ହାଇଦ୍ରାବାଦ: ବିଶ୍ବବ୍ୟାପୀ 2 ବିଲିୟନ ୟୁଜରଙ୍କ ସହିତ ହ୍ବାଟ୍ସଆପ୍ ଏକ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହୋଇପାରିଛି । ଖୁବଶୀଘ୍ର ଏହି ପ୍ଲାଟଫର୍ମ 3 ବିଲିୟନ ୟୁଜର ଅଙ୍କ ଛୁଇଁବାକୁ ଥିବାବେଳେ କ୍ରମାଗତ ଭାବେ ୟୁଜରଙ୍କୁ ନୂଆ ଅନୁଭବ ପ୍ରଦାନ କରିବା ଲାଗି ନୂଆ ଫିଚର ଆଣିବାରେ ଲାଗିଛି । ଗତ କିଛି ଦିନ ଧରି ଅନେକ ଫିଚରକୁ ପରୀକ୍ଷଣ କରିବା ପରେ ଏବେ ପ୍ଲାଟଫର୍ମ ଚାଟ୍, ଭିଡିଓ କଲ୍ ଓ ଷ୍ଟାଟସ୍ ଲାଗି ଏକାଧିକ ନୂଆ ଫିଚର ଆଣିଛି । କଣ ଏହା ଓ କିପରି ୟୁଜରଙ୍କୁ ଭିନ୍ନ ଅନୁଭବ ପ୍ରଦାନ କରିବ ଆସନ୍ତୁ ଜାଣିବା ।
Chat ପାଇଁ ହ୍ବାଟ୍ସଆପ୍ର ନୂଆ ଫିଚର
- ଗ୍ରୁପ୍ ଚାଟ୍ ଇଣ୍ଡିକେଟର: ସବୁଠାରୁ ଉଲ୍ଲେଖନୀୟ ଫିଚର ମଧ୍ୟରେ ଏକ 'ଅନଲାଇନ୍ ଇଣ୍ଡିକେଟର' ରହିଛି । ଏହା ଏକ ଗ୍ରୁପ୍ ଚାଟ୍ ଉପରେ ଦେଖାଯାଏ ଯାହା ଆପଣଙ୍କୁ ଦର୍ଶାଇବ ଯେ ବର୍ତ୍ତମାନ କେତେ ଲୋକ ଅନଲାଇନ ଅଛନ୍ତି ।
- ଗ୍ରୁପ୍ ଚାଟ୍ ନୋଟିଫିକେସନ: ଆମ ମଧ୍ୟରୁ ଅନେକ ହ୍ବାଟ୍ସଆପ୍ ଅଫିସ ଗ୍ରୁପ, ପରିବାର ଏବଂ ବନ୍ଧୁ ଗ୍ରୁପଗୁଡ଼ିକର ଅଂଶ ହୋଇଥାନ୍ତି, କିନ୍ତୁ ସେହି ଗ୍ରୁପ୍ରେ ବିଶେଷ ଭାବେ ଆକ୍ଟିଭ ରହିନଥାନ୍ତି । ତେବେ ହ୍ବାଟ୍ସଆପ୍ର ଏହି ନୂଆ ଫିଚର ଆପଣଙ୍କୁ କେବଳ ଗୁରୁତ୍ବପୂର୍ଣ୍ଣ ନୋଟିଫିକେସନ ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରିବ । ହ୍ବାଟ୍ସଆପ୍ କହିଛି ଯେ ୟୁଜର ନୂତନ ‘Notify For’ ସେଟିଂ ବ୍ୟବହାର କରି ନୋଟିଫିକେସନକୁ ସୀମିତ ରଖିବା ପାଇଁ ‘Highlight’ ଅପସନର ବ୍ୟବହାର କରିପାରିବେ।
