ଭୂକମ୍ପ ଝଟକାରେ ଥରିଲା ଆସାମ: ତୀବ୍ରତା ୫.୧, ଭୁଟାନ, ବାଂଲାଦେଶ ଏବଂ ଚୀନରେ ଭୂମିକମ୍ପ
ଆସାମ ସମେତ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ପକ୍ଷରୁ ଭୂକମ୍ପ ନେଇ ସୂଚନା ଦିଆଯାଇଛି ।


Published : January 5, 2026 at 9:57 AM IST
|Updated : January 5, 2026 at 10:31 AM IST
ଗୌହାଟୀ( ଆସାମ): ଆଜି (ସୋମବାର) ସକାଳେ ଆସାମର ମୋରିଗାଓଁରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସର୍ବଶେଷ ସୂଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ର ମୋରିଗାଓଁ ଜିଲ୍ଲା ଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ପ୍ରାୟ 5.1 ଥିଲା । ଭୂମିକମ୍ପ ଭୋର ପ୍ରାୟ 4:17ରେ ହୋଇଥିଲା ।
An earthquake with a magnitude of 5.1 on the Richter Scale hit Morigaon, Assam, at 04:17:40 IST today: National Centre for Seismology (NCS) pic.twitter.com/xd4JGvr5VG
— ANI (@ANI) January 4, 2026
ଥରିଲା ଉତ୍ତର-ପୂର୍ବ ରାଜ୍ୟ:
ଆସାମ ସମେତ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅନେକ ସ୍ଥାନରେ ଭୂମିକମ୍ପର ରିପୋର୍ଟ ମିଳିଛି । ଲୋକମାନେ ଗଭୀର ନିଦ୍ରାରେ ଶୋଇ ଥିବାବେଳେ, ଭୟଭୀତ ହୋଇ ଭୂକମ୍ପ ଅନୁଭବ କରିବା ପରେ ଘରୁ ବାହାରକୁ ବାହାରି ଆସିଥିଲେ । ଅଧିକାରୀମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ବ୍ରହ୍ମପୁତ୍ରର ଦକ୍ଷିଣ କୂଳରେ ଅବସ୍ଥିତ ମୋରିଗାଓଁ ଜିଲ୍ଲାରେ 50 କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଆସାମରେ ଥିଲା ।
An earthquake with a magnitude of 3.9 on the Richter Scale hit Gomati, Tripura, at 03:33:32 IST today: National Centre for Seismology (NCS) pic.twitter.com/8tyI5DSAxt
— ANI (@ANI) January 4, 2026
ପଡୋଶୀ ଆସାମର କାମରୁପ ମହାନଗର, ନାଗାଓଁ, ପୂର୍ବ କାର୍ବି ଆଙ୍ଗଲଙ୍ଗ, ପଶ୍ଚିମ କରବି ଆଙ୍ଗଲଙ୍ଗ, ହୋଜାଇ, ଦିମା ହାସାଓ, ଗୋଲାଘାଟ, ଜୋରହାଟ, ସିଭାସାଗର, ଚାରାଏଡୋ, କାଚର, କରିମଗଞ୍ଜ, ହାଇଲାକାଣ୍ଡି, ଧୁବ୍ରି, ଦକ୍ଷିଣ ସଲିମାରା-ମାନକଚର, ଏବଂ ଗୋଲପାରାରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ । ଏହି କମ୍ପନ ବ୍ରହ୍ମପୁତ୍ରର ଉତ୍ତର କୂଳରେ ଅବସ୍ଥିତ ଦାରୁଙ୍ଗ, ତମୁଲପୁର, ସୋନୀତପୁର, କାମ୍ରୁପ, ବିଶ୍ୱନାଥ, ଉଦଲଗୁରୀ, ନାଲବାରୀ, ବାଜାଲି, ବାରପେଟା, ବକସା, ଚିରାଙ୍ଗ, କୋକରାଜ, ବଙ୍ଗାଇଗାଓଁ ଏବଂ ଲକ୍ଷ୍ମପୁରରେ ମଧ୍ୟ ଅନୁଭୂତ ହୋଇଥିଲା ।
EQ of M: 5.1, On: 05/01/2026 04:17:40 IST, Lat: 26.37 N, Long: 92.29 E, Depth: 50 Km, Location: Morigaon, Assam.
— National Center for Seismology (@NCS_Earthquake) January 4, 2026
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/6HvwbZHFTZ
କେନ୍ଦ୍ରୀୟ-ପଶ୍ଚିମ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳ, ସମଗ୍ର ମେଘାଳୟ ଏବଂ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ, ମଧ୍ୟ-ପୂର୍ବ ଭୁଟାନ, ଚୀନ୍ର କିଛି ଅଂଶ ଏବଂ ବାଂଲାଦେଶରେ ମଧ୍ୟ କମ୍ପନ ହୋଇଛି । ଉତ୍ତର-ପୂର୍ବ ଅଞ୍ଚଳ ଏକ ଉଚ୍ଚ ଭୂକମ୍ପ ଅଞ୍ଚଳରେ ପଡିଥାଏ, ଯେଉଁ କାରଣରୁ ଭୂକମ୍ପ ଭୟ ସର୍ବଦା ଏଠାରେ ରହିଥାଏ ।
ତ୍ରିପୁରାରେ ମଧ୍ୟ ଅନୁଭୂତ
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ସୋମବାର ସକାଳେ ତ୍ରିପୁରାରେ 3.9 ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ସୋମବାର ଭୋର ପ୍ରାୟ 3:33 ମିନିଟରେ 54 କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା ।
EQ of M: 2.7, On: 04/01/2026 08:21:22 IST, Lat: 25.53 N, Long: 91.20 E, Depth: 10 Km, Location: West Khasi Hills, Meghalaya.
— National Center for Seismology (@NCS_Earthquake) January 4, 2026
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/hOgxrBYSJN
ଭୁଟାନ, ଚୀନ ଏବଂ ବାଂଲାଦେଶରେ ଭୂକମ୍ପ:
ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସମେତ, କେନ୍ଦ୍ରୀୟ-ପୂର୍ବ ଭୁଟାନ, ଚୀନ ଏବଂ ବାଂଲାଦେଶରେ ଭୂମିକମ୍ପର ଝଟକା ଲାଗିଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:- 5.7 ତୀବ୍ରତା ଭୂମିକମ୍ପରେ ଥରିଲା କୋଲକାତା
ଏହା ମଧ୍ୟ ପଢ଼ନ୍ତୁ:- ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆଣ୍ଡାମାନ-ଜାପାନ, ସୁନାମୀ ଆଲର୍ଟ

