ETV Bharat / technology

ୟୁଟ୍ୟୁବ୍‌ ଆଣିଲା ନୂଆ AI ଟୁଲ୍‌; ଏଣିକି ମାଗଣା ମ୍ୟୁଜିକ୍‌ ଜେନେରେଟ୍‌ କରିବେ କ୍ରିଏଟର - FREE AI MUSIC MAKING TOOL

ଏବେ ୟୁଟ୍ୟୁବ୍‌ କ୍ରିଏଟରଙ୍କୁ ନିଜ ଭିଡିଓ ଲାଗି କୌଣସି ଉପଯୁକ୍ତି ମ୍ୟୁଜିକ୍‌ ଖୋଜିବାର ଆବଶ୍ୟକ ନାହିଁ । ସହଜରେ ଏହି ଏଆଇ ଟୁଲ୍‌ ତାହା କରିପାରିବ । ଅଧିକ ପଢନ୍ତୁ

YouTube
YouTube (File Photo)
author img

By ETV Bharat Tech Team

Published : April 15, 2025 at 5:21 PM IST

1 Min Read

ହାଇଦ୍ରାବାଦ: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଏହାର କ୍ରିଏଟରଙ୍କ ପାଇଁ ଏକ ନୂତନ ଫିଚର ଆଣିଛି ଯାହା ହେଉଛି ଏକ AI ଚାଳିତ ସଂଗୀତ ତିଆରି ଉପକରଣ (AI Tool) । ଏହି ଏଆଇ ଟୁଲ୍‌ଟି ୟୁଟ୍ୟୁବ କ୍ରିଏଟରମାନଙ୍କୁ ସେମାନଙ୍କ ଭିଡିଓ ଲାଗି କଷ୍ଟମ୍ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ସହଜରେ ତିଆରି କରିବାକୁ ଅନୁମତି ଦେଇଥାଏ । ଯାହାଦ୍ବାରା କ୍ରିଟଏରଙ୍କୁ ଆଉ ଆଗକୁ କୌଣସି ଟ୍ରାକ୍ ଖୋଜିବାକୁ ବା କପିରାଇଟ୍ ସମସ୍ୟାକୁ ନେଇ ଚିନ୍ତିତ ହେବାକୁ ପଡ଼ିବ ନାହିଁ ।

ଏହି ଅପଡେଟ୍‌ ୟୁଟ୍ୟୁବ୍‌ର କ୍ରିଏଟର ଇନସାଇଡର୍ ଚ୍ୟାନେଲରେ ପୂର୍ବ ସପ୍ତାହରେ ସେୟାର କରାଯାଇଥିଲା । ଏହା ୟୁଟ୍ୟୁବର କ୍ରିଏଟର ମ୍ୟୁଜିକ୍ ମାର୍କେଟପ୍ଲେସର ଏକ ଅଂଶ, ଯାହା 2023ରେ କ୍ରିଏଟରଙ୍କୁ ସେମାନଙ୍କ ଭିଡିଓ ପାଇଁ ଲାଇସେନ୍ସପ୍ରାପ୍ତ ସଙ୍ଗୀତ ଖୋଜିବାରେ ସାହାଯ୍ୟ କରିବାକୁ ଆରମ୍ଭ କରାଯାଇଥିଲା । ଏହି AI ମ୍ୟୁଜିକ୍ ଟୁଲ୍ ସହିତ କ୍ରିଏଟରଙ୍କ ନିକଟରେ ଆଉ ଏକ ବିକଳ୍ପ ଉପଲବ୍ଧ ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ମାଗଣା ।

କେମିତି କାମ କରେ ଏହି ଫିଚର ?

