ହାଇଦ୍ରାବାଦ: କୃତ୍ରିମ ବୁଦ୍ଧିମତା (AI) ଆସିବା ପରେ ସମସ୍ତ କମ୍ପାନୀ ଏହାକୁ ବ୍ୟବହାର କରି ୟୁଜରଙ୍କ ନିକଟରେ ଉନ୍ନତରୁ ଉନ୍ନତ ସେବା ପହଞ୍ଚାଉଛନ୍ତି । ନିକଟରେ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ମଧ୍ୟ ଏଆଇ ଫିଚରର ବ୍ୟବହାର କରି ଅନେକ ନୂଆ ଫିଚର ଆଣିଛି । ଏବେ ଆପ୍ରେ ଏମିତି ଏକ ଫିଚର ଆସିବାକୁ ଯାଉଛି ଯାହାକି ୟୁଜରଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ କରିବ । ଏହି ଫିଚର ହେଉଛି ହ୍ବାଟ୍ସଆପ୍ର ଏଆଇ ରାଇଟିଂ ଟୁଲ୍ ଫିଚର । ଏହି ଫିଚର ଉପରେ ଆପ୍ କାମ କରୁଥିବା ଏକ ବିଶେଷ ରିପୋର୍ଟରୁ ଜଣାପଡ଼ିଛି ।
ଆଣ୍ଡ୍ରଏଡ ଅଥୋରିଟିର ଏକ ରିପୋର୍ଟ ଅନୁସାରେ, ହ୍ବାଟ୍ସଆପ୍ ଆଣିବାକୁ ଥିବା ଏଆଇ ରାଇଟିଂ ଟୁଲ୍ ଜରିଆରେ ଅତ୍ୟାଧୁନିକ ରାଇଟିଂ ଟୁଲ୍ ସୁବିଧା ମିଳିବ । ହ୍ବାଟ୍ସଆପ୍ର ଏହି ଏଆଇ ରାଇଟିଂ ଟୁଲ୍ ନା ଯେ କେବଳ ୟୁଜରଙ୍କ ମେସେଜକୁ ପ୍ରୁଫରିଡିଂ କରିବାରେ ସାହାଯ୍ୟ କରିବ, ବରଂ ପୁଣି ଥରେ ଲେଖିବ ଓ କୌଣସି ସ୍ବତନ୍ତ୍ର ଟୋନ୍ (ହସିବା, ରାଗିବା ଆଦି)ରେ ମେସେଜ ପଠାଇବା ଲାଗି ମଧ୍ୟ ସାହାଯ୍ୟ କରିବ ।
AI ଫିଚରରେ କେଉଁ ସୁବିଧା ମିଳିବ ?
ଏଆଇ ଆଧାରିତ ଏହି ଫିଚର ୟୁଜରଙ୍କ ଗୋଟିଏ ମେସେଜକୁ 7ଟି ଫିଲଟର୍ ମଧ୍ୟରେ କୌଣସି ଗୋଟିଏ ଫିଲ୍ଟର ବ୍ୟବହାର କରି ପୁଣି ଥରେ ମେସେଜ ଲେଖିବାର ସୁବିଧା ପ୍ରଦାନ କରିଥାଏ । ରିପୋର୍ଟ ଅନୁସାରେ, ଏହି 7ଟି ଫିଲ୍ଟର ମଧ୍ୟରେ Shorter, Funny, Puns, Spooky, Rephrase, Supportive ଓ Sarcastic ସାମିଲ ।
Send ବଟନ୍ ନିକଟରେ ଦିଶିବ Pencil ବଟନ୍
ରିପୋର୍ଟ ଅନୁସାରେ ଯେତେବେଳେ ଏହି ଫିଚର ଉପଲବ୍ଧ ହେବ, ସେତେବେଳେ ହ୍ବାଟ୍ସଆପ୍ ୟୁଜରଙ୍କୁ Send ବଟନ୍ ଉପରେ, Text ବଟନ୍ ନିକଟରେ ଏକ ପେନସିଲ୍ ବଟନ୍ (Pencil Button) ଅପସନ ଦିଶିବ । ଏହି ବଟନ୍ ଉପରେ କ୍ଲିକ୍ କରିବା ପରେ ଟେକ୍ସଟ୍ ଏଡିଟର (Text Editor) ଖୋଲିବ, ଯାହାକି ୟୁଜରଙ୍କୁ ସମସ୍ତ ଏଆଇ ଟେକ୍ସଟ୍ ଏଡିଟିଂ ଟୁଲ୍ସ (AI text editing tools)ର ଆକ୍ସେସ ପ୍ରଦାନ କରିବ ।
ବିକଶିତ ପର୍ଯ୍ୟାୟରେ ଅଛି ଫିଚର
ରିପୋର୍ଟ ଅନୁସାରେ ହ୍ବାଟ୍ସଆପ୍ର ଏହି ଏଆଇ ରାଇଟିଂ ଟୁଲ୍ ଫିଚରଟି ଡେଭଲପମେଣ୍ଟ ପର୍ଯ୍ୟାୟରେ ଅଛି । ପବ୍ଲିକେସନକୁ ଏହି ଫିଚରର କୋଡ୍ ହ୍ବାଟ୍ସଆପ୍ ଭର୍ସନ 2.25.85ରେ ଦେଖିବାକୁ ମିଳିଛି । ଏହାର ଅର୍ଥ ହ୍ବାଟ୍ସଆପ୍ର ବିଟା ଭର୍ସନ ୟୁଜରଙ୍କୁ ଆସନ୍ତା କିଛି ଦିନ ମଧ୍ୟରେ ଏହି ଫିଚର ମିଳିପାରେ । କିନ୍ତୁ ଏହି ଫିଚର ସାଧାରଣ ୟୁଜରଙ୍କୁ କେବେ ମିଳିବ ସେ ସମ୍ପର୍କରେ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଅନ୍ୟ ଫିଚର ଉପରେ ଚାଲିଛି କାମ
ସୂଚନା ଥାଉ କି, ହ୍ବାଟ୍ସଆପ୍ କେବଳ ଏଆଇ ରାଇଟିଂ ଟୁଲ୍ ଉପରେ ନୁହେଁ, ବରଂ ଅନେକ ନୂଆ ଫିଚର ଉପରେ କାମ କରୁଛି । ଯେପରିକି ଆଗକୁ ହ୍ବାଟ୍ସଆପ୍ ଷ୍ଟାଟସ୍ ଅପଡେଟ୍ ସମୟରେ ଇନଷ୍ଟାଗ୍ରାମ ପରି ଏକ ଫଟୋ କୋଲାଜ୍ (Photo Collage) ଫିଚର ମିଳିପାରେ । କିନ୍ତୁ ଆପ୍ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ ।