ହାଇଦ୍ରାବାଦ: ଭାରତୀୟ ବଜାରରେ କ୍ରମାଗତ ଭାବେ ସ୍ପୋର୍ଟ୍ସ ୟୁଟିଲିଟି ଭେଇକିଲ (SUV)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । କାର ନିର୍ମାତା କମ୍ପାନୀଗୁଡ଼ିକ ପ୍ରତିଟି ଦାମ ସେଗମେଣ୍ଟରେ ଏସୟୁଭି ବିକ୍ରି କରୁଛନ୍ତି । ଯଦି ଆପଣ ମଧ୍ୟ କମ ମୂଲ୍ୟରେ ଦମଦାର ଫିଚର ସହିତ ଏକ ଭଲ ଏସୟୁଭି ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏଠାରେ କିଛି କାର ସମ୍ପର୍କରେ କହିବୁ । ଦେଖନ୍ତୁ ଟପ୍-4 ତାଲିକାରେ କେଉଁ କେଉଁ କମ୍ପାନୀର କାର ସ୍ଥାନ ପାଇଛି ।
4. Nissan Magnite
ନିସାନ ମୋଟରର କମ୍ପାକ୍ଟ SUV Nissan Magnite ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଏହି ଏସୟୁଭିର Visia B4D ଓ Visia Plus B4D ଟ୍ରିମକୁ 7 ଲକ୍ଷ ଟଙ୍କା ଭିତରେ କିଣିପାରିବେ । କମ୍ପାନୀ ଏହି କାରକୁ ଦୁଇଟି ଇଞ୍ଜିନ ବିକଳ୍ପ- 1.0 ଲିଟର ନାଚୁରାଲି ଏସ୍ପିରେଟେଡ୍ ଓ 1.0 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ସହିତ ବଜାରରେ ବିକ୍ରି କରୁଛି ।

Kiger ପରି ଏହି କାରରେ ନାଚୁରାଲି ଏସ୍ପିରେଟେଡ୍ ଇଞ୍ଜିନ 71ବିଏଚପି ପାୱାର ଓ 91Nmରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ । ସେପଟେ ଟର୍ବୋ ପେଟ୍ରୋଲ ଇଞ୍ଜିନ 99ବିଏଚପି ପାୱାର ଓ 160ଏନଏମରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ । ଉଭୟ ଇଞ୍ଜିନ ସହିତ ମାନୁଆଲ୍ ଗିଅରବକ୍ସ ଅପସନ ମିଳିଥାଏ ।
3. Renault Kiger
ଫ୍ରେଞ୍ଚ କାର ନିର୍ମାତା କମ୍ପାନୀ ରେନଲ୍ଟର ଭାରତୀୟ ଡିଭିଜନ Renault Indiaର କମ୍ପାକ୍ଟ ଏସୟୁଭି ରେନଲ୍ଟ କାଇଗରକୁ ବି ଆପଣ 7 ଲକ୍ଷ ଟଙ୍କା ଭିତରେ କିଣିପାରିବେ । ଏହି କାରକୁ RXE ଓ RXL ଟ୍ରିମକୁ କେବଳ 7 ଲକ୍ଷ ଟଙ୍କା ବଜେଟରେ କିଣିପାରିବେ । କମ୍ପାନୀ ଏହି କାରକୁ ଦୁଇଟି ଇଞ୍ଜିନ ବିକଳ୍ପ 1.0 ଲିଟର, ନାଚୁରାଲି ଏସ୍ପିରେଟେଡ୍ ଓ 1.0 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ସହିତ ବଜାରରେ ବିକ୍ରି କରୁଛି ।

