ETV Bharat / technology

Vi ଆଣିଲା ନୂଆ 340 ଟଙ୍କିଆ ପ୍ଲାନ; ରାତି 12ରୁ ସକାଳ 6ଟା ଯାଏଁ ମିଳିବ ଅନଲିମିଟେଡ୍‌ ଡେଟା - VODAFONE IDEA NEW RS 340 PLAN

ଭୋଡାଫୋନ ଆଇଡିଆ (Vi) ଏକ ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଭଏସ କଲ୍‌, ପ୍ରତିଦିନ SMS ଓ 1GB ଡେଟା ସୁବିଧା ମିଳିବ । ଅଧିକ ପଢନ୍ତୁ

Vodafone Idea Rolls Out New Rs 340 Plan in India
Vodafone Idea Rolls Out New Rs 340 Plan in India (Image Credit: Vi)
author img

By ETV Bharat Tech Team

Published : April 16, 2025 at 12:39 PM IST

1 Min Read

ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆ (Vi) ଭାରତୀୟ ୟୁଜରଙ୍କ ଲାଗି ଏକ ନୂଆ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ୍‌ ଭଏସ କଲ୍‌ ସହିତ ପ୍ରତିଦିନ ଡେଟା ଓ SMS ପରି ସୁବିଧା ମିଳିବ । ମାତ୍ର ଏହି ପ୍ଲାନ ଦେଶର କିଛି ନିର୍ଦ୍ଦିଷ୍ଟ ଟେଲିକମ ସର୍କଲରେ ଉପଲବ୍ଧ କରାଇଛି କମ୍ପାନୀ । ସବୁଠୁ ଖାସ କଥା ହେଉଛି Viର ପ୍ରିପେଡ୍‌ ଗ୍ରାହକଙ୍କୁ ରାତିରେ ଅତିରିକ୍ତ ଡେଟା ଓ ୱିକେଣ୍ଡ ଡେଟା ରୋଲଓବର୍‌ ଭଳି ଫିଚର ଏହି ପ୍ଲାନ ସହିତ ମିଳିବ ।

Viର 340 ଟଙ୍କିଆ ପ୍ଲାନ

ଭୋଡାଫୋନ-ଆଇଡିଆର ଏହି ନୂଆ ପ୍ଲାନର ଦାମ 340 ଟଙ୍କା ରହିଛି । 28 ଦିନର ବୈଧତା ସହିତ ୟୁଜରଙ୍କୁ ଅନଲିମିଟେଡ୍‌ ଭଏସ କଲ୍‌, ପ୍ରତିଦିନ 1GB ଡେଟା ଓ 100 SMS ସୁବିଧା ମିଳିବ । ଏହି ପ୍ଲାନରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସହିତ ଡେଟା ଶେଷ ହୋଇଯିବା ପରେ ୟୁଜର 64Kbps ସ୍ପିଡ୍‌ ସହିତ ଅତିରିକ୍ତ ଡେଟାର ବ୍ୟବହାର କରିପାରିବେ । ଯଦି ପ୍ରତିଦିନ SMS ଲିମିଟ୍‌ ଶେଷ ହେଉଛି ତେବେ ୟୁଜର ଏସଏମଏସ ଲାଗି ₹1 ଓ STD SMS ଲାଗି 1.5ଟଙ୍କା ରିଚାର୍ଜ କରିପାରିବେ ।

ପ୍ଲାନ ସହ ମିଳୁଛି ଦମଦାର ଫିଚର

ଏହି ପ୍ଲାନ ସହିତ ୟୁଜରଙ୍କୁ କିଛି ଦମଦାର ଫିଚର ମିଳୁଛି । ଭିଆଇ ୟୁଜରମାନେ ଏହି ପ୍ଲାନ୍‌ ମାଧ୍ୟମରେ 1GB ଅତିରିକ୍ତ ଡେଟାର ଲାଭ ପାଇପାରିବେ । ଏହାସହ ୟୁଜର ରାତି 12ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଅସୀମିତ ଇଣ୍ଟରନେଟ୍‌ର ମଧ୍ୟ ଉପଭୋଗ କରିପାରିବେ । Viର ୱିକେଣ୍ଡ୍ ରୋଲଓଭର ଫିଚର ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୂକ୍ତ ହୋଇଛି, ଯାହାକି ସପ୍ତାହ ମଧ୍ୟରେ ଅବଶିଷ୍ଟ ଡେଟାକୁ ୱିକେଣ୍ଡ୍ ଡେଟା ବାଲାନ୍ସରେ ଯୋଡିଥାଏ ।

ଉଦାହରଣ ସ୍ବରୂପ, ଯଦି ଆପଣ କୌଣସି ଦିନ ସମ୍ପୂର୍ଣ୍ଣ 1GB ଡେଟାର ବ୍ୟବହାର କରିନପାରି କେବଳ 500MB ଡେଟା ବ୍ୟବହାର କରୁଛନ୍ତି ତେବେ ଅତିରିକ୍ତ 500MB ଡେଟା ୱିକେଣ୍ଡ ଲାଗି ଫରୱାର୍ଡ ହୋଇଥାଏ । ଧ୍ୟାନ ଦେବା କଥା ହେଉଛି ଭିଆଇ ଏହି ସମସ୍ତ ଫିଚର ନିଜର ପ୍ରିପେଡ୍‌ ରିଚାର୍ଜ ଗ୍ରାହକଙ୍କ ଲାଗି ଉପଲବ୍ଧ କରାଇଛି ।

ଭାରତରେ Viର 5G ସେବା

ଉଲ୍ଲେଖ ଯୋଗ୍ୟ ଯେ, ଭୋଡାଫୋନ ଆଇଡିଆ ଗତ ମାସ (ମାର୍ଚ୍ଚ)ରେ କିଛି ନିର୍ଦ୍ଦିଷ୍ଟ ସହରରେ ନିଜର 5G ସେବା ଆରମ୍ଭ କରିଛି । ଏୟାରଟେଲ୍‌ ଓ ରିଲାଏନ୍ସ ଜିଓ ପରେ Vi ମଧ୍ୟ ଏବେ 5G ସେବା ପ୍ରଦାନକାରୀ କମ୍ପାନୀ ତାଲିକାରେ ସାମିଲ ହୋଇଛି । କମ୍ପାନୀ ପ୍ରଥମେ ମୁମ୍ବାଇରେ 5ଜି ସେବା ପ୍ରଦାନ କରିଥିବାବେଳେ ଆଗାମୀ ଦିନରେ ଏହା ବିହାର, ଦିଲ୍ଲୀ, କର୍ଣ୍ଣାଟକ ଓ ପଞ୍ଜାବରେ ରୋଲଆଉଟ୍‌ ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ
  1. ଚାଲିଛି IPL; ପ୍ରମୁଖ 11ଟି କ୍ରିକେଟ ଷ୍ଟାଡିୟମରେ 5G ସେବା ପହଞ୍ଚାଇଲା Vi
  2. ଭାରତରେ 5G ସେବାର ଶୁଭାରମ୍ଭ କଲା ଭୋଡାଫୋନ-ଆଇଡିଆ; ଦେଖନ୍ତୁ ପ୍ଲାନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.