ହାଇଦ୍ରାବାଦ: ଅନେକ ମୋବାଇଲ ଫୋନ ବ୍ୟବହାରକାରୀ ଫଟୋ ଓ ଭିଡିଓ ଉତ୍ତୋଳନ କରିବାକୁ ପସନ୍ଦ କରିଥାନ୍ତି । ଏପରି ସ୍ଥିତିରେ ଫୋନରେ ଷ୍ଟୋରେଜ ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ୟୁଜରମାନେ ବାଧ୍ୟରେ କିଛି ଫଟୋ ଓ ଭିଡିଓକୁ ଡିଲିଟ୍ କରିଥାନ୍ତି । ଷ୍ଟୋରେଜ ଫୁଲ୍ ହେବାର ଅନେକ କାରଣ ରହିଥିଲେ ସୁଦ୍ଧା ସେଥିମଧ୍ୟରୁ ଗୋଟିଏ ହୋଇଥାଏ ହ୍ବାଟ୍ସଆପ୍ରେ ଆସୁଥିବା ଫଟୋ ଓ ଭିଡିଓ । ବ୍ୟକ୍ତିଗତ ଓ ଗ୍ରୁପ ଚାଟ୍ରୁ ଆସୁଥିବା ଏକାଧିକ ଫଟୋ ଓ ଭିଡିଓ ଫୋନର ଷ୍ଟୋରେଜ ନେଇଥାନ୍ତି । ଏହି ସମସ୍ୟାର ସମାଧାନ ଲାଗି ହ୍ବାଟ୍ସଆପ୍ ଏକ ନୂଆ ଫିଚର ଆଣିଛି ।
ମେଟାର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ୟୁଜରଙ୍କୁ ଏପରି ସମସ୍ୟାରୁ ମୁକ୍ତି ଦେବା ଲାଗି ଏକ ନୂଆ ଫିଚର ଆଣିଛି, ଯାହାକି ହ୍ବାଟ୍ସଆପ୍ ଜରିଆରେ ଆସୁଥିବା ଫଟୋ ଓ ଭିଡିଓର କ୍ବାଲିଟି ନିୟନ୍ତ୍ରଣ କରିବାକୁ ଅନୁମତି ଦେବ । ୟୁଜର ଏହି ଫାଇଲ୍କୁ ମୋବାଇଲରେ ସେଭ୍ କରିବା ପୂର୍ବରୁ ଏହାର କ୍ବାଲିଟିକୁ ଚୟନ କରିପାରିବେ । ୟୁଜର ଚାହିଁଲେ ଫଟୋ ଓ ଭିଡିଓକୁ ଷ୍ଟାଣ୍ଡାର୍ଡ ଏବଂ HD ଗୁଣବତ୍ତା ମଧ୍ୟରୁ ଗୋଟିଏକୁ ବାଛିପାରିବେ । ଷ୍ଟାଣ୍ଡାର୍ଡ କ୍ବାଲିଟିରେ ଡାଉନଲୋଡ୍ କରିବା ଦ୍ବାରା ଫୋନ୍ ଷ୍ଟୋରେଜ୍ କମ୍ ଖର୍ଚ୍ଚ ହେବ ଏବଂ HD ଗୁଣବତ୍ତାରେ ଡାଉନଲୋଡ୍ କଲେ ଫୋନ୍ ଷ୍ଟୋରେଜ୍ ଅଧିକ ଖର୍ଚ୍ଚ ହୋଇଥାଏ ।
📝 WhatsApp beta for Android 2.25.18.11: what's new?
