ETV Bharat / bharat

Middle East War: ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ: କିରଣ ରିଜିଜୁ

ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଛି ଉତ୍ତେଜନା, ଫସିଛନ୍ତି ଅନେକ ଭାରତୀୟ । ସେମାନଙ୍କ ସୁରକ୍ଷା ଏବଂ ସ୍ୱଦେଶ ଫେରାଇବା ପାଇଁ ସରକାର ପ୍ରତିବଦ୍ଧ କହିଲେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ।

INDIANS STRANDED IN MIDDLE EAST
ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଭାରତୀୟ ସୁରକ୍ଷା ଏବଂ ସ୍ୱଦେଶ ଫେରାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ (PTI)
author img

By ETV Bharat Odisha Team

Published : March 2, 2026 at 4:09 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଭୟଙ୍କର ରୂପ ନେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ସ୍ୱଦେଶ ଫେରାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, କେନ୍ଦ୍ର ସରକାର ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ବିଦେଶରେ ରହୁଥିବା କୌଣସି ଭାରତୀୟ ନାଗରିକଙ୍କୁ କୌଣସି ଅସୁବିଧାରେ ପକାଇବେ ନାହିଁ । ଯଦି କୌଣସି ଭାରତୀୟ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କୁ ସୁରକ୍ଷିତ ଭାବରେ ଭାରତ ଫେରାଇ ଆଣିବା ପାଇଁ ବ୍ୟାପକ ଏବଂ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି," ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୂରା ପରିସ୍ଥିତି ଉପରେ ନଜର ରଖିଛି ଏବଂ ଏକ ମିଶନ ମୋଡ୍‌ରେ କାମ କରୁଛି । ଯେଉଁ ଦେଶରେ ଭାରତୀୟ ନାଗରିକ ଫସି ରହିଛନ୍ତି, ସେଠାରେ ଭାରତୀୟ ଦୂତାବାସ ଗୁଡ଼ିକ ସକ୍ରିୟ ଭାବରେ ସମନ୍ୱୟ ସ୍ଥାପନ କରୁଛନ୍ତି ଏବଂ ଆବଶ୍ୟକ ହେଲେ, ସେମାନଙ୍କର ସୁରକ୍ଷିତ ସ୍ଥାନାନ୍ତର ସୁନିଶ୍ଚିତ କରିବା ପାଇଁ ବିଶେଷ ଅଭିଯାନ ଆରମ୍ଭ କରାଯିବ । ଭାରତର ବୈଦେଶିକ ନୀତି ଏବଂ କୂଟନୈତିକ ସକ୍ରିୟତା ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏପରି ସମ୍ବେଦନଶୀଳ ସମୟରେ ଶୀଘ୍ର ନିଷ୍ପତ୍ତି ନିଆଯାଇଥାଏ । କେନ୍ଦ୍ର ସରକାର ପ୍ରତ୍ୟେକ ଭାରତୀୟଙ୍କ ସହିତ ଠିଆ ହୋଇଛି ଏବଂ ଆବଶ୍ୟକ ହେଲେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ।"

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି:

ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଭାରତର କିଛି ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ତେଣୁ ଆଜି (ସୋମବାର) ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଚିଠି ଲେଖି ଯାଇଛି । ଏହି ପ୍ରତିବାଦରୁ ସୃଷ୍ଟି ହେଉଥିବା ଯେକୌଣସି ଆଇନ ଶୃଙ୍ଖଳା ସମସ୍ୟା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନକୁ ଇରାନକୁ ସମର୍ଥନ କିମ୍ବା ବିରୋଧରେ ଆୟୋଜିତ ଯେକୌଣସି ପ୍ରତିବାଦ ଉପରେ କଡ଼ା ନଜର ରଖିବାକୁ ଏବଂ ଏପରି ସମାବେଶ ଯେପରି ସାର୍ବଜନୀନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ ନ କରେ, ତାହା ନିଶ୍ଚିତ କରିବାକୁ କୁହାଯାଇଛି । ଯେକୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼କଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ: ଦୋହାରେ ଫସିଛନ୍ତି ଓଡ଼ିଆ ପୁଅ, ଫେରାଇ ଆଣିବାକୁ ଅପିଲ୍‌

ଏହା ମଧ୍ୟ ପଢନ୍ତୁ...ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍

ଏହା ମଧ୍ୟ ପଢନ୍ତୁ... ଆମେରିକା, ୟୁରୋପକୁ ବିକଳ୍ପ ମଧ୍ୟପ୍ରାଚ୍ୟ ରୁଟ୍ ବ୍ୟବହାର କରିବାକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ; 6ଟି ଉଡ଼ାଣ ବାତିଲ୍