  • ଯେଉଁ କ୍ରିଏଟରଙ୍କ ନିକଟରେ Creator Music ଆକ୍ସେସ ଅଛି ସେମାନେ ବର୍ତ୍ତମାନ 'Music Assistant' ନାମକ ଏକ ନୂତନ ଟ୍ୟାବ୍ ଦେଖିବେ ।
  • ଏହା ଭିତରେ ଏକ ଟେକ୍ସଟ୍ ବକ୍ସ ଅଛି ଯେଉଁଠାରେ ଆପଣ ଖୋଜୁଥିବା ଯେକୌଣସି ପ୍ରକାରର ସଙ୍ଗୀତକୁ ଟାଇପ୍ କରିପାରିବେ ।
  • ଆପଣ ଯେପରି ମ୍ୟୁଜିକ୍‌ ଜେନେରେଟ୍‌ କରିବାକୁ ଚାହୁଁଛନ୍ତି ଉଦାହରଣ ସ୍ବରୂପ (ମୁଡ୍‌, ଇନଷ୍ଟ୍ରୁମେଣ୍ଟ) ଟାଇପ୍‌ କରିବେ ।
  • ଯଦି ଆପଣ କ’ଣ ଲେଖିବେ ଜାଣିପାରୁନାହାନ୍ତି, ତେବେ ୟୁଟ୍ୟୁବ୍ ଆପଣଙ୍କୁ କିଛି ପ୍ରମ୍ପ୍ଟ ସହିତ ପରାମର୍ଶ ଦେଇଥାଏ ।
  • ଥରେ ଆପଣ ଆପଣଙ୍କର ପସନ୍ଦକୁ ପ୍ରବେଶ କରିବା ମାତ୍ରେ AI ଶୀଘ୍ର କିଛି ମ୍ୟୁଜିକ୍ ଟ୍ରାକ୍ ସୃଷ୍ଟି କରେ ।
  • ତା'ପରେ ଆପଣ ସେଗୁଡିକୁ ଡାଉନଲୋଡ୍ କରିପାରିବେ ଏବଂ କୌଣସି କପିରାଇଟ୍ ଚିନ୍ତା ବିନା ଆପଣଙ୍କର ଭିଡିଓରେ ବ୍ୟବହାର କରିପାରିବେ ।
FREE AI MUSIC MAKING TOOL
FREE AI MUSIC MAKING TOOL (YouTube)

ୟୁଟ୍ୟୁବ୍ କହିଛି ଯେ ଏହି ନୂତନ ଫିଚର ଧିରେ ଧିରେ ରୋଲ୍‌ ଆଉଟ୍‌ ହେଉଛି । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କିଛି କ୍ରିଏଟରଙ୍କ ନିକଟରେ ଏହା ଉପଲବ୍ଧ ହୋଇଛି । ପରବର୍ତ୍ତୀ ସମୟରେ ଏହା ସମସ୍ତ କ୍ରିଏଟରଙ୍କ ନିକଟରେ ଉପଲବ୍ଧ ହେବ । ପ୍ଲାଟଫର୍ମ କହିଛି ଯେ ଏହି ନୂତନ ଫିଚର କ୍ରିଏଟରଙ୍କ ପାଇଁ ସେମାନଙ୍କ ବିଷୟବସ୍ତୁ ପାଇଁ ଉପଯୁକ୍ତ ସାଉଣ୍ଡଟ୍ରାକ୍ ଖୋଜିବା ବା ସୃଷ୍ଟି କରିବାକୁ ଆହୁରି ସହଜ କରିବ ।

ଏହା ବି ପଢନ୍ତୁ
  1. Youtube ଆଣିଲା ନୂଆ ପ୍ରିମିୟମ ଲାଇଟ୍‌ ପ୍ଲାନ; ଏବେ ଶସ୍ତାରେ ଦେଖିପାରିବେ ଆଡ୍‌-ଫ୍ରି ଭିଡିଓ
  2. ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ କଣ ? କେମିତି ପଇସା କମାନ୍ତି ଭିଡିଓ କ୍ରିଏଟର, ଜାଣନ୍ତୁ
  3. YouTube Shortsକୁ ମିଳିଲା AI ପାୱାର; 2ମିନିଟରେ ଭିଡିଓ ବନାଇବ Veo 2

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.