ହାଇଦ୍ରାବାଦ: ଆସନ୍ତା ଜୁଲାଇ ପହିଲାରେ ଲଣ୍ଡନ ସ୍ଥିତ ମୋବାଇଲ ନିର୍ମାତା କମ୍ପାନୀ ନଥିଙ୍ଗ ଆଉ ଏକ ନୂଆ ସ୍ମାର୍ଟଫୋନ Nothing Phone (3)କୁ ଲଞ୍ଚ କରିବାକୁ ଯାଉଛି । ତେବେ ଏହି ଫୋନଟି ଭାରତରେ ନିର୍ମିତ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଡିଭାଇସଟି ନଥିଙ୍ଗର ଚେନ୍ନାଇ ସ୍ଥିତ ଉତ୍ପାଦନ କେନ୍ଦ୍ରରେ ନିର୍ମାଣ କରାଯିବ, ଯେଉଁଠି ଏବେ ମୋଟ 500 କର୍ମଚାରୀଙ୍କ ମଧ୍ୟରୁ 95 ପ୍ରତିଶତ ମହିଳା କର୍ମଚାରୀ କାମ କରୁଛନ୍ତି ।
ନଥିଙ୍ଗ କହିଛି, "ସ୍ଥାନୀୟ ସ୍ତରରେ ପ୍ରମୁଖ ଉତ୍ପାଦଗୁଡ଼ିକର ଉତ୍ପାଦନକୁ ପ୍ରୋତ୍ସାହିତ କରି ନଥିଂର ଲକ୍ଷ୍ୟ ଦକ୍ଷତା ବୃଦ୍ଧି କରିବା, ଲିଡ୍ ସମୟକୁ କମ କରିବା ଏବଂ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଶୀଘ୍ର ପ୍ରତିକ୍ରିୟା ଦେବା ଲକ୍ଷ୍ୟ ରହିଛି ।" ଏହାସହିତ କମ୍ପାନୀ ଦେଶରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ଉତ୍ପାଦନ ଉପରେ ଧ୍ୟାନ ଦେବା ପାଇଁ ଏହାର ବ୍ୟାପକ ରଣନୀତି ଉପରେ ଆଲୋକପାତ କରିଛି ।
There have already been quite a few teasers and leaks, but that's not enough. Here comes your very first look at the upcoming Nothing Phone (3)! 👀 pic.twitter.com/zuxVQfu3Xs
— Max Jambor (@MaxJmb) June 10, 2025
ଭାରତରେ ପୂର୍ବରୁ ନଥିଙ୍ଗ ଏହାର କିଛି ସ୍ମାର୍ଟଫୋନ ନିର୍ମାଣ କରୁଛି । ତଥାପି, ଲଣ୍ଡନ ସ୍ଥିତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ପାଇଁ ଆଗାମୀ ଫୋନ୍ (3) ଦେଶରେ ତିଆରି କରିବାର ନିଷ୍ପତ୍ତି ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ଏହା ନଥିଂର ପ୍ରଥମ ପ୍ରକୃତ ଫ୍ଲାଗସିପ୍ ସ୍ମାର୍ଟଫୋନ ହେବ ଏବଂ ସମ୍ଭବତଃ କମ୍ପାନୀର ଏଯାବତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉତ୍ପାଦ ।
ନଥିଙ୍ଗ ସହ-ପ୍ରତିଷ୍ଠାତା ତଥା ଭାରତ ପାଇଁ କମ୍ପାନୀର ସଭାପତି ଆକିସ୍ ଇଭାଞ୍ଜେଲିଡିସ୍ କହିଛନ୍ତି, "ନଥିଂ ଆରମ୍ଭରୁ ଭାରତ ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର ହୋଇଆସିଛି । ଆମର ପ୍ରତ୍ୟେକ ସ୍ମାର୍ଟଫୋନ ଏଠାରେ ନିର୍ମିତ ହୋଇଛି ଏବଂ Phone 3 ଗର୍ବର ସହିତ ସେହି ତାଲିକାରେ ସାମିଲ ହୋଇଛି । ଯେତେବେଳେ ଆମେ ଏଠାରେ ଆମର ଅଭିବୃଦ୍ଧିକୁ ତ୍ବରାନ୍ବିତ କରୁଛୁ, ଆମେ ସ୍ଥାନୀୟ ଉତ୍ପାଦନ, ପ୍ରତିଭା ଏବଂ ନବସୃଜନରେ ଆମର ନିବେଶକୁ ଦ୍ବିଗୁଣିତ କରୁଛୁ, ଯାହାକି ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ବିତ।"
