ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଖୋଜ ଥିଲେ SDRF ଓ ଅଗ୍ନିଶମ ବାହିନୀର 10 ଜଣ କର୍ମଚାରୀ, ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର
SDRF Fire Force Personnel Missing:ବେତୁପାଲି ହ୍ରଦରେ ଫସି ରହିଥିବା 5 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ସମୟରେ SDRF ଏବଂ ଅଗ୍ନିଶମ ବାହିନୀର 10 ଜଣ କର୍ମଚାରୀ ନିଖୋଜ ହୋଇଥିଲେ ।

Published : November 5, 2026 at 7:20 AM IST
|Updated : November 5, 2026 at 9:14 AM IST
ହାଇଦ୍ରାବାଦ: ହ୍ରଦରେ ଫସିରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଯାଇ SDRF ଓ ଅଗ୍ନିଶମ ବିଭାଗର 10 ଜଣ କର୍ମଚାରୀ ନିଖୋଜ ହୋଇଯାଇଥିଲେ । ଗତକାଲି (ବୁଧବାର) ତେଲେଙ୍ଗାନାର ଖମ୍ମମ୍ ଜିଲ୍ଲାର ବେଥୁପାଲି ହ୍ରଦରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ସେମାନେ ଉଦ୍ଧାର କରିବାକୁ ଯାଇ ନିଖୋଜ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
କଣ ଥିଲା ଘଟଣା:
ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ବେଥୁପାଲି ହ୍ରଦରେ ଜଳସ୍ତର ଅଧିକ ଥିଲା । ମାଛ ମାରିବା ପାଇଁ ଯାଇଥିବା 5 ଜଣ ମତ୍ସ୍ୟଜୀବୀ ବନ୍ୟା ପାଣିରେ ଫସି ରହିଥିଲେ । ସେମାନେ ପ୍ରଥମେ ମାଛ ଧରିବା ପାଇଁ ଜାଲ ବସାଇବାକୁ ସେଠାକୁ ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମେ 3 ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଏକ ଡଙ୍ଗାରେ ଯାଇଥିଲେ । କିନ୍ତୁ ସେମାନେ ମଧ୍ୟ ବନ୍ୟା ପାଣିରେ ଫସି ଯାଇଥିଲେ । ପରେ କୋଥାଗୁଡେମ ସ୍ଥିତ SDRF ୟୁନିଟର 6 ଜଣ କର୍ମଚାରୀ ଏବଂ 4 ଜଣ ଅତିରିକ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ପାଇଁ ଦୁଇଟି ଡଙ୍ଗାରେ ବାହାରିଥିଲେ ।
ପ୍ରଥମେ ଫସି ରହିଥିବା 3 ଜଣ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା । ମାତ୍ର, ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ଟିମ୍ ଗୁଡ଼ିକ ଫେରିବା ସମୟରେ ଡଙ୍ଗା ଦୁଇଟି ଓଲଟି ପଡ଼ିଥିଲା । ଫଳରେ 10 ଜଣ କର୍ମୀ ନିଖୋଜ ହୋଇଯାଇଥିଲେ ।
ସେପଟେ ଖବର ପାଇଁ SDRF ଟିମ୍ ଅନ୍ୟ ଏକ ଡଙ୍ଗା ବ୍ୟବହାର କରି ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜୌଖୋଜି କରିଥିଲେ । ଖମ୍ମମ୍ ଜିଲ୍ଲା କଲେକ୍ଟର ଦିବାକର ଟିଏସ ଏବଂ ବିଧାୟକ ରାଗମାୟୀ ଉଦ୍ଧାର କାର୍ଯ୍ୟ ତଦାରଖ କରିଥୁଲ୍ । ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଭଦ୍ରାଚଳମରୁ ଅଧିକ SDRF କର୍ମଚାରୀଙ୍କୁ ଅଣାଯାଇଥିଲା ।
ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଜୟ କୁମାର କହିଛନ୍ତି ଯେ, ନିଖୋଜ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ଜଣ ଏକାଠି ଥିଲେ ଏବଂ ଫୋନ୍ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରୁଥିଲେ । ଫଳସ୍ୱରୂପ, ଗୁରୁବାର ଭୋର 2.15 ସମୟରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତା’ପରେ ଭୋର 3ଟା ସମୟରେ ଆଉ ଚାରି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ସୂଚନା ମିଳିବା ପରେ, ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ାଯାଇଥିଲା । ସେମାନେ ସୁରକ୍ଷିତ ଥିଲେ କାରଣ ସେମାନଙ୍କ ପାଖରେ 'ଲାଇଫ୍ ଜ୍ୟାକେଟ୍' ଥିଲା । ଜିଲ୍ଲାପାଳ ଦିବାକର ଭୋର 3ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉପସ୍ଥିତ ରହି ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।
ହ୍ରଦ ମଝିରେ ସାହାଯ୍ୟ ଅପେକ୍ଷାରେ ଥିଲେ:
ତେବେ, ହ୍ରଦ ମଧ୍ୟରେ ଫସିଯାଇଥିବା 5 ଜଣ ମତ୍ସ୍ୟଜୀବୀ କୌଣସି ପ୍ରକାରେ ଏକ ମାଟି ଢିପ ଉପରକୁ ଚଢ଼ିଯାଇଥିଲେ । ପାଣି ସେମାନଙ୍କ ଗୋଡ଼ ପର୍ଯ୍ୟନ୍ତ ମାଡ଼ି ଆସିବାରୁ, ସେମାନେ ପରସ୍ପରକୁ ଜାବୁଡ଼ି ଧରି ସାହାଯ୍ୟ ଅପେକ୍ଷାରେ ରହିଥିଲେ । ସେମାନଙ୍କ ମଧ୍ୟରେ କାକରଲାପଲ୍ଲୀ ଗ୍ରାମର ଚାରି ଜଣ ବ୍ୟକ୍ତି ଏବଂ ରାମନଗରର ଅନିଲ ନାମକ ଜଣେ ଯୁବକ ଥିଲେ । ଅନ୍ୟମାନେ ପହଁରି ଜାଣିଥିଲେ ମଧ୍ୟ, ଅନିଲ ପହଁରି ଜାଣିନଥିବାରୁ ତାଙ୍କୁ ଏକାକୀ ଛାଡ଼ି ନଯାଇ ସେମାନେ ସେଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ରାତି 10.30 ସମୟରେ, ବିଜୟୱାଡ଼ାରୁ ଆସିଥିବା ଏକ ଏନ୍ଡିଆର୍ଏଫ୍ (NDRF) ଟିମ୍ ସେଠାରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ ।
ఖమ్మం జిల్లా సత్తుపల్లిలోని బేతుపల్లి చెరువులో చిక్కుకున్న జాలర్లను కాపాడేందుకు వెళ్లిన ఎస్డీఆర్ఎఫ్ బోట్లు గల్లంతైన ఘటనపై ముఖ్యమంత్రి శ్రీ ఎ. రేవంత్ రెడ్డి గారు ఆరా తీశారు. ఎస్డీఆర్ఎఫ్ సిబ్బందిని సురక్షితంగా తీసుకువచ్చేందుకు అవసరమైన అన్ని చర్యలు తీసుకోవాలని జిల్లా కలెక్టర్ను ఆదేశించారు. పరిస్థితిపై ఎప్పటికప్పుడు సమీక్షించాల్సిందిగా ప్రభుత్వ ప్రధాన కార్యదర్శి గారికి సూచించారు. #SDRF #Sathupalli #Khammam #BetupalliCheruvu #RescueOperation
— Telangana CMO (@TelanganaCMO) November 4, 2026
ଘଟଣା ବିଷୟରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ
ବେଥୁପାଲି ହ୍ରଦରେ ଘଟିଥିବା ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପଚାରି ବୁଝିଛନ୍ତି । ଡଙ୍ଗା ବୁଡ଼ିଯିବା ପରେ SDRF କର୍ମଚାରୀମାନେ ନିଖୋଜ ଅଛନ୍ତି । SDRF କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବଙ୍କୁ ସମୟ ସମୟରେ ପରିସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

