ETV Bharat / technology

iOS 26 ଡେଭଲପର ବିଟା ହେଲା ଲାଇଭ୍‌; କେମିତି କରିବେ ଡାଉନଲୋଡ୍‌ ? - IOS 26 DEVELOPER BETA

ଆପଲ୍ iOS 26, iPadOS 26, macOS Tahoe 26 ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ଲଞ୍ଚ ସହିତ ଏଙି ଅପଡେଟର ଡେଭଲପର ବିଟା ଭର୍ସନକୁ ଲାଇଭ୍‌ କରିଛି । ଅଧିକ ପଢନ୍ତୁ

iOS 26
iOS 26 ଡେଭଲପର ବିଟା ହେଲା ଲାଇଭ୍‌ (Image Credits: ETV Bharat via Apple)
author img

By ETV Bharat Tech Team

Published : June 10, 2025 at 1:17 PM IST

2 Min Read

ହାଇଦ୍ରାବାଦ: ଆପଲ୍‌ ଆଇଫୋନ୍ ପାଇଁ ନୂଆ ସଫ୍ଟୱେର୍ ଅପଡେଟ୍ iOS 26କୁ ବାର୍ଷିକ ଇଭେଣ୍ଟ WWDC 2025ରେ ଲଞ୍ଚ କରିଛି । ଏହି ନୂତନ ଅପରେଟିଂ ସିଷ୍ଟମ୍ iPhone 17 ସିରିଜ ଲଞ୍ଚ ହେବା ପରେ ହିଁ ସମ୍ପୂର୍ଣ୍ଣ ଭାବରେ ରୋଲ୍ ଆଉଟ୍ ହୋଇପାରିବ। ଏହାପରେ iOS 26 କିଛି ନିର୍ଦ୍ଦିଷ୍ଟ ଡିଭାଇସ୍ ପାଇଁ ଉପଲବ୍ଧ ହୋଇପାରେ । ତଥାପି ଏହା ପୂର୍ବରୁ କମ୍ପାନୀ ଲାଟେଷ୍ଟ OSକୁ ଡେଭଲପର୍ ବିଟା ସଂସ୍କରଣ ପାଇଁ ଉପଲବ୍ଧ କରିଛି। ତେବେ iOS 26ର ଲଞ୍ଚ ତାରିଖ ଓ ଡେଭଲପର୍ ବିଟାକୁ କିପରି ଇନଷ୍ଟଲ୍ କରିବେ ନିମ୍ନରେ ଜାଣନ୍ତୁ ।

iOS 26ର ବିଟା ସଂସ୍କରଣ ଡେଭଲପରମାନଙ୍କ ପାଇଁ ଲାଇଭ୍ କରାଯାଇଛି । ଏହି ନୂତନ iOS ଜୁନ୍ 9, 2025ରୁ ଲାଇଭ୍ ହୋଇଛି । ଚଳିତ ବର୍ଷ ସେପ୍ଟେମ୍ବର 2025ରେ iPhone 17 ଲଞ୍ଚ ହେବା ସହିତ ଏହାକୁ ସମସ୍ତ ଆଇଫୋନ ୟୁଜରଙ୍କ ଲାଗି ଉପଲବ୍ଧ କରାଯିବ । ଏଥିଲାଗି ୟୁଜରଙ୍କୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ନିର୍ଦ୍ଦିଷ୍ଟ ୟୁଜର ଏହାର ବିଟା ଭର୍ସନର ବ୍ୟବହାର କରିପାରିବେ ।

