ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଭିଭୋ ଭାରତୀୟ ବଜାରରେ ଆଜି ଏହାର 'T' ସିରିଜରେ ଏକ 5ଜି ସ୍ମାର୍ଟଫୋନ ଲଞ୍ଚ କରିଛି, ଯାହାର ନାଁ ହେଉଛି Vivo T4 Ultra । ଏଥିରେ ଡାଇମେନସିଟି 9300+ ଚିପସେଟ୍ ସହିତ 1.5K AMOLED ଡିସପ୍ଲେ ଦିଆଯାଇଛି । ଏହାସହିତ ଏଥିରେ ଏକ ସ୍ଲିକ୍ ଡିଜାଇନ ଥିବାବେଳେ 5500mAh ବ୍ୟାଟେରୀ ଏବଂ ଏଆଇ ଫିଚର ମଧ୍ୟ ରହିଛି ।
ଲଞ୍ଚ ବିଷୟରେ ସୂଚନା ଦେଇ ଭିଭୋ ଇଣ୍ଡିଆର ଅନଲାଇନ୍ ବ୍ୟବସାୟର ମୁଖ୍ୟ ବ୍ୟବସାୟ ଅଧିକାରୀ ପଙ୍କଜ ଗାନ୍ଧୀ କହିଛନ୍ତି, "ଭାରତର ଡିଜିଟାଲ ସଚେତନ ଏବଂ ମହତ୍ବାକାଂକ୍ଷୀ ଯୁବପିଢ଼ିଙ୍କ ପାଇଁ ନିର୍ମିତ ହୋଇଥିବା T4 ଅଲଟ୍ରା ସ୍ମାର୍ଟଫୋନ ଉଚ୍ଚସ୍ତରୀୟ କ୍ଷମତାକୁ ଡିଜାଇନର ନବସୃଜନ ସହିତ ମିଶ୍ରଣ କରେ । ଆମେ ନିଶ୍ଚିତ ଯେ T4 ଅଲଟ୍ରା ଏହାର ବର୍ଗରେ ଆଶାକୁ ପୁନଃପରିଭାଷିତ କରିବ ଏବଂ ସର୍ବାଙ୍ଗୀନ ଉତ୍କର୍ଷତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ ।" ଏହାର ଦାମଠୁ ଆରମ୍ଭ କରି ସ୍ପେଶିଫିକେସନ ଓ ଫିଚର୍ସ ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।
The vivo T4 Ultra is rushing in at Ultra speed. Think you can keep up? Sales start on 18th June.
— vivo India (@Vivo_India) June 11, 2025
Know more. https://t.co/MRRGkygK5C#vivoT4Ultra #GetSetTurbo #TurboLife pic.twitter.com/E6GGLc2cgk
Vivo T4 Ultra 5G: ଦାମ ଓ ଉପଲବ୍ଧତା
ଏହି ସ୍ମାର୍ଟଫୋନଟି ଭାରତୀୟ ବଜାରରେ ତିନୋଟି ଭାରିଏଣ୍ଟ 8GB+256GB, 12GB+256GB ଓ 12GB+512GBରେ ଉପଲବ୍ଧ । ଏହାର ସେଲ୍ ଜୁନ 18,2025ରୁ ଆରମ୍ଭ ହେବ । ଆଗ୍ରହୀ କ୍ରେତା ଭିଭୋ ଇଣ୍ଡିଆର ଇ-ଷ୍ଟୋର ଓ ସମସ୍ତ ପାର୍ଟନର ରିଟେଲ୍ ଷ୍ଟୋରରୁ ଫୋନଟିକୁ କିଣିପାରିବେ । ଏଥିରେ କମ୍ପାନୀ ଲଞ୍ଚ ଅଫର ମଧ୍ୟ ପ୍ରଦାନ କରିଛି । HDFC Bank, SBI Bank ଓ Axis Bankରେ ଇନଷ୍ଟାଣ୍ଟ 3000 ଟଙ୍କା ଡିସକାଉଣ୍ଟ ମିଳିବ । ସେହିପରି ଏକ୍ସଚେଞ୍ଜ ଅଫରରେ 5,000 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହି ଫୋନ ଉପରେ ବିନା ମୂଲ୍ୟରେ 9 ମାସ ପାଇଁ EMI ସୁବିଧା ମଧ୍ୟ ରହିଛି ।
RAM | ଷ୍ଟୋରେଜ୍ | ମୂଲ୍ୟ | ଅଫର୍ ମୂଲ୍ୟ |
---|---|---|---|
8GB | 256GB | ₹40,999 | ₹37,999 |
12GB | 256GB | ₹42,999 | ₹38,999 |
12GB | 512GB | ₹44,999 | ₹41,999 |
Don't just see, unfold the scene with the 10X Super Shot of Sony Periscope Camera. Only on the new vivo T4 Ultra.