Nothing Phone 3: ଦାମ
କମ୍ପାନୀର ଏହି ଆଗାମୀ ସ୍ମାର୍ଟଫୋନର ଦାମ ସମ୍ପର୍କରେ ନଥିଙ୍ଗ ସିଇଓ କାର୍ଲ ପଇଙ୍କ ଦ୍ବାରା ପ୍ରଥମ ଥର ଲାଗି ଆଣ୍ଡ୍ରଏଡ୍ ଶୋ: I / O ସଂସ୍କରଣରେ ଖୁଲାସା କରିଥିଲେ । ଏହାର ଦାମ 800 ପାଉଣ୍ଡ ( ପ୍ରାୟ 90,000 ଟଙ୍କା) ହେବ ବୋଲି ପଇ କହିଥିଲେ । ଏହାପରେ ଫୋନଟିକୁ ଜୁଲାଇ 1 ତାରିଖରେ ଲଞ୍ଚ କରାଯିବ ବୋଲି ଘୋଷଣା କରିଥିବାବେଳେ ଏହାର ମଡେଲ ନମ୍ବର (A024) ଓ ବ୍ୟାକ୍ ପ୍ୟାନେଲ୍ ଟିଜର ଜାରି କରିଥିଲା ।
— Nothing (@nothing) June 12, 2025
Nothing Phone 3: ସମ୍ଭାବ୍ୟ ସ୍ପେଶିଫିକେସନ
ଟିଜରଟି ଡିଭାଇସର ପୂର୍ବରୁ ଲିକ୍ ହୋଇଥିବା ବିବରଣୀକୁ ନିଶ୍ଚିତ କରିଛି, ଯାହା ତିନୋଟି ସେନ୍ସର ବହନ କରୁଥିବା କ୍ୟାମେରା ମଡ୍ୟୁଲ୍ ସହିତ ଏକ ପରିଚିତ ଡିଜାଇନ ପ୍ରଦର୍ଶନ କରିଥିଲା । ଏଥିମଧ୍ୟରୁ ଗୋଟିଏ ପେରିସ୍କୋପ୍-ଶୈଳୀର ଟେଲିଫଟୋ କ୍ୟାମେରା ହୋଇପାରେ । ଫୋନଟି ଏକ ଫ୍ଲାଗସିପ୍ ପ୍ରୋସେସର୍ ଦ୍ବାରା ଚାଳିତ ହେବ ଏବଂ ଏଥିରେ 5000 mAh ବ୍ୟାଟେରୀ ରହିପାରିବ। ଏଥିରେ ସମ୍ପ୍ରତି ଲଞ୍ଚ ହୋଇଥିବା Phone (3a) Pro ପରି ସମାନ ଡିସପ୍ଲେ ହୋଇପାରେ, ଯାହା 120Hz ରିଫ୍ରେସ୍ ହାର ଏବଂ 3000 nits ପିକ୍ ବ୍ରାଇଟନେସ୍ ସମର୍ଥନ ସହିତ 6.77-ଇଞ୍ଚ 10-ବିଟ୍ AMOLED ଡିସପ୍ଲେ ରହିଛି ।
କମ୍ପାନୀ ଏହି ହ୍ୟାଣ୍ଡସେଟ୍କୁ Glyph interface ବିନା ଲଞ୍ଚ କରିପାରେ । Xରେ ଏକ ପୋଷ୍ଟରେ, Nothing 'ଅଲଟ୍ରା-ପ୍ରିସାଇଜ୍ ଇଞ୍ଜିନିୟରିଂ' କ୍ୟାପସନ ସହିତ ଏକ ଟିଜର୍ ଇମେଜ୍ ସେୟାର କରିଛି, ଯାହା Nothing Phone 3ର ପଛ ପ୍ୟାନେଲ୍ ଡିଜାଇନର ଏକ ଆଂଶିକ ଦୃଶ୍ୟ ପ୍ରଦାନ କରୁଛି । ଏହି ଫଟୋଟି ପ୍ୟାନେଲ୍କୁ ଡୁଆଲ୍-ଟୋନ୍ ସେଡ୍ରେ ଦେଖାଉଛି ଏବଂ ଏଥିରେ କିଛି ଲାଇନ ଏବଂ କଟ୍ ଅଛି । ଆଗାମୀ ଦିନରେ ଫୋନ ସମ୍ପର୍କରେ ଅନ୍ୟ ତଥ୍ୟ ମିଳିପାରେ ।
ଏହା ବି ପଢନ୍ତୁ: 1.5K ଡିସପ୍ଲେ ସହ ଲଞ୍ଚ ହେଲା Vivo T4 Ultra 5G; ଦାମ କେତେ ଜାଣନ୍ତୁ |