ETV Bharat / technology

TikTok ସେଲ୍‌ ଡେଡଲାଇନ୍‌ ବୃଦ୍ଧି; ଆଉ 75ଦିନ ଆମେରିକାରେ ଚାଲିପାରିବ ଆପ୍‌ - TRUMP EXTENDS TIKTOK SALE DEADLINE

ଆଜି (ଏପ୍ରିଲ 5) ଆମେରିକାରେ ଟିକ୍‌ଟକ୍‌ ଚାଲିବାର ଶେଷ ଦିନ ଥିବାବେଳେ ଏହା ପୂର୍ବରୁ ଆଉ 75ଦିନକୁ ଏହାର ଡେଡ୍‌ଲାଇନ୍‌କୁ ବୃଦ୍ଧି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପଛର କାରଣ କଣ?

Trump extends TikTok sale deadline by 75 days
Trump extends TikTok sale deadline by 75 days (AFP)
author img

By ETV Bharat Tech Team

Published : April 5, 2025 at 1:22 PM IST

2 Min Read

ହାଇଦ୍ରାବାଦ: ଆମେରିକା ଓ ଚୀନ ମଧ୍ୟରେ ଟିକ୍‌ଟକ୍‌କୁ ନେଇ ଟଣାଓଟରା ପରିସ୍ଥିତି ଲାଗି ରହିଛି । ଏପ୍ରିଲ 5 ତାରିଖ ଅର୍ଥାତ ଆଜି ଆମେରିକାରେ ଟିକ୍‌ଟକ୍‌ ବ୍ୟାନ ହେବାର ଥିଲା, କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି ଲାଗୁ କରିବାକୁ ଆଉ 75 ଦିନ ବୃଦ୍ଧି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଦିନ ମଧ୍ୟରେ ଚୀନ ନିଜର ଲୋକପ୍ରିୟ ସଟ୍‌ ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌କୁ କୌଣସି ଆମେରିକୀୟ ବ୍ୟବସାୟୀଙ୍କୁ ବିକ୍ରି କରିବ ନଚେତ୍‌ ନିଷେଧାଦେଶର ସମ୍ମୁଖୀନ ହେବ । ଏହାସହ ଟ୍ରମ୍ପ ଚୀନ ଆଗରେ ଆଉ ଏକ ପ୍ରସ୍ତାବ ରଖିଛନ୍ତି ଯେ ଯଦି ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟୀଙ୍କ ହାତକୁ ଯାଏ ତେବେ ଚୀନ ଉପରେ ଲାଗିଥିବା 34% ଅଧିକ ଆମଦାନୀ ଶୁଳ୍କକୁ ହ୍ରାସ କରାଯିବ ।

'ଆମେ ଟିକ୍‌ଟକ୍‌କୁ ଅନ୍ଧାରକୁ ଠେଲି ଦେବାକୁ ଚାହୁଁନାହୁଁ'

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟ କରି କହିଛନ୍ତି, "ଟିକ୍‌ଟକ୍‌ ଡିଲ୍‌କୁ ବଞ୍ଚାଇବା ଲାଗି ମୋର ପ୍ରଶାସନ କଠିନ ପରିଶ୍ରମ କରୁଛି । ଟିକ୍‌ଟକ୍‌ ଚୁକ୍ତିର ସମସ୍ତ ଅନୁମୋଦନ ସ୍