ETV Bharat / bharat

କାନପୁରରେ ତାଲିମ ବିମାନ 'ଟେକନମ୍‌' ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ୍‌ ମୃତ

ଉତ୍ତରପ୍ରଦେଶ କାନପୁର ଗର୍ଗ ଆଭିଏସନ୍ ତାଲିମ କେନ୍ଦ୍ରରୁ ଉଡ଼ାଣ ଭରିବାର 20 ମିନିଟ୍ ପରେ ତାଲିମ କେନ୍ଦ୍ରକୁ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାଲିମ ବିମାନ ଟେକନମ୍‌ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : August 27, 2026 at 2:11 PM IST

1 Min Read
Choose ETV Bharat

Aircraft Crashes କାନପୁର (ଉତ୍ତରପ୍ରଦେଶ): କାନପୁର ସହର ଉପକଣ୍ଠରେ ବିମାନ ଦୁର୍ଘଟଣା । ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ଟ୍ରେନି ପାଇଲଟ୍ ଏବଂ ଜଣେ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ପ୍ରାଥମିକ ତଦନ୍ତରୁ ଅଧିକାରୀମାନେ କହିଛନ୍ତି ଯେ, ବିମାନଟି ନିୟନ୍ତ୍ରଣ ହରାଇବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

2 ପାଇଲଟ୍‌ଙ୍କ ମୃତ୍ୟୁ:

ଆଜି ସକାଳେ କାନପୁର ସିଭିଲ୍ ବିମାନବନ୍ଦରରୁ ଗଙ୍ଗା ବ୍ୟାରେଜ୍ ନିକଟରେ ପ୍ରାୟ 5 ନଟିକାଲ ମାଇଲ ଦୂରରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଜୋରଦାର ବିସ୍ଫୋରଣ ସହିତ ତାଲିମ ବିମାନ ଟେକନମ୍‌ P2006T ଟ୍ବିନ-ଇଞ୍ଜିନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାଟି ସକାଳ ପ୍ରାୟ 11.50 ସମୟରେ ଘଟିଛି​​ । ଦୁର୍ଘଟଣାରେ ଗୁଜୁରାଟର ପ୍ରଶିକ୍ଷକ ସଚିନ ଭାଟିଆ ଏବଂ କର୍ଣ୍ଣାଟକର ଟ୍ରେନି ପାଇଲଟ୍ ଅଭିଷେକ ପୂଜାରୀଙ୍କ ମୃତ୍ୟୁ ହୋଇଛି ।

Training Aircraft Crashes In Kanpur
କାନପୁରରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ (ETV Bharat)

ପୋଲିସ କମିଶନର ରଘୁବୀର ଲାଲଙ୍କ ସୂଚନା ଅନୁସାରେ, ସକାଳ 11.30 ମିନିଟରେ ବିମାନଟି କାନପୁରର ଗର୍ଗ ଆଭିଏସନ୍ ତାଲିମ କେନ୍ଦ୍ରରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା । 20 ମିନିଟ୍ ପରେ ତାଲିମ କେନ୍ଦ୍ରକୁ ଫେରିବା ପାଇଁ ଉଡ଼ାଣ କରିଥିବା ବେଳେ 11.50ରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳ ନିକଟରେ ଭଗ୍ନାବଶେଷ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ପାଇ, କାନପୁର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାର ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିଲେ । ସିଏଫଓଙ୍କ ଉପସ୍ଥିତିରେ, ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ପୋଲିସ ବିମାନର ଭଗ୍ନାବଶେଷରୁ ଉଭୟ ପାଇଲଟଙ୍କୁ ବାହାର କରାଯାଇଥିଲା ।

Training Aircraft Crashes In Kanpur
କାନପୁରରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ (ETV Bharat)

ଅଧିକାରୀମାନେ କହିଛନ୍ତି ଯେ, ତାଲିମ ବିମାନକୁ 2023 ମସିହାରେ କେନ୍ଦ୍ରକୁ ଅଣାଯାଇଥିଲା । ଘଟଣା ବିଷୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ଅବଗତ କରାଯାଇଛି । ପୋଲିସ କହିଛି ଯେ, DGCA ବିମାନର ଉଡ଼ାଣ ଯୋଗ୍ୟତା, ରକ୍ଷଣାବେକ୍ଷଣ ରେକର୍ଡ ଏବଂ ଅନ୍ୟାନ୍ୟ ବୈଷୟିକ ଦିଗ ଯାଞ୍ଚ କରିବ ।

Training Aircraft Crashes In Kanpur
କାନପୁରରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ (ETV Bharat)

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସେ ମୃତ ଦୁଇଜଣଙ୍କ ଆତ୍ମାର ସତଗତି କାମନା କରିବା ସହ ପରିବାରକୁ ଏହି ଅପାର କ୍ଷତି ସହିବା ପାଇଁ ଶକ୍ତି ପ୍ରଦାନ କରିବା ଲାଗି ପ୍ରାର୍ଥନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....

ବାରାମତିରେ ପୁଣି ବିମାନ ଦୁର୍ଘଟଣା, ଟ୍ରେନର ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ

ମଝି ଆକାଶରେ ଫସିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଅବତରଣ କରିପାରିଲାନି ବିମାନ