଏଠାରେ ଏହି ସିଲିଣ୍ଡରର ଦାମ 1684 ଟଙ୍କା ଥିଲା । ସେହିପରି ଚେନ୍ମାଇରେ ଏହାର ଦାମ 1739.50 ଟଙ୍କାରୁ ବୃଦ୍ଧି ପାଇ 1849.50ରେ ପହଞ୍ଚିଛି ।
ଗତ ଡିସେମ୍ବରରେ କମିଥିଲା ଦାମ
ତୈଳ କମ୍ପାନୀ ଗତ ମାସରେ ଅର୍ଥାତ 2025 ଡିସେମ୍ବରରେ କମର୍ସିଆଲ ସିଲିଣ୍ଡର ଦାମ ହ୍ରାସ କରି ଗ୍ରାହକଙ୍କୁ ସାମାନ୍ୟ ଅଶ୍ୱସ୍ତି ଦେଇଥିଲେ । ସେତେବେଳେ ଜାତୀୟ ରାଜଧାନୀ ଦିଲ୍ସୀରେ ବ୍ୟାବସାୟିକ ସିଲିଣ୍ଡର ପିଛା ଦାମ 10 ଟଙ୍କା କମିଥିଲା । ସେହିପରି ଚେନ୍ନାଇରେ 11ଟଙ୍କା ହ୍ରାସ ପାଇଥିଲା ।
ନଭେମ୍ବରରେ ମଧ୍ୟ କମିଥିଲା ଦମ
2025 ନଭେମ୍ବରରେ ମଧ୍ୟ ତେଲ କମ୍ପାନୀମାନେ ଗ୍ୟାସ ସିଲିଣ଼଼୍ଡର ଦାମ କମାଇଥିଲେ । ସେତେବେଳେ ସିଲିଣ୍ଡର ପିଛା ମାତ୍ର 5 ଟଙ୍କା କମିଥିଲା । ଏହା ପୂର୍ବରୁ ଦର ବୃଦ୍ଧି କରି ଖାଉଟିଙ୍କୁ ଝଟକା ଦେଇଥିଲା । ତେବେ ଘରୋଇ ସିଲିଣ୍ଡରରେ କୌଣସି ପ୍ରକାର ପରିବର୍ତ୍ତନ କରି ନାହିଁନ୍ତି ତୈଳ କମ୍ପାନୀ । ପୂର୍ବରୁ 2025 ଏପ୍ରିଲ 8ରେ ଘରୋଇ ସିଲିଣ଼୍ଡର ଦାମରେ ପରିବର୍ତ୍ତନ କରାଯାଇଥିଲା । ତା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଏହା ମଧ୍ୟ ପଢନ୍ତୁ 58.50 ଟଙ୍କା କମିଲା କମର୍ସିଆଲ LPG ଗ୍ୟାସ, ଜାଣନ୍ତୁ କେଉଁଠି ଦର କେତେ ?
ଏହା ମଧ୍ୟ ପଢନ୍ତୁ ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା LPG ଗ୍ୟାସ୍ ଦର