- ବ୍ୟକ୍ତିଗତ ଚାଟ୍ରେ ଇଭେଣ୍ଟ କ୍ରିଏସନ: ଗ୍ରୁପ ଚାଟ୍ରେ ଇଭେଣ୍ଟ କ୍ରିଏଟ୍ କରିବା ହ୍ବାଟ୍ସଆପ୍ରେ ସାଧାରଣ କଥା, କିନ୍ତୁ ଏବେ ୟୁଜର ବ୍ୟକ୍ତିଗତ ଚାଟ୍ରେ ମଧ୍ୟ ଇଭେଣ୍ଟ କ୍ରିଏଟ୍ କରିପାରିବେ । ଡେଭଲପର୍ କହିଛନ୍ତି ଯେ ୟୁଜର ଏଥିରେ ପ୍ରତିକ୍ରିୟା ରଖିବା ପାଇଁ ‘ବୋଧହୁଏ’ ଅପସନ ସହିତ ଅନ୍ୟ ଜଣଙ୍କୁ ଇଭେଣ୍ଟ ଲାଗି ନିମନ୍ତ୍ରଣ କରିବା, ଇଭେଣ୍ଟର ଶେଷ ତାରିଖ ଓ ସମୟ ଏବଂ ଚାଟରେ ଇଭେଣ୍ଟକୁ ପିନ୍ କରିବା ଅପସନ ମଧ୍ୟ ରହିଛି ।
- ଟାପେବଲ୍ ରିଆକ୍ସନ: ଯଦି ଆପଣ ଦେଖିବାକୁ ଚାହାଁନ୍ତି ଯେ ବାର୍ତ୍ତାଳାପରେ ଅନ୍ୟ କେହି କିପରି ପ୍ରତିକ୍ରିୟା ରଖୁଛନ୍ତି ତେବେ ହ୍ବାଟ୍ସଆଆପ୍ ବର୍ତ୍ତମାନ ଆପଣଙ୍କୁ ଅନ୍ୟ ସମସ୍ତଙ୍କ ପ୍ରତିକ୍ରିୟାକୁ ଶୀଘ୍ର ଯାଞ୍ଚ କରିବାକୁ ଏବଂ ଏହାକୁ କାହା ସହ ସେୟାର କରିବାକୁ ଚାହୁଁଥିଲେ ସେଥିଲାଗି ଅପସନ ପ୍ରଦାନ କରିବ ।
- ଆଇଫୋନ ଲାଗି ଡକ୍ୟୁମେଣ୍ଟ ସ୍କାନିଂ: ହ୍ବାଟ୍ସଆପ୍ ଆଇଫୋନ ୟୁଜରଙ୍କ ଲାଗି ଏକ ନୂତନ ଫିଚର ଯୋଡିଛି । ଡକ୍ୟୁମେଣ୍ଟ ସ୍କାନିଂ ଲାଗି କୌଣସି ତୃତୀୟ ପକ୍ଷ ଆପ୍ର ଆବଶ୍ୟକତାକୁ ଏଡ଼ାଇ ହ୍ବାଟ୍ସଆପ୍ରୁ ଡକ୍ୟୁମେଣ୍ଟ୍ ସ୍କାନ୍ କରିବାର କ୍ଷମତା ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି । ଏଥିଲାଗି ୟୁଜର 'Attachment' ଉପରେ କ୍ଲି୍କ୍ କରି ‘ସ୍କାନ୍ ଡକ୍ୟୁମେଣ୍ଟ୍’ ଅପସନ ବାଛନ୍ତୁ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରି ସ୍କାନ୍, କ୍ରପ୍ ଓ ଡକ୍ୟୁମେଣ୍ଟକୁ ସେଭ୍ କରନ୍ତୁ ।
Call ପାଇଁ ହ୍ବାଟ୍ସଆପ୍ର ନୂଆ ଫିଚର
