ବହୁ କଷ୍ଟରେ ବଞ୍ଚିଲା ବିରୋଧୀ ଦଳ ନେତା ପଦ, RJDକୁ ମିଳିଲା 2010 ପରି ପରାଜୟ
ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଏକ ଭୟଙ୍କର ପରାଜୟ ବରଣ କଲା ମହାଗଠବନ୍ଧନ। ବିରୋଧୀ ଦଳ ନେତା ପଦବୀ କଷ୍ଟରେ ରକ୍ଷା ପାଇଲା।


Published : November 14, 2025 at 7:22 PM IST
|Updated : November 14, 2025 at 7:37 PM IST
ପାଟନା: 2025 ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। 200ରୁ ଅଧିକ ଆସନରେ ବିଜୟ ସହିତ NDA ପୁଣି ଥରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ସେପଟେ କିନ୍ତୁ 2010 ନିର୍ବାଚନ ପରେ RJD ସବୁଠାରୁ ବଡ଼ ପରାଜୟ ବରଣ କରିଛି। ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ କେବଳ ଭାଙ୍ଗି ଯାଇଛି ତାହା ନୁହେଁ, ବରଂ ବିରୋଧୀ ଦଳ ନେତା ପଦବୀ ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛି।
ବିରୋଧୀ ଦଳ ନେତା ପଦ ବହୁ କଷ୍ଟରେ ରକ୍ଷା ପାଇଛି:
243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ହେବା ପାଇଁ 10 ପ୍ରତିଶତ ଆସନ ଜିତିବା ବାଧ୍ୟତାମୂଳକ। ତେଣୁ 24 ଆସନ ଜିତିବା ଜରୁରୀ ଥିଲା। ବର୍ତ୍ତମାନର ପରିସ୍ଥିତି ସୂଚାଇ ଦେଉଛି ଯେ, ରାଷ୍ଟ୍ରୀୟ ଜନତା ଦଳ ଅତି କମରେ 25 ଆସନ ହାସଲ କରିବାରେ ସଫଳ ହେବ। ଗୋଟିଏ କିମ୍ବା ଦୁଇଟି ଆସନ ହ୍ରାସ ପାଇବା ଅର୍ଥ ଏହି ପଦବୀ ହରାଇବା ମଧ୍ୟ ହୋଇପାରେ।

ତେଜସ୍ୱୀ ଯାଦବ ଏକ କଡ଼ା ପ୍ରତିଯୋଗିତାରେ ଜିତିଛନ୍ତି:
ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ, ନିଜେ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି। ସେ ପ୍ରାୟ 40,000 ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସତୀଶ କୁମାର ଯାଦବଙ୍କୁ ପରାସ୍ତ କରିଛନ୍ତି। ତଥାପି କଡ଼ା ପ୍ରତିଯୋଗିତା ହୋଇଥିଲା ଏବଂ ସେ ଅନେକ ରାଉଣ୍ଡରେ ପଛରେ ପଡ଼ିଥିଲେ।

ତେଜସ୍ୱୀ ଯାଦବ ତୃତୀୟ ଥର ପାଇଁ ଜିତିଛନ୍ତି:
ଆରଜେଡି ନେତା ତେଜସ୍ୱୀ ଯାଦବ ରାଘୋପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ସେ 2015 ଏବଂ 2020ରେ ମଧ୍ୟ ଜିତିଥିଲେ। ତିନିଥର ସେ ବିଜେପି ପ୍ରାର୍ଥୀ ସତୀଶ କୁମାର ଯାଦବଙ୍କୁ ପରାସ୍ତ କରିଥିଲେ।

2010 ପରଠାରୁ ସବୁଠାରୁ ବଡ଼ ପରାଜୟ:
2010 ବିଧାନସଭା ନିର୍ବାଚନରେ ଆରଜେଡି ସବୁଠାରୁ ବଡ଼ ପରାଜୟ ବରଣ କରିଥିଲା। ଦଳ କେବଳ 21ଟି ଆସନ ଜିତିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ରାଘୋପୁର ଆସନରୁ ସତୀଶ କୁମାରଙ୍କଠାରୁ ପରାସ୍ତ ହୋଇଥିଲେ। ଯେଉଁ ପ୍ରାର୍ଥୀଙ୍କୁ ତେଜସ୍ୱୀ ଲଗାତାର ତୃତୀୟ ଥର ପାଇଁ ପରାସ୍ତ କରିଛନ୍ତି।

ଆରଜେଡିର ଭୋଟ୍ ସେୟାର ଅକ୍ଷୁର୍ଣ୍ଣ ରହିଛି:
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ହୁଏତ ଦ୍ୱିତୀୟ ସର୍ବବୃହତ ପରାଜୟ ବରଣ କରିଛି କିନ୍ତୁ ଭୋଟ ସେୟାର ଦୃଷ୍ଟିରୁ ଏହା ନମ୍ବର ୱାନ ଦଳ ରହିଛି। 2025 ନିର୍ବାଚନରେ ଆରଜେଡି 22.86 ପ୍ରତିଶତ ଭୋଟ୍ ପାଇଥିଲା, ଯେତେବେଳେ ବିଜେପି 20.39 ପ୍ରତିଶତ ଏବଂ ଜେଡିୟୁ 19.03 ପ୍ରତିଶତ ପାଇଥିଲା। ତଥାପି ଆରଜେଡି 143 ଆସନରେ ପ୍ରାର୍ଥୀ ଦେଇଥିଲା, ଯେତେବେଳେ ବିଜେପି ଏବଂ ଜେଡିୟୁ 101ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ- ବିହାରରେ ପୁଣି ଚାଲିବ ସୁଶାସନ ବାବୁ ସରକାର, ରେକର୍ଡ ଦଶମ ଥର ହେବେ ମୁଖ୍ୟମନ୍ତ୍ରୀ
ଏହା ମଧ୍ୟ ପଢ଼ନ୍ତୁ- ବିହାର ନିର୍ବାଚନରେ ଚମକିଲେ ଚିରାଗ, LJPର ଚମତ୍କାର ଷ୍ଟ୍ରାଇକ ରେଟ୍