— WABetaInfo (@WABetaInfo) June 6, 2025
WhatsApp is rolling out a feature to choose the quality for downloaded photos and videos, and it's available to some beta testers!https://t.co/vczyUfYlBM pic.twitter.com/HfV5apzWuq
ହ୍ବାଟ୍ସଆପ୍ର ନୂଆ ମିଡିଆ କ୍ବାଲିଟି ଫିଚର
ହ୍ବାଟ୍ସଆପ୍ରେ ଆସୁଥିବା ଏହି ନୂଆ ଏବଂ ଆଗାମୀ ଫିଚରକୁ ଟ୍ରାକ୍ କରୁଥିବା ୱେବସାଇଟ୍ WABetaInfo ଏହି ସୂଚନା ଦେଇଛି । ୱେବସାଇଟ୍ ଅନୁଯାୟୀ, ହ୍ବାଟ୍ସଆପ୍ର ଏହି ଫିଚରର ନାମ ହେଉଛି 'କ୍ବାଲିଟି ଫର୍ ଡାଉନଲୋଡେଡ୍ ଫଟୋ ଆଣ୍ଡ ଭିଡିଓ' । ଏହି ଫିଚରଟି ଆଣ୍ଡ୍ରଏଡ୍ ସଂସ୍କରଣ ପାଇଁ ରିଲିଜ କରାଯାଉଛି । ଏହି ଫିଚରର ହ୍ବାଟ୍ସଆପ୍ ବିଟା ସଂସ୍କରଣ ଆଣ୍ଡ୍ରଏଡ୍ 2.25.18.11 ପାଇଁ ରିଲିଜ କରାଯାଇଛି । ରିପୋର୍ଟ ଅନୁଯାୟୀ, ଏହି ଫିଚରଟି ଆଣ୍ଡ୍ରଏଡ୍ ସଂସ୍କରଣର କିଛି ବିଟା ପରୀକ୍ଷକଙ୍କ ପାଇଁ ଉପଲବ୍ଧ କରାଯାଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହାକୁ ଅଧିକ ୟୁଜରଙ୍କ ପାଇଁ ରୋଲ୍ ଆଉଟ୍ କରାଯାଇପାରେ ।
Android 2.25.18.11 ପାଇଁ ଲାଟେଷ୍ଟ WhatsApp ବିଟା ସଂସ୍କରଣ ଅପଡେଟ୍ Google Play Storeରେ ଉପଲବ୍ଧ କରାଯାଇଛି । ବିଟା ପରୀକ୍ଷକ ସେଟିଂସ୍ରେ ଷ୍ଟୋରେଜ୍ ଏବଂ ଡାଟା ବିଭାଗକୁ ଯାଇ ମିଡିଆ ଗୁଣବତ୍ତା ନିୟନ୍ତ୍ରଣ କରିପାରିବେ। ନୂତନ WhatsApp ସେଟିଂସ୍ରେ ସ୍ବୟଂଚାଳିତ ଭାବରେ ଡାଉନଲୋଡ୍ ହୋଇଥିବା ମିଡିଆରେ ଦୁଇଟି ଗୁଣବତ୍ତା ବିକଳ୍ପ ଅଛି । ପ୍ରଥମଟି ହେଉଛି ଷ୍ଟାଣ୍ଡାର୍ଡ କ୍ବାଲିଟି, ଯେଉଁଥିରେ ଫଟୋର ଆକାର ସଙ୍କୁଚିତ ହୋଇଥାଏ, ଯାହା ମିଡିଆ ଫାଇଲ୍ର ଆକାରକୁ ହ୍ରାସ କରିଥାଏ ।
ଏହି କାରଣରୁ, ଏହା ଶୀଘ୍ର ଡାଉନଲୋଡ୍ ହୁଏ ଏବଂ କମ୍ ଫୋନ୍ ଷ୍ଟୋରେଜ୍ ମଧ୍ୟ ବ୍ୟବହାର କରେ । କ୍ବାଲିଟି ପାଇଁ ଦ୍ବିତୀୟ ବିକଳ୍ପ ହେଉଛି HD, ଏଥିରେ ରିଜୋଲ୍ୟୁସନ୍ ଉଚ୍ଚ ଥାଏ । ଫଳରେ ଏହା ଅଧିକ ଫୋନ୍ ଡାଟା ଏବଂ ଷ୍ଟୋରେଜ୍ ବ୍ୟବହାର କରେ । ବର୍ତ୍ତମାନ ନୂତନ ଅପଡେଟ୍ ସହିତ, ୟୁଜର ଏହି ଦୁଇଟି ବିକଳ୍ପ ମଧ୍ୟରୁ ଯେକୌଣସିକୁ ବାଛି ସେମାନଙ୍କର ଫୋନ୍ ଷ୍ଟୋରେଜ୍ ନିୟନ୍ତ୍ରଣ କରିପାରିବେ ।