ହିଜାବ, ବୁର୍ଖା ପିନ୍ଧିଥିଲେ ସୁନା ଦୋକାନରେ ଏଣ୍ଟ୍ରି ମନା: କିଣିପାରିବେନି ଗହଣା, ଏହି ରାଜ୍ୟ ଆଣିଲା ନିୟମ
ବିହାରରେ ନୂଆ ନିୟମ । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । ଚୋରି ଘଟଣା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Published : January 7, 2026 at 2:29 PM IST
ପାଟନା(ବିହାର): ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି । ଏକଥା ଆମେ କହୁନୁ ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ଆସନ୍ତାକାଲି ଏପରି ନିୟମ ଲାଗୁ କରିବାକୁ ଯାଉଛି ।
Patna, Bihar: Bihar becomes the first state to ban hijab or niqab wearers from buying gold. Starting tomorrow, jewelry shops will deny entry and sales to customers whose faces are fully covered, as per the All India Jewelers and Gold Federation’s directive
— IANS (@ians_india) January 6, 2026
State President, All… pic.twitter.com/ycKHnbyFVY
ଏପରି ନିୟମ ଲାଗୁ କରିବାରେ ବିହାର ପ୍ରଥମ ରାଜ୍ୟ:
ତେବେ ଦେଶରେ ଏପରି ନିୟମ ଲାଗୁ କରିବାରେ ବିହାର ପ୍ରଥମ ରାଜ୍ୟ ହୋଇଛି । ଏହି ନିୟମ ଅନୁସାରେ ହିଜାବ ପିନ୍ଧି ଆସୁଥିବା ମହିଳା ସୁନା ଗହଣା କିଣିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନର ଅଧ୍ୟକ୍ଷ ଅଶୋକ କୁମାର ବର୍ମା କହିଛନ୍ତି, ‘ଗହଣା ଦୋକାନରେ ଘଟୁଥିବା ଚୋରି, ଲୁଟ୍ ଘଟଣାକୁ ରୋକିବା ପାଇଁ ଏପରି ପ୍ରତିବନ୍ଧକ ଲାଗୁ କରାଯାଇଛି ।
ଅଶୋକ କୁମାର ବର୍ମା କହିଛନ୍ତି,‘କେତେକ ସ୍ଥାନରେ ଏପରି ଘଟଣା ଘଟିଛି ବୁର୍ଖା ପିନ୍ଧି ଆସନ୍ତି ଏପରି କାମ କରନ୍ତି । ଏପରିକି ଦୋକାନୀଙ୍କୁ ଗୁଳି ମାରିବା ଘଟଣା ମଧ୍ୟ ନଜିର ରହିଛି । ଏଥିପାଇଁ ଏପରି ନିୟମ ଲାଗୁ କରାଯାଇଛି ।’
ସେ ଆହୁରି କହିଛନ୍ତି, ‘ବୁର୍ଖା ହଟାଇବା ଆମର ଉଦ୍ଦେଶ୍ୟ ନୁହେଁ । ଯେଉଁମାନେ ବୁର୍ଖା ପିନ୍ଧିକି ଆସିବେ ସେମାନଙ୍କୁ ଅନୁରୋଧ କରିବୁ ଚେହେରା ଦେଖାଇ ସୁନା କିଣନ୍ତୁ । ଆମକୁ ବିଶ୍ବାସ ଅଛି କଥା ମାନିବେ ଆଉ ସହଯୋଗ ମଧ୍ୟ କରିବେ ।
ପୁରୁଷଙ୍କୁ ବି ଅପିଲ୍:
କେବଳ ମହିଳା ନୁହେଁ ପୁରୁଷଙ୍କୁ ବି ଅପିଲ୍ କରିଛନ୍ତି ଅଶୋକ କୁମାର ବର୍ମା । ସେ କହିଛନ୍ତି, ଯେଉଁ ପୁରୁଷ ମାନେ ଗାମୁଛା, ହେଲମେଟ ପିନ୍ଧିକି ଆସନ୍ତି ତାଙ୍କ ଚେହେରା ବି ଦେଖାଯାଏ ନାହିଁ । ସୁରକ୍ଷା କାରଣରୁ ଏପରି ଅପିଲ୍ କରୁଛୁ ।
ସମସ୍ତଙ୍କ ପାଇଁ ନିୟମ:
ଅଶୋକ କୁମାର ବର୍ମା କହିଛନ୍ତି ବୁର୍ଖାକୁ ଆମେ ବିରୋଧ କରୁନୁ । କିନ୍ତୁ ଗ୍ରାହକ ଓ ଦୋକାନୀ ଯଦି ପରସ୍ପର ଦେଖନ୍ତି ଏକ ସମ୍ପର୍କ ବଢେ । ଏହା କୌଣସି ବିଶେଷ ସମୁଦାୟ ପାଇଁ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବ ।
କେନ୍ଦ୍ରାଞ୍ଚଳ ଏସପିଙ୍କ ସହ ଏସମ୍ପର୍କରେ ଆଲୋଚନା ହୋଇଛି । ବିହାର ନିଷ୍ପତ୍ତି ନେବାରେ ପ୍ରଥମ ରାଜ୍ୟ ଅଟେ । ରାଜ୍ୟର କିଛି ଜିଲ୍ଲାରେ ଏହି ନିୟମ ଲାଗୁ କରାଯାଇଛି’ ବୋଲି କହିଛନ୍ତି ଅଶୋକ କୁମାର ବର୍ମା ।
ଏହା ମଧ୍ୟ ପଢନ୍ତୁ: ବିହାର ହିଜାବ ବିବାଦ; ଚାକିରିରେ ଯୋଗ ଦେଇନାହାନ୍ତି ମହିଳା ଡାକ୍ତର ମହିଳାଙ୍କ ହିଜାବ ଟାଣି ଅଡୁଆରେ ନୀତିଶ କୁମାର, ଭଡକିଲେ ଅଭିନେତ୍ରୀ ଜାୟରା ୱାସିମ, କହିଲେ 'କ୍ଷମା ମାଗ...' |
ବିବାଦର କଥା ନୁହେଁ:
ଏପରି ନିଷ୍ପତ୍ତି ଯୋଗୁଁ ଯଦି ବିହାରରେ ବିରୋଧ ଦେଖାଯାଏ ଏହାକୁ ନେଇ କଣ କହିବେ । ଏହି ପ୍ରଶ୍ନର ଉତ୍ତର ଦେଇ ଅଶୋକ କୁମାର ବର୍ମା କହିଛନ୍ତି, ବିବାଦର କିଛି କଥା ନୁହେଁ । ଆମେ କାହାକୁ ହିଜାବ ଖୋଲିବାକୁ କହିବୁନି । ଅନୁରୋଧ କରିବୁ । ଏଥିରେ କୌଣସି ବିବାଦ ନାହିଁ ।

