ବରିଷ୍ଠ ଅଭିନେତା ମନୋଜ କୁମାରଙ୍କୁ ବାଲୁକା ଆନିମେସନରେ ଶ୍ରଦ୍ଧାଞ୍ଜଳି - TRIBUTE TO ACTOR MANOJ KUMAR

🎬 Watch Now: Feature Video

thumbnail

By ETV Bharat Odisha Team

Published : April 5, 2025 at 5:07 PM IST

1 Min Read

ପୁରୀ: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଭେଟେରାନ ଅଭିନେତା ମନୋଜ କୁମାରଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି । ବାଲୁକା ଆନିମେସନରେ ମନୋଜ କୁମାରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ମାନସ । ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବାଲୁକା ଆନିମେସନରେ ଲେଖିଛନ୍ତି 'RIP Manoj Kumar Ji' ।

ଏହି ବାଲୁକା ଆନିମେସନ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ମନୋଜ କୁମାର ଏକା ଧାରାରେ ଜଣେ ଅଭିନେତା, ଫିଲ୍ମ ନିର୍ଦ୍ଦେଶକ, ଗୀତିକାର,ସ୍କ୍ରିନ୍‌ ରାଇଟର୍‌ (screenwriter)ଏବଂ ଏଡିଟର୍‌ ଥିଲେ । ତାଙ୍କର ଦେଶଭକ୍ତି ଫିଲ୍ମ ଗୁଡିକ ବହୁତ ଉଚ୍ଚକୋଟୀର ଥିଲା । ଦର୍ଶକଙ୍କ ପାଖରେ ସେ ଭରତ କୁମାର ନାମରେ ବେଶ ପ୍ରସିଦ୍ଧ ଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...

ପଞ୍ଚଭୂତରେ ଲୀନ ହେଲେ ମନୋଜ କୁମାର, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ

ହରିକୃଷ୍ଣ ଗୋସ୍ୱାମୀ-ମନୋଜ କୁମାର-ଭାରତ କୁମାର ଯାଏଁ..ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ପରିଚୟ ବନାଇଥିଲେ ଅଭିନେତା?

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.