ETV Bharat / bharat

ମହାରାଷ୍ଟ୍ରରେ 56 ନାବାଳିକା ଗର୍ଭବତୀ, ଜଣେ ଅବିବାହିତ

ନାବାଳିକା ମାନେ ପ୍ରେମିକଙ୍କ ସହ ପଳାୟନ କରି ବିବାହ କରିବା ଏହାର କାରଣ ବୋଲି ଅଧିକାରୀମାନେ କହିଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀମାନେ ସର୍ଭେ କରିବା ସମୟରେ ଏପରିତଥ୍ୟ ସାମ୍ନାକୁ ଆସିଛି ।

Representational photo
Representational photo (Getty Images)
author img

By ETV Bharat Odisha Team

Published : January 8, 2026 at 4:46 PM IST

2 Min Read
Choose ETV Bharat

ରିପୋର୍ଟ: ରବିନ୍ଦ୍ର ମହାଲେ

ଅହଲ୍ୟାନଗର (ମହାରାଷ୍ଟ୍ର): ମହାରାଷ୍ଟ୍ରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ ଅହଲ୍ୟାନଗରର ଜିଲ୍ଲାର ଆକୋଲେ ତାଲୁକାରେ 56 ଜଣ ନାବାଳିକା ଗର୍ଭବତୀ ଥିବା ଜାଣିବାକୁ ପାଇଛନ୍ତି । ଯେଉଁଥିରେ ଜଣେ ଅବିବାହିତ ମଧ୍ୟ ରହିଛନ୍ତି । ନାବାଳିକା ମାନେ ପ୍ରେମିକଙ୍କ ସହ ପଳାୟନ କରି ବିବାହ କରିବା ଏହାର କାରଣ ବୋଲି ଅଧିକାରୀମାନେ କହିଛନ୍ତି ।

ଇଟିଭି ଭାରତ ଜାଣିବାକୁ ପାଇଛି ଯେ ଅଙ୍ଗନବାଡି କର୍ମୀ ମାନେ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଗାଁ ଗୁଡିକୁ ଯାଇ ଘରେ ଘରେ ସର୍ଭେ କରୁଥିଲେ । ସେହି ସମୟରେ 56 ଜଣ ଝିଅଙ୍କୁ ପାଇଲେ ଯେଉଁମାନଙ୍କ ମଧ୍ୟରେ କିଛି ଝିଅ ପ୍ରସବ ମଧ୍ୟ କରିଛନ୍ତି । ସେହି ଝିଅମାନଙ୍କ ମଧ୍ୟରୁ କିଛି ନାବାଳିକା ମାଆ ହୋଇଥିବାରୁ ସରକାରୀ ରେକର୍ଡରେ ସେମାନଙ୍କ ଗର୍ଭଧାରଣ କିମ୍ବା ପ୍ରସବର କୌଣସି ରେକର୍ଡ ନାହିଁ ।

ରାଜ୍ୟ ସରକାର ମହିଳା ଓ ଶିଶୁ ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଏବେ ଆକୋଲେ ତାଲୁକାରେ ବାଲ୍ୟ ବିବାହ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ସମର୍ଥ ଏନଜିଓର ସାମାଜିକ କର୍ମୀ ଏବଂ ଆକୋଲେ ତାଲୁକା ଶିଶୁ ସୁରକ୍ଷା କମିଟିର ସଦସ୍ୟ ଶ୍ରୀନିବାସ ଅଶୋକ ରେଣୁକଦାସ କହିଛନ୍ତି ଯେ ନାବାଳିକା ଗର୍ଭଧାରଣାର ଏକ ମୁଖ୍ୟ କାରଣ ହେଉଛି ବିବାହ ପାଇଁ ଝିଅ ମାନେ ପ୍ରେମିକ ସହ ପଳାୟନ କରୁଛନ୍ତି । " ଝିଅମାନେ ଧରିକି ପଳାଇଯାଇ ବିବାହ କରିବା ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଦୁଇ ଦିନରେ ତାଲୁକାରେ ଗୋଟିଏ ଝିଅ ବିବାହ ପାଇଁ ପଳାଇଯାଏ । ଆମ ସଂଗଠନ ସମର୍ଥ ପ୍ରଶାସନର ସହାୟତା ସହିତ ଗତ 5 ବର୍ଷ ମଧ୍ୟରେ ଆକୋଲେ ତାଲୁକାରେ 500ରୁ ଅଧିକ ବାଲ୍ୟବିବାହକୁ ରୋକିଛି । "

