ETV Bharat / bharat

ଦୁଇ ମାସ ପରେ ପୁଣି ବଢିଲା ଗ୍ୟାସ ଦର; କମର୍ସିଆଲ ସିଲିଣ୍ଡର ପିଛା 9.50 ଟଙ୍କା ବୃଦ୍ଧି

ଜେଟ୍ ଇନ୍ଧନ ଅର୍ଥାତ ATF ମୂଲ୍ୟ ଲିଟର ପିଛା 5.46 ପ୍ରତିଶତ  ଅର୍ଥାତ୍ 6.28 ଟଙ୍କା ବୃଦ୍ଧି ପାଇଛି । ଦରବୃଦ୍ଧି ପରେ ଏହାର ଦର ଲିଟର ପିଛା 121.28 ଟଙ୍କା ହୋଇଛି ।

File photo of a worker loading LPG cylinders
ଏଲପିଜି ସିଲିଣ୍ଡର ଲୋଡ୍ କରୁଛନ୍ତି ଶ୍ରମିକ (ANI)
author img

By ETV Bharat Odisha Team

Published : September 1, 2026 at 1:33 PM IST

1 Min Read
Choose ETV Bharat

LPG Price Hike ନୂଆଦିଲ୍ଲୀ: ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ସେପ୍ଟେମ୍ବର ପହିଲାରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି । ଆଜିଠାରୁ ସିଲିଣ୍ଡର ପିଛା ଦର 9.50 ପଇସା ବୃଦ୍ଧି କରାଯାଇଛି । ଏଣିକି 19 କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ । ତେବେ ତୈଳ କମ୍ପାନୀ ଘରୋଇ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି । କାରଣ ଘରେ ବ୍ୟବହାର ହେଉଥିବା 14.2 କେଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ମହାନଗରରେ କମର୍ସିଆଲ ସିଲିଣ୍ଡରର ଦାମ

କମର୍ସିଆଲ ସିଲିଣ୍ଡରର ଦାମ ବୃଦ୍ଧି ପାଇବା ପରେ ମହାନଗରରେ ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ 9.50 ପଇସା ବଢିଛି। ଦରବୃଦ୍ଧି ପରେ ଏଠାରେ ସିଲିଣ୍ଡର ପିଛା ଦର 2747.50 ପଇସା ରହିଛି ।

ସେହିପରି ଆର୍ଥିକ ରାଜଧାନୀ ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର 2701 ଟଙ୍କାରେ ଉପଲବ୍ଧ ହେବ । ଦକ୍ଷିଣ ଭାରତର ଚେନ୍ନାଇ ମହାନଗରରେ ଦରବୃଦ୍ଧି ପରେ ସିଲିଣ୍ଡରର ଦାମ 2916.50 ପଇସା ରହିଛି । ଏହା ବ୍ୟତୀତ ଅନ୍ୟ ସହର ଅର୍ଥାତ୍ କୋଲକାତା, ହାଇଦ୍ରାବାଦ, ଭୁବନେଶ୍ୱର ପରି ସହରରେ ସ୍ଥାନୀୟ ଟିକସ କାରଣରୁ କମର୍ସିଆଲ ସିଲିଣ଼୍ଡରର ଦାମ 11.50 ଟଙ୍କା ବୃଦ୍ଧି ପାଇଛି ।

ଜୁଲାଇ ଏବଂ ଅଗଷ୍ଚ ଦୁଇ ମାସ ଧରି କମର୍ସଆଲ ସିଲିଣ୍ଡରର ଦାମ କ୍ରମାଗତ ଭାବେ ହ୍ରାସ ପାଇବା ପରେ ଆଜି ପୁଣି ଦର ବୃଦ୍ଧି କରାଯାଇଛି । ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡିବ। ବାହାର ଖାଦ୍ୟ ଓ ହୋଟେଲରେ ଖାଇବା ମହଙ୍ଗା ପଡିପାରେ । ତେବେ ଘରୋଇ ସିଲିଣ୍ଡର ଦରବୃଦ୍ଧି ଘଟି ନ ଥିବାରୁ ଫେଷ୍ଚିଭ ସିଜିନରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିିଳିଛି ।

ବଢିଲା ବିମାନ ଇନ୍ଧନ ଦର

କମର୍ସିଆଲ ସିଲିଣ୍ଡର ସହ ଦରବୃଦ୍ଧି ସହ ତାଳ ଦେଇ ମଙ୍ଗଳବାର ବିମାନ ଇନ୍ଧନ(Aviation turbine fuel-ATF) 5.46 ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ତୈଳ କମ୍ପାନୀଗୁଡିକ ଦେଇଥିବା ତଥ୍ୟ ଅନୁସାରେ, ଏୟାରଲାଇନ୍ସ ଗୁଡିକ ପାଇଁ ଜେଟ ଇନ୍ଧନ ଅର୍ଥାତ ATF ମୂଲ୍ୟ ଲିଟର ପିଛା 5.46 ପ୍ରତିଶତ ଅର୍ଥାତ୍ 6.28 ଟଙ୍କା ବୃଦ୍ଧି ପାଇଛି । ଦରବୃଦ୍ଧି ପରେ ଏହାର ଦର ଲିଟର ପିଛା 121.28 ଟଙ୍କା ହୋଇଛି । ଏହା ପୂର୍ବରୁ ଅର୍ଥାତ ଅଗଷ୍ଟ 1ରେ ଜେଟ୍ ଇନ୍ଧନ ଦର ଲିଟର ପିଛା 5 ଟଙ୍କା ବୃଦ୍ଧି ପାଇଥିଲା । ଆଜି ପୁନର୍ବାର ଏହି ଦରବୃଦ୍ଧି ଏୟାରଲାଇନ୍ସଗୁଡିକର ଆର୍ଥିକ ବୋଝ ବଢାଇବ ।

ଏହା ମଧ୍ୟ ପଢନ୍ତୁ ଅଗଷ୍ଟ ଆରମ୍ଭରୁ କମିଲା ଗ୍ୟାସ ସିଲିଣ୍ଡର ଦର, ଓଡ଼ିଶାରେ କେତେ ରହିଛି ମୂଲ୍ୟ ? ଜାଣନ୍ତୁ..

ଏହା ମଧ୍ୟ ପଢନ୍ତୁ ଶସ୍ତା ହେଲା କମର୍ସିଆଲ ଗ୍ୟାସ, କେଉଁ ସହରରେ କେତେ ରହିଛି ପରିବର୍ତ୍ତିତ ଦର ? ଜାଣନ୍ତୁ...