ETV Bharat / bharat

CBSE ଅଧ୍ୟକ୍ଷ ଏବଂ ସଚିବଙ୍କୁ ହଟାଗଲା, OSM ତଦନ୍ତ ପାଇଁ ଗଠନ ହେଲା କମିଟି

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ପରେ, ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି CBSE ଅଧ୍ୟକ୍ଷ ଏବଂ ସଚିବଙ୍କୁ ବଦଳି କରିଛନ୍ତି ।

CBSE chairman and secretary transferred in big govt action after OSM controversy
CBSE ଅଧ୍ୟକ୍ଷ ଏବଂ ସଚିବଙ୍କୁ ହଟାଗଲା, OSM ତଦନ୍ତ ପାଇଁ ଗଠନ ହେଲା କମିଟି (Etv Bharat)
author img

By ETV Bharat Odisha Team

Published : June 2, 2026 at 6:56 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦ ଦିନକୁ ଦିନ ଜୋର୍ ଧରୁଥିବା ବେଳେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାର CBSEର ଅଧ୍ୟକ୍ଷ ଏବଂ ସଚିବଙ୍କୁ ବଦଳି କରିଛନ୍ତି । ଅନ୍-ସ୍କ୍ରିନ୍ ମାର୍କିଂ (OSM) ସେବା ପ୍ରଦାନ ପାଇଁ CBSE ଦ୍ୱାରା ଅନୁସରଣ କରାଯାଉଥିବା ପ୍ରକ୍ରିୟାର ତଦନ୍ତ ପାଇଁ କେନ୍ଦ୍ର ଏକ କମିଟି ମଧ୍ୟ ଗଠନ କରିଛି ।

ଏପରିକି ଶିକ୍ଷା ମନ୍ତ୍ରଣାଳୟର ସୂତ୍ରଗୁଡ଼ିକ ସମାଚାର ଏଜେନ୍ସି ANIକୁ କହିଛନ୍ତି ଯେ, ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି, ଯେପରିକି ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ ସେଣ୍ଟର- I4C, CBSE OSM ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ ଉପରେ କଡ଼ା ନଜର ରଖିଛନ୍ତି । ଏପରି ଅପରାଧ କରୁଥିବା ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

CBSEର OSM ସିଷ୍ଟମ ବିରୁଦ୍ଧରେ NSUI କୋର୍ଟକୁ ଗଲା

କଂଗ୍ରେସ ଦଳର ଛାତ୍ର ଶାଖା NSUI ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି CBSEର ଦ୍ୱାଦଶ ଶ୍ରେଣୀ ପାଇଁ ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମରେ ହୋଇଥିବା ବ୍ୟାପକ ଅନିୟମିତତାର ସ୍ୱାଧୀନ ତଦନ୍ତ ପାଇଁ ଅନୁରୋଧ କରିଛି ।

OSM ହେଉଛି ଉତ୍ତର ପତ୍ର ମୂଲ୍ୟାଙ୍କନ ପାଇଁ ଏକ ଡିଜିଟାଲ୍ ସିଷ୍ଟମ୍, ଯେଉଁଥିରେ ଛାତ୍ରମାନଙ୍କ ଉତ୍ତର ପତ୍ରକୁ ସ୍କାନ କରାଯାଇ ଅନଲାଇନରେ ଅପଲୋଡ୍ କରାଯାଏ, ଏବଂ ପରୀକ୍ଷକମାନେ ସେଗୁଡ଼ିକୁ କମ୍ପ୍ୟୁଟର ସ୍କ୍ରିନରେ ମୂଲ୍ୟାଙ୍କନ କରି ମାର୍କ ପ୍ରଦାନ କରନ୍ତି ।

ଭାରତୀୟ ଜାତୀୟ ଛାତ୍ର ସଂଘ (NSUI) ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲା ଅଭିଯୋଗକାରୀ ଛାତ୍ରମାନଙ୍କ ଉତ୍ତର ପତ୍ରର ଅଫଲାଇନ୍ ପୁନଃମୂଲ୍ୟାୟନ ଏବଂ ଫିଜିକାଲ ଚେକିଂ ଅର୍ଥାତ୍ ଶାରୀରିକ ଯାଞ୍ଚ୍ ପାଇଁ ଅନୁରୋଧ କରେ । କୋର୍ଟର ଛୁଟି ଦିନ ଖଣ୍ଡପୀଠ ଜୁନ୍ 8 ତାରିଖରେ ଏହି ମାମଲାର ଶୁଣାଣି କରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ- ପରବର୍ତ୍ତୀ ବୋର୍ଡ ପରୀକ୍ଷାରୁ ମାର୍କସିଟ୍ ସହ ଡିଜିଲକର୍‌ରେ ଉତ୍ତର ଖାତା ଦେବାକୁ ଯୋଜନା କରୁଛି CBSE

ଏହା ମଧ୍ୟ ପଢ଼ନ୍ତୁ- CBSE ଦ୍ବାଦଶ ପରୀକ୍ଷା ଫଳ ବିବାଦ:ସତ୍ୟ ସାମ୍ନାକୁ ଆଣିବା ପାଇଁ ନ୍ୟାୟିକ ତଦନ୍ତ ଦାବି କଲେ ରାହୁଲ

ଏହା ମଧ୍ୟ ପଢ଼ନ୍ତୁ- 'ତ୍ରୁଟି ପାଇଁ ମୁଁ ଦାୟୀ,'- CBSE OSM ବିବାଦ ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ଏହା ମଧ୍ୟ ପଢ଼ନ୍ତୁ- ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ, ଓଡିଶା ପାସ ହାର 76.81 ପ୍ରତିଶତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