ଆକୋଲେ ତାଲୁକର ମହିଳା ଓ ଶିଶୁ ବିକାଶ ବିଭାଗ ବର୍ତ୍ତମାନ ଦୁଇଟି ପ୍ରକଳ୍ପ କାର୍ଯ୍ୟ କରୁଛି । ଗୋଟିଏ ରାଜୁରରେ ଓ ଗୋଟିଏ ଆକୋଲେରେ । ଆକୋଲେ ପ୍ରକଳ୍ପରେ 11 ପର୍ଯ୍ୟବେକ୍ଷକ ଓ 326 ଜଣ ଅଙ୍ଗନବାଡି କର୍ମୀ ରହିଛନ୍ତି । ଅଙ୍ଗନବାଡି କର୍ମୀ ପ୍ରତି ମାସରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ ସର୍ଭେ କରୁନ୍ତି, ପରେ ସେ ଅନୁସାରେ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯାଏ ।

ରୋଣୁକା ଦାସ ଇଟିଭି ଭାରତକୁ କହିଛନ୍ତି ଯେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହି ସମସ୍ୟା ଉପରେ ଧ୍ୟାନ ଦେଉଛି । ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ଗଠନ କରିବାକୁ ପରାମର୍ଶ ଦେଇଛନ୍ତି । ଆକୋଲେରେ ବାଲ୍ୟ ବିବାହ ରୋକିବା ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମହିଳା ଏବଂ ଶିଶୁବିକାଶ ବିଭାଗର ପ୍ରକଳ୍ପ ଅଧିକାରୀ ଅର୍ଚ୍ଚନାଙ୍କ ଅନୁଯାୟୀ, ଆଶ୍ଚର୍ଯ୍ୟର କଥା ଯେ ଗତ ତିନି ମାସରେ ଆମେ 55 ଜଣ ନାବାଳିକା ବିବାହିତ ଝିଅ ଏବଂ ଗୋଟିଏ ଅବିବାହିତ ଝିଅ ଗର୍ଭବତୀ ଥିବା ଜାଣଇବାକୁ ପାଇଛୁ । ବାଲ୍ୟ ବିବାହ ଅନେକ ସ୍ବାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ।"

ଇନ୍ଦିରା କଂଗ୍ରେସ କମିଟିର ରାଜ୍ୟ ଉପାଧିକ୍ଷ ଗିରିଜା ପିଚାଡି କହିଛନ୍ତି ଯେ ଏହି ପ୍ରଥାକୁ ରୋକିବା ପାଇଁ ସେମାନେ ଆକୋଲେ ତହସିଲଦାର, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷାଙ୍କ ନିକଟରେ ଏନେଇ ଅଭିଯୋଗ କରିଛୁ ।

ବନ୍ଦେ ଭାରତରେ 'ଭାରତ ଭବିଷ୍ୟତ'କୁ ଖୋଜି ପାଇଲେ ଶଶି ଥରୁର; ଏକ୍ସରେ ସେୟାର କଲେ ଯୁବ ପ୍ରତିଭାଙ୍କ କାହାଣୀ

ପତ୍ନୀ ରୋଷେଇ ନକଲେ, କ୍ରୁରତା ଭାବେ ଗ୍ରହଣ କରାଯିବନି: ଛାଡପତ୍ର ମାମଲା ଖାରଜ କଲେ ହାଇକୋର୍ଟ