ETV Bharat / bharat

ଜାନୁଆରୀ 28ରୁ ସଂସଦର ବଜେଟ ଅଧିବେଶନ

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 28ରୁ ଫେବୃଆରୀ 13 ତାରିଖ ଯାଏଁ ହେବ, ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ରୁ ଆରମ୍ଭ ହୋଇ ଏପ୍ରିଲ 2 ତାରିଖରେ ଶେଷ ହେବ ।

New Parliament building
New Parliament building (ANI)
author img

By ETV Bharat Odisha Team

Published : January 10, 2026 at 12:43 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ 28ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅମୁମୋଦନ ମିଳିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଲଗାତାର ନବମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 2026-27 ଆର୍ଥିକ ବର୍ଷର ବଜେଟ ଆଗତ ହେବ ।

ଏକ୍ସରେ ଟ୍ବିଟ କରି କିରଣ ରିଜିଜୁ କହିଛନ୍ତି, " ଭାରତ ସରକାରଙ୍କ ସୁପାରିଶରେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ଜୀ ବଜେଟ ଅଧିବେଶନ 2026 ପାଇଁ ସଂସଦର ଉଭୟ ଗୃହକୁ ଡାକିବାକୁ ଅନୁମୋଦନ କରିଛନ୍ତି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 28ରୁ ଫେବୃଆରୀ 13 ତାରିଖ ଯାଏଁ ହେବ, ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ରୁ ଆରମ୍ଭ ହୋଇ ଏପ୍ରିଲ 2 ତାରିଖରେ ଶେଷ ହେବ । "

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ସମ୍ବୋଧନ କରିବେ । ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଦିଆଯାଇଥିବା ଧନ୍ୟବାଦ ପ୍ରସ୍ତାହକୁ ନେଇ ଉଭୟ ଗୃହରେ ଆଲୋଚନା ଓ ତର୍କ ଦେଖିବାକୁ ମିଳିବ । ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଜବାବ ସହ ସମାପ୍ତ ହୋଇଥାଏ । ପରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ । ବଜେଟ ଅଧିବେଶନକୁ ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ । ମଝିରେ ଏକ ବିରତି ଥାଏ, ଯାହା ଦ୍ବାରା ଷ୍ଟାଣ୍ଡିଙ୍ଗ କମିଟି ବିଭିନ୍ନ ମନ୍ତ୍ରଣାଳୟର ଅନୁଦାନ ଦାବି ଯାଞ୍ଚ କରିପାରିବେ । ବଜେଟ ଅଧିବେଶନରେ ଅନେକ ଆଇନ ପ୍ରଚଳନ କିମ୍ବା ଆଲୋଚନା ହେବାର ଆଶା କରାଯାଉଛି ।

ଫେବୃଆରୀରେ ଅନୁଷ୍ଠିତ ହେବ ଏଆଇ ଶିଖର ସମ୍ମିଳନୀ:

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଭାରତ ଫେବୃଆରୀରେ ଦିଲ୍ଲୀରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ କରିବ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ କହିଛନ୍ତି ଯେ ସେମାନେ ସରକାରଙ୍କୁ ସୁପାରିଶ କରିବେ ଓ ରିପୋର୍ଟ ସଂସଦର ବଜେଟ ଅଧିବେଶନରେ ଉପସ୍ଥାପିତ ହେବ । ଅନେକ ଦେଶ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିୟମ ପ୍ରଣୟନ କରିଛନ୍ତି । ଆମର କମିଟି ମଧ୍ୟ ଏଆଇ ବିଷୟରେ ଚିନ୍ତିତ । ପ୍ରଧାନମନ୍ତ୍ରୀ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି । ସେ ବିଶ୍ବ ଏଆଇ ସମ୍ମିଳନୀ ସହ ଅଧ୍ୟକ୍ଷତା କରିଥିଲେ । ଏଠାରେ ଏକ ବୈଠକ ଅନୁଷ୍ଠିତ ହେବ, ତେଣୁ ତା ପୂର୍ବରୁ ଆମେ ଏକ ବୈଠକ ଡାକିଛୁ । "

ନବମ ଥର ବଜେଟ ଉପସ୍ଥାପନ କରିବେ ନିର୍ମଳା:

ଲଗାତାର ନବମ ଥର ବିଜେପି ସରକାରରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫେବୃଆରୀ 1 ତାରିଖରେ ବଜେଟ ଆଗତ ହେବାକୁ ଯୋଜନା କରୁଛନ୍ତି ସରକାର ।

IITM ପ୍ରଦର୍ଶନୀରେ ପ୍ରଶଂସା ସାଉଁଟୁଛି ରାମୋଜୀ ଫିଲ୍ମ ସିଟିର ପାଭିଲିଅନ, ଜମୁଛି ଭିଡ଼