ବିହାରରେ ସିରିଜ୍ ଦୁର୍ଘଟଣା, ଚାଲିଗଲା 6 ଜୀବନ
ବିହାରରେ ମର୍ମନ୍ତୁଦ ଦୁର୍ଘଟଣା । 6 ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି । ଅନେକ ଆହତ । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ।

Published : February 24, 2026 at 7:37 PM IST
|Updated : February 24, 2026 at 8:02 PM IST
ଭାଗଲପୁର(ବିହାର): ବିହାରର ଭାଗଲପୁର ଜିଲ୍ଲାରେ ସିରିଜ୍ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ନିୟନ୍ତ୍ରଣ ହରାଇ ପିକଅପ୍ ଭ୍ୟାନ ଏକ ଇ-ରିକ୍ସା ପରେ ଏକ ବସ୍କୁ ଧକ୍କା ଦେଇଛି । ଏଥିରେ 6 ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବଡ଼ ଦୁର୍ଘଟଣା, ଏକାଧିକ ମୃତ
ଭାଗଲପୁର ଜିଲ୍ଲା ଖରିଫ ଥାନା ଅଞ୍ଚଳର ବଗଡି ପୋଲ ନିକଟ ଜାତୀୟ ରାଜପଥ 31ରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ନିୟନ୍ତ୍ରଣ ହରାଇ ଭ୍ୟାନଟି ଏକ ଇ-ରିକ୍ସାକୁ ଧକ୍କା ଦେଇଥିଲା । ଏହା ପରେ ନିକଟରେ ଥିବା ଏକ ବସ୍କୁ ଧକ୍କା ଦେଇଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନେକ ଆହତ:
ତେବେ ଏଥିରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ଥାନୀୟ ପ୍ରଶାସନ । ଏଥିସହ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବିହପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅଧିକ ଚିକିତ୍ସା ପାଇଁ ଜବାହାର ଲାଲ ନେହରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଶିଶୁ ଓ 4 ଜଣ ଶ୍ରମିକ ଅଛନ୍ତି । ମୃତକଙ୍କ ମଧ୍ୟରେ 3 ଜଣ କଟିହାର ଅଞ୍ଚଳ ଓ ଖଗାଡିଆ ଅଞ୍ଚଳର ଅଟନ୍ତି ।
ଘଟଣାସ୍ଥଳରେ ପୋଲିସ:
ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଇ-ରିକ୍ସାରେ ଥିବା 4 ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏନେଇ ପୋଲିସ କହିଛି, ଘଟଣାର ତଦନ୍ତ ଜାରି ରହିଛି ।