ଏହାର ପ୍ରଥମ ଇଞ୍ଜିନ 71ବିଏଚପି ପାୱାର ଓ 91ଏନଏମରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ । ସେପଟେ ଦ୍ବିତୀୟ ଟର୍ବୋ ଇଞ୍ଜିନ 99ବିଏଚପି ପାୱାର ଓ 160ଏନଏମରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ । ଉଭୟ ଇଞ୍ଜିନ ସହିତ ମାନୁଆଲ୍ ଗିଅରବକ୍ସ ବିକଳ୍ପ ରହିଥିବାବେଳେ ନାଚୁରାଲି ଏସ୍ପିରେଟେଡ୍ ଇଞ୍ଜିନ ସହିତ ଅଟୋମେଟିକ ଓ ଟର୍ବୋ ପେଟ୍ରୋଲ ଇଞ୍ଜିନ ସହିତ CVT ଯୋଡାଯାଇଛି ।
2. Hyundai Exter
ଏହି ତାଲିକାର ଦ୍ବିତୀୟରେ କୋରିଆନ କାର ନିର୍ମାତା କମ୍ପାନୀର ଭାରତୀୟ ଡିଭିଜନ Hyundai Motor Indiaର ଛୋଟ ଏସୟୁଭି Hyundai Exter ରହିଛି । ଏହି କାରକୁ କମ୍ପାନୀ 6.21 ଲକ୍ଷ ଟଙ୍କାରୁ ଆରମ୍ଭ କରି 10.51 ଲକ୍ଷ ଟଙ୍କା (ଏକ୍ସଶୋରୁମ) ମଧ୍ୟରେ ବିକ୍ରି କରୁଛି । ଏହି କାରରେ କେବଳ ଗୋଟିଏ 1.2 ଲିଟର, 4 ସିଲିଣ୍ଡର, ନାଚୁରାଲି ଏସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ ମିଳିଥାଏ । ଏହି ଇଞ୍ଜିନ 82ବିଏଚପି ପାୱାର ଓ 113ଏନଏମ ଟର୍କ ଉତ୍ପନ୍ନ କରିଥାଏ ।

ଧ୍ୟାନ ଦେବା କଥା ହେଉଛି Hyundai Exterକୁ ସିଏନଜି ଇନ୍ଧନ ସହିତ ଅଣାଯାଇଛି । ଏହି କାରର EX ଟ୍ରିମକୁ 7 ଲକ୍ଷ ଟଙ୍କା ଭିତରେ କିଣାଯାଇପାରିବ । କମ୍ପାନୀ ଏହି କାରରେ ଦମଦାର ଫିଚର ପ୍ରଦାନ କରିଛି ।
1. Tata Punch
ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଟାଟା ମୋଟର୍ସର ସବୁଠୁ ଛୋଟ ଏସୟୁଭି SUV Tata Punch, ଯାହାକୁ କମ୍ପାନୀ 6.20 ଲକ୍ଷ ଟଙ୍କାରୁ ଆରମ୍ଭ କରି 10.32 ଲକ୍ଷ ଟଙ୍କା (ଏକ୍ସଶୋରୁମ) ମଧ୍ୟରେ ବିକ୍ରି କରୁଛି । ଏହାର Pure ଓ Adventure ଭାରିଏଣ୍ଟକୁ 7 ଲକ୍ଷ ଟଙ୍କାରୁ କମ ଦାମରେ କିଣାଯାଇପାରିବ । କମ୍ପାନୀ ଏହାକୁ କେବଳ 1.2 ଲିଟର, 3 ସିଲିଣ୍ଡର, ନାଚୁରାଲି ଏସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ ସହିତ ବିକ୍ରି କରୁଛି ଯେଉଁଥିରେ CNG ବିକଳ୍ପ ମିଳିଥାଏ ।

ଏହି ଇଞ୍ଜିନ୍ ପେଟ୍ରୋଲ ଇନ୍ଧନରେ 87bhp ଶକ୍ତି ଏବଂ 115Nm ସର୍ବାଧିକ ଟର୍କ ଉତ୍ପାଦନ କରୁଥିବାବେଳେ CNG ଇନ୍ଧନ ସହିତ ସମାନ ଇଞ୍ଜିନ 72bhp ଶକ୍ତି ଏବଂ 103Nm ସର୍ବାଧିକ ଟର୍କ ଉତ୍ପାଦନ କରିଥାଏ । ଏହି ଇଞ୍ଜିନ 5-ସ୍ପିଡ୍ ମାନୁଆଲ୍ ଏବଂ ସ୍ବୟଂଚାଳିତ ଟ୍ରାନ୍ସମିସନ୍ ସହିତ ଯୋଡି ହୋଇଛି । ଅନେକ ମହତ୍ବପୂର୍ଣ୍ଣ ଫିଚର ସହିତ ବଜାରରେ ଟାଟା ପଞ୍ଚ୍ ବିକ୍ରି ହେଉଛି ଏବଂ ଏହାର ମାସିକ ବିକ୍ରି ମଧ୍ୟ ବହୁତ ଭଲ ରହିଛି ।