— vivo India (@Vivo_India) June 10, 2025
Launching tomorrow. https://t.co/DCS2983hGY#vivoT4Ultra #GetSetTurbo #ComingSoon #TurboLife pic.twitter.com/gFgIemsYTu
Vivo T4 Ultra 5G: ସ୍ପେଶିଫିକେସନ
- ଡିସପ୍ଲେ: ଭିଭୋ T4 ଅଲଟ୍ରାରେ 16.941 ସେମି (6.67”) 1.5K କ୍ବାଡ୍ କର୍ଭଡ୍ AMOLED ଡିସପ୍ଲେ ରହିଛି ଯାହା 120Hz ରିଫ୍ରେସ୍ ରେଟ୍ ଏବଂ 5000 nits ସ୍ଥାନୀୟ ପିକ୍ ବ୍ରାଇଟନେସ୍ ସହିତ ଆସିଥାଏ ।
- ପରିମାପ: ଏହି ଫୋନର ମିଟିଓର୍ ଗ୍ରେ ମଡେଲର ଲମ୍ବ 770.5 ମିମି, 755.02 ମିମି ଏବଂ ମୋଟେଇ 7.43 ମିମି ଏବଂ ଓଜନ 22 ଗ୍ରାମ । ଅନ୍ୟପକ୍ଷରେ, Phoenix Gold Editionର ମୋଟେଇ 7.45 ମିମି ଏବଂ ଓଜନ 3 ଗ୍ରାମ ।
- ପ୍ରୋସେସର: T4 ଅଲ୍ଟ୍ରା MediaTek Dimensity 9300+ ଚିପସେଟ୍ ସହିତ ସଜ୍ଜିତ, ଯାହା ଏହାକୁ ସିରିଜ୍ T ପରିବାରର ଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ସ୍ମାର୍ଟଫୋନ୍ କରିଥାଏ । ଏହି ସ୍ମାର୍ଟଫୋନରେ 12-କୋର୍ ଫ୍ଲାଗସିପ୍ GPU, 90fps, ଏବଂ ଭିଭୋ ଲାଇଟନିଂ-ସ୍ପିଡ୍ ଇଞ୍ଜିନ୍ 2.0 ରହିଛି । ଏହା ସହିତ, ଏହା ଏକ ଉନ୍ନତ 4nm TSMC 3rd Gen ପ୍ରକ୍ରିୟା ଉପରେ ନିର୍ମିତ ।
- ପଛ କ୍ୟାମେରା: ଏହି ସ୍ମାର୍ଟଫୋନରେ 50MP + 50MP + 8MP ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । କମ୍ପାନୀର କହିବାନୁସାରେ, T4 ଅଲଟ୍ରାରେ Vivoର T ସିରିଜର ସବୁଠାରୁ ଉନ୍ନତ କ୍ୟାମେରା ସିଷ୍ଟମ୍ ରହିଛି, ଯେଉଁଥିରେ Sony IMX921 Sensor1 ରହିଛି, ଯାହା ଏହି ସେଗମେଣ୍ଟରେ ପ୍ରଥମ । ଏହା ସହିତ 50 MP ଟ୍ରିପଲ୍ କ୍ୟାମେରା ସିଷ୍ଟମରେ 3x ପେରିସ୍କୋପ୍ ଟେଲିଫୋଟୋ ଜୁମ୍ ଏବଂ 10x ଟେଲିଫୋଟୋ ମାକ୍ରୋ 2 ଏବଂ 100x ହାଇପରଜୁମ୍ ସାମିଲ ।
- ଆଗ କ୍ୟାମେରା: ଫୋନର ସମ୍ମୁଖ ଭାଗରେ, ଏଥିରେ ସେଲଫି ପାଇଁ 32 MP ଅଲଟ୍ରା HD କ୍ୟାମେରା ରହିଛି ।
- ବ୍ୟାଟେରୀ ଓ ଚାର୍ଜିଂ: ଏଥିରେ ଡୁଆଲ୍-ଏକ୍ସଟେନ୍ସନ୍ ରାମ୍ ଏବଂ 90W ପର୍ଯ୍ୟନ୍ତ ଚାର୍ଜ ହେଉଥିବା ବ୍ୟାଟେରୀ ଅଛି ।
- ସଫ୍ଟୱେର: ଏହା Android 15-ଆଧାରିତ FunTouch OS 15 ଚଲାଏ ଯାହା ଇଣ୍ଟେଲିଜେଣ୍ଟ AI ଅଭିଜ୍ଞତାକୁ ବଣ୍ଡଲ୍ କରେ ।
- AI ଫିଚର: ଏଆଇ ଫିଚରଗୁଡ଼ିକ ମଧ୍ୟରେ AI ନୋଟ୍ ଆସିଷ୍ଟ, ସଂମାରାଇଜ୍ ଏବଂ ସର୍କଲ୍ ଟୁ ସର୍ଚ୍ଚ ଅନ୍ତର୍ଭୁକ୍ତ।
- କନେକ୍ଟିଭିଟି: 5G, 4G, ବ୍ଲୁଟୁଥ୍ 5.4, WiFi, ହେଡଫୋନ ଜ୍ୟାକ୍, GPS, USB Type-C ପୋର୍ଟ
- ରଙ୍ଗ ବିକଳ୍ପ: T4 ଅଲଟ୍ରା ଦୁଇଟି ରଙ୍ଗ ବିକଳ୍ପରେ ଉପଲବ୍ଧ: ଫୋନିକ୍ସ ଗୋଲ୍ଡ ଏବଂ ମିଟିଓର୍ ଗ୍ରେ ।