ସ୍ନାନବେଦୀରେ ଶ୍ରୀଜିଉ, ପୁରୀରୁ ଦେଖନ୍ତୁ ସିଧାପ୍ରସାରଣ - SNANA YATRA 2025
🎬 Watch Now: Feature Video


Published : June 11, 2025 at 7:01 AM IST
|Updated : June 12, 2025 at 7:07 AM IST
1 Min Read
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନମଣ୍ଡପ ଛାଡି ସ୍ନାନବେଦୀରେ ଶ୍ରୀଜିଉ । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । 15 ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ । ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ପ୍ରଭୁ ବଳଭଦ୍ର । ଏହି ପବିତ୍ର ଦିବ୍ୟସ୍ନାନର ସାକ୍ଷୀ ହେବାକୁ ପୁରୀ ବଡଦାଣ୍ଡ ଲୋକାରଣ୍ୟ ହୋଇଉଠିଛି । ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାନିଧ୍ୟ ଲାଭ କରିଛି ଭକ୍ତର ଆତୁର ନୟନ । ଦେଖନ୍ତୁ ପୁରୀରୁ ଏହାର ସିଧାପ୍ରସାରଣ....ସୌଜନ୍ୟ: DD
Last Updated : June 12, 2025 at 7:07 AM IST