ନୂଆ ପିସିସି ସଭାପତିଙ୍କ ନୂଆପଡ଼ା ଗସ୍ତ,'ଭୁବନେଶ୍ବରରୁ ପୁରୀ ପଦଯାତ୍ରା କରିବ କଂଗ୍ରେସ' - PCC PRESIDENT VISIT NUAPADA

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 16, 2025, 9:22 AM IST

ନୂଆପଡ଼ା: ରାଜ୍ଯରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ଦୃଢ କରିବାକୁ ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରୟାସ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଏବେଠାରୁ ସଜବାଜ ଆରମ୍ଭ କଲାଣି କଂଗ୍ରେସ । ଲୋକଙ୍କ ସହ ଯୋଡି ହେବା ପାଇଁ ପିସିସି ସଭାପତିଙ୍କ ନେତୃତ୍ବରେ ଆଗାମୀ ୧୮ ତାରିଖରେ ଭୁବନେଶ୍ବରରୁ ପୁରୀ ପଦଯାତ୍ରା କରିବେ ହଜାର ହଜାର କଂଗ୍ରେସ କର୍ମୀ । ନୂଆ ପିସିସି ସଭାପତି ଭାବରେ ନିଯୁକ୍ତ ହେବା ପରେ ଭକ୍ତ ଚରଣ ଦାସ ପ୍ରଥମ କରି ନୂଆପଡା ଜିଲ୍ଲା ଗସ୍ତ କରି ଏଭଳି କହିଛନ୍ତି ।

ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, "ଓଡ଼ିଶା ରାଜନୀତିରେ ବିରାଟ ପରିବର୍ତ୍ତନ ହେବ । କଂଗ୍ରେସ ଗାଁଗାଁ ଘରେ ଘରେ ପହଞ୍ଚିବ । ଚାଷୀ, ମହିଳା, ବେକାରୀ ଯୁବକ, ଆଦିବାସୀ ଓ ପଛୁଆ ବର୍ଗମାନଙ୍କ ସମସ୍ୟାକୁ ନେଇ କଂଗ୍ରେସ ଲଗାତାର କାମ କରିବ । ଆସନ୍ତା ୧୮ ତାରିଖରେ ଭୁବନେଶ୍ବରରୁ ପୁରୀକୁ ୨ ଦିନ ୨ ରାତି ଧରି ୬୪ କିମି ପଦଯାତ୍ରା କରାଯିବ । ପୁରୀ ଯାଇ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବୁ । ଆଗାମୀ ଦିନରେ କଂଗ୍ରେସ ଏକ ହୋଇ ଲୋକଙ୍କ ପାଇଁ କାମ କରିବ ଏବଂ ଲଗାତାର ଲୋକଙ୍କ ପାଖରେ ପହଞ୍ଚିବ । ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳର ସ୍ଥିତି ଭଲ ରହିବ ।" ପିିସିସି ସଭାପତିଙ୍କ ନୂଆପଡ଼ା ଗସ୍ତବେଳେ ଖଡିଆଳ ଥାନା ଛକଠାରେ କଂଗ୍ରେସ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । କଂଗ୍ରେସ ନେତା କମଲ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଶହଶହ କଂଗ୍ରେସ କର୍ମୀ ଓ ନେତା ଥାନା ଛକଠାରେ ଏକତ୍ରିତ ହୋଇ ଭକ୍ତ ଦାସଙ୍କୁ ବାଦ୍ୟ ବଜାଇବା ସହ ବାଣ ଫୁଟାଇ ସ୍ବାଗତ କରିଥିଲେ । 

             ଏହା ମଧ୍ୟ ପଢ଼ନ୍ତୁ..

9 ମାସ ପରେ ଦଳକୁ ଫେରିଲେ ସୁର, କାନ୍ଦି କାନ୍ଦି କହିଲେ କଂଗ୍ରେସ ଭବନ ମୋର ମନ୍ଦିର

ପିସିସି ମୁଖିଆ ହେଲେ ଭକ୍ତ ଦାସ; କଳାହାଣ୍ଡିରେ ଉତ୍ସବ ମାହୋଲ, କଂଗ୍ରେସ ମଜଭୁତ ହେବ କହିଲେ ସୋଫିଆ

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.