ବାଲୁକା ଚିତ୍ରକଳାରେ ସ୍ନାନଯାତ୍ରା ଶୁଭେଚ୍ଛା - SAND ART FOR SNANA YATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : June 10, 2025 at 10:19 PM IST

1 Min Read

ପୁରୀ: ବାଲୁକା ଚିତ୍ରକଳାରେ ସ୍ନାନ ଯାତ୍ରା ଶୁଭେଚ୍ଛା ବାର୍ତ୍ତା । ପବିତ୍ର ସ୍ନାନଯାତ୍ରା ଅବସରରେ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ଏକ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ବାଲୁକା ଚିତ୍ରକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ଝଲକ ସେ ଦର୍ଶାଇଛନ୍ତି । ବାଲିରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ପ୍ରଭୁ ବଲଭଦ୍ର, ଦେବୀ ସୁଭଦ୍ରାଙ୍କ ସହିତ 108 କଳସକୁ ସ୍ଥାନ ଦିଆଯାଇଛି । ଏହି କଳାକୃତି ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜାଣିଥିଲା । 

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ । ସ୍ନାନ ମଣ୍ଡପରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ସମସ୍ତ ନୀତିକାନ୍ତି । ଏଥିସହିତ ଜଳଲାଗି, ହାତୀବେଶ ମଧ୍ୟ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.