ବାଲୁକା କଳାରେ ପ୍ରଧାନମନ୍ତ୍ରୀ ମୋଦି - INTERNATIONAL YOGA DAY 2025

🎬 Watch Now: Feature Video

thumbnail

By ETV Bharat Odisha Team

Published : June 21, 2025 at 10:08 AM IST

1 Min Read

Puri Beach Yoga Day Sculpture: ପୁରୀ: ଆଜି ହେଉଛି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶରୀରର ପାଇଁ ବେଶ୍ ଉପକାରୀ । ନିୟମିତ ଯୋଗ କଲେ ମାନସିକ ଶାନ୍ତି ମିଳିବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଏହି ବାର୍ତ୍ତା ସାରା ବିଶ୍ଵବାସୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜୁନ 21 ତାରିଖକୁ ସାରା ବିଶ୍ଵରେ 'ଯୋଗ ଦିବସ' ଭାବେ ପାଳନ କରାଯାଉଛି । 2014 ମସିହାରୁ ମିଳିତ ଜାତିସଂଘର ଘୋଷଣା ପରେ ସାରା ବିଶ୍ଵବାସୀ ଜୁନ 21କୁ ବିଶ୍ଵ ଯୋଗ ଦିବସ ଭାବେ ପାଳନ କରାଯାଉଛି । ତେବେ ଯୋଗ ହେଉଛି ଭାରତର ଏକ ପୂରାତନ ଶିକ୍ଷା । ଭାରତରୁ ଯୋଗର ସୃଷ୍ଟି । ଏହା ଏବେ ସାରା ବିଶ୍ଵରେ ବେଶ ଲୋକପ୍ରିୟତା ହାସଲ କରିଛି । 

ଏହା ମଧ୍ୟ ପଢ଼ନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ - PM INTERNATIONAL YOGA DAY

ଯୋଗ ମୁଦ୍ରାରେ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ କରାଯିବ ଯୋଗ - ODISHA CM YOGA DAY

ବିଶେଷ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁତ୍ ଉଦ୍ୟମ ରହିଛି । 2014ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ଯୋଗୁ ଜୁନ 21 ତାରିଖକୁ ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଆସୁଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି ରହିଛି । ଯୋଗକୁ ସାରା ବିଶ୍ଵବାସୀ ଗ୍ରହଣ କରିବାକୁ ସେ ତାଙ୍କ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କରୁଥିବାର ପ୍ରତିକୃତି ସହିତ ଯୋଗର ବିଭିନ୍ନ ମୁଦ୍ରା ଏହି ବାଲୁକା ଚିତ୍ରକଳାରେ ପ୍ରଦର୍ଶିତ କରଯାଇଛି । ସୁଦର୍ଶନଙ୍କ ବାଲୁକା କଳା ମାନସିକ ଶାନ୍ତି ପାଇଁ ଯୋଗ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.