- ଭିଡିଓ କଲ୍ର ଗୁଣାବତ୍ତା ବୃଦ୍ଧି: ଭିଡିଓ କଲ୍କୁ ଅଧିକ ବିଶ୍ବାସଯୋଗ୍ୟ ଏବଂ ଉଚ୍ଚ ଗୁଣବତ୍ତା କରିବା ପାଇଁ ଏହାର ଟେକ୍ନୋଲୋଜିକୁ ହ୍ବାଟ୍ସଆପ୍ ଅପଗ୍ରେଡ୍ କରିଛି, ଯାହା ଭିଡିଓ ମଝିରେ ରହିଯିବା ଆଦି ସମସ୍ୟାକୁ ଦୂର କରିପାରେ । ଆପ୍ ଏହି ଫିଚର ମାଧ୍ୟମରେ ପୂର୍ବାପେକ୍ଷା ଅଧିକ HD ଗୁଣାତ୍ମକ ଭିଡିଓ କଲ୍ ପ୍ରଦାନ କରିବ ବୋଲି କହିଛି ।
- ବ୍ୟକ୍ତିଗତ ଚାଟରୁ ଅନ୍ୟଜଣଙ୍କୁ କଲ୍ କରିପାରିବେ: ଏହାସହ ଆପଣ 1:1 ଭିଡିଓ କଲ୍ରେ ଥିବାବେଳେ ମଧ୍ୟ ଅନ୍ୟ କାହାକୁ ଏଥିରେ ଆଡ୍ କରିପାରିବେ । ଏଥିଲାଗି ଆପଣଙ୍କୁ ସ୍କ୍ରିନର ଟପ୍ରେ ଥିବା କଲ୍ ଆଇକନ ଉପରେ କ୍ଲିକ୍ କରିବାକୁ ହେବ ଓ ଏହାପରେ 'Add to call' କରି ଅନ୍ୟ ଜଣଙ୍କୁ ଆଡ୍ କରିପାରିବେ ।
- ଭିଡିଓ କଲ୍କୁ ଜୁମ୍ କରିପାରିବେ: ଏବେ କେବଳ ଆଇଫୋନ ୟୁଜରମାନେ ହ୍ବାଟ୍ସଆପ୍ ଭିଡିଓ କଲ୍ ସମୟରେ ଭିଡିଓକୁ ଜୁମ୍ (Zoom) କରିପାରିବେ । ଏହା ଆଣ୍ଡ୍ରଏଡ ୟୁଜରଙ୍କ ଲାଗି ଉପଲବ୍ଧ ନାହିଁ ।
Channel ଲାଗି QR କୋଡ୍
- QR କୋଡ୍: ଏବେ ହ୍ବାଟ୍ସଆପ୍ ଚ୍ୟାନେଲ ପରିଚାଳକ ବହୁତ ଶୀଘ୍ର QR କୋଡ୍ ସେୟାର କରିପାରିବେ ଯାହାଦ୍ବାରା ଅନ୍ୟ ଜଣେ ୟୁଜର ଉକ୍ତ ଚ୍ୟାନେଲ ସହିତ ଯୋଡ଼ିହୋଇପାରିବ । ଏହାଦ୍ବାରା ଚ୍ୟାନେଲର ଦର୍ଶକ ଏବଂ ଯୋଗଦାନ ବୃଦ୍ଧିପାଇବ ।
- ଚ୍ୟାନେଲଗୁଡ଼ିକରେ ଭଏସ୍ ମେସେଜ୍ ଟ୍ରାନ୍ସକ୍ରିପସନ୍: ଏହାସହ ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ବ୍ୟକ୍ତିଗତ ବାର୍ତ୍ତା ପଠାଇବାକୁ ଅସମର୍ଥ, ସେତେବେଳେ ଆପଣ ଚ୍ୟାନେଲରୁ ଭଏସ୍ ମେସେଜ ପଠାଇ ଏକ ଲିଖିତ ସାରାଂଶ ପାଇପାରିବେ ।
- ଚ୍ୟାନେଲଗୁଡିକ ପାଇଁ ଭିଡିଓ ନୋଟ୍: ଚାଟ୍ ପରି, ଚ୍ୟାନେଲ୍ ଆଡମିନିମାନେ ତୁରନ୍ତ କ୍ଷୁଦ୍ର ଭିଡିଓଗୁଡିକ (60 ସେକେଣ୍ଡ କିମ୍ବା ତା’ଠାରୁ କମ୍) ରେକର୍ଡ କରିପାରିବେ ଏବଂ ଫଲୋୟାର୍ସଙ୍କ ସହିତ ସେୟାର କରିପାରିବେ ।