ବିଟା ଭର୍ସନ ବ୍ୟବହାର କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ

iOS 26ର ନୂତନ ଫିଚରଗୁଡ଼ିକୁ ଶୀଘ୍ର ଜାଣିବା ପାଇଁ ବିଟା ସଂସ୍କରଣ ଏକ ଉତ୍ତମ ଉପାୟ, କିନ୍ତୁ ଏହା ସମସ୍ତଙ୍କ ପାଇଁ ନୁହେଁ । ଏହି ପର୍ଯ୍ୟାୟରେ ବଗ୍ ଏବଂ କ୍ରାସ୍ ସାଧାରଣତଃ ହୋଇଥାଏ । ତେଣୁ ଯଦି ଆପଣ ସ୍ଥିରତା ଓ ଭରସାଯୋଗ୍ୟ ଅପଡେଟ୍‌କୁ ପସନ୍ଦ କରନ୍ତି, ତେବେ ଆନୁଷ୍ଠାନିକ ଲଞ୍ଚ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହା ସେପ୍ଟେମ୍ବର 2025ରେ iPhone 17 ସହିତ ଲଞ୍ଚ ହେବ ।

iOS 26 Developer Betaକୁ କେମିତି କରିବେ ଇନଷ୍ଟଲ୍‌ ?

  • ଏଥିଲାଗି ଆପଣଙ୍କୁ Apple Developer Programରେ ଯୋଗ ଦେବାକୁ ପଡିବ, ଯାହା ମାଗଣା ।
  • Apple ID ସହିତ ସାଇନ୍ ଇନ୍ ଏବଂ ପଞ୍ଜିକରଣ କରିବା ପରେ, iPhone Settingsକୁ ଯାଆନ୍ତୁ।
  • ଏବେ General ଉପରେ କ୍ଲିକ୍ କରନ୍ତୁ ଏବଂ ତା'ପରେ Software Update ଉପରେ ଟ୍ୟାବ୍ କରନ୍ତୁ।
  • Beta Update ଉପରେ କ୍ଲିକ୍ କଲେ, iOS 26 Developer Beta ବିକଳ୍ପ ଦେଖାଯିବ, ଏହାକୁ ଚୟନ କରନ୍ତୁ।
  • ଏହା ପୂର୍ବରୁ ଡାଟା ବ୍ୟାକଅପ୍ ନିଅନ୍ତୁ, ନଚେତ୍ Beta ସଂସ୍କରଣ ଅସ୍ଥିର ହୋଇପାରେ ।

କେଉଁ ଆଇଫୋନରେ ସପୋର୍ଟ କରିବ iOS 26 ?

  • iPhone 16 ସିରିଜ
  • iPhone 15 ସିରିଜ
  • iPhone 14 ସିରିଜ
  • iPhone 13 ସିରିଜ
  • iPhone 12 ସିରିଜ

iOS 26 ଅପଡେଟ୍‌ରେ କଣ ଖାସ୍‌ ?

ଆଇଫୋନର ଏହି ଲାଟେଷ୍ଟ ଅପରେଟିଂ ସିଷ୍ଟମ iOS 26ରେ ଅନେକ ଉନ୍ନତ ଫିଚର ସହିତ ଆସିଛି । ଯେଉଁଥିରେ ଲିକ୍ବିଡ୍‌ ଗ୍ଲାସ ଡିଜାଇନ, ଆପଲ୍‌ ଇଣ୍ଟେଲିଜେନ୍ସ, ମେସେଜିଂ ଅପଗ୍ରେଡ୍‌, ଆପଲ୍‌ ଗେମ୍ସ ଆପ୍‌, କାରପ୍ଲେ, ମ୍ୟାପ୍ସ, ଆପଲ୍‌ ମ୍ୟୁଜିକ୍‌ ଆଦି ସାମିଲ । ବିସ୍ତୃତ ଭାବରେ ଜାଣିବା ଲାଗି ଏହା ଉପରେ କ୍ଲିକ୍‌ କରନ୍ତୁ ।

ଏହା ବି ପଢନ୍ତୁ: ଆପଲ୍‌ ଆଣିଲା Liquid Glass UI; ସମସ୍ତ ପ୍ଲାଟଫର୍ମ ଓ ଆପ୍ସ ଡିଜାଇନରେ ଆସିବ ନୂଆ ଲୁକ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.