ଅଙ୍ଗଦାନ କରିବେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି - organ donation day celebration

By ETV Bharat Odisha Team

Published : Aug 6, 2024, 4:26 PM IST

thumbnail
NATIONAL ORGAN DONATION DAY CELEBRATION (ETV Bharat Odisha)

କଟକ: ଅଙ୍ଗଦାନ ନେଇ ଘୋଷଣା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରି ଶରଣ ସିଂହ । ଏସସିବି ମେଡ଼ିକାଲ କଲେଜ ପରିସରରେ ଆୟୋଜିତ ଜାତୀୟ ଅଙ୍ଗଦାନ ଦିବସ ପାଳନ ଅବସରରେ ସେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ଘୋଷଣା କରିବା ସହିତ ଏଥିପାଇଁ ସମସ୍ତଙ୍କୁ ଆଗକୁ ଆସିବାକୁ ଆହ୍ୱାନ ଦେଇଛନ୍ତି । ଏସସିବିର ୟୁରୋଲୋଜି, ନେଫରୋଲୋଜି ବିଭାଗ, ସୋଟୋ ଓ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେରେ 3 ଦିନ ଧରି ଚାଲିଥିବା ଜାତୀୟ ଅଙ୍ଗଦାନ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରି ଶରଣ ସିଂହ, ସଂମ୍ମାନିତ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ଯୋଗ ଦେଇଥିଲେ । 

ଏହି ଅବସରରେ ଆସନ୍ତା ବର୍ଷ ଠାରୁ ଏମବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ଓ ପ୍ରତିରୋପଣ ବିଷୟକୁ ସ୍ଥାନ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ରାଜ୍ୟ ସରକାର ଅଙ୍ଗଦାନ ଅଭିଯାନକୁ ତ୍ୱରାନ୍ୱିତ କରିବା ସହିତ ପ୍ରତିରୋପଣ ପାଇଁ ଆଗାମୀ ଦିନରେ ମେଡିକାଲରେ ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଅଙ୍ଗଦାନ କରିଥିବା ପରିବାରଙ୍କୁ ସମ୍ମାନିତ   କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ଅଙ୍ଗଦାନ କରି ଅମର କୁନିପୁଅ ପ୍ରତ୍ୟୁଷ, ସବୁଦିନ ରହିବେ ଜୀବିତ - 21 month old child organ donate


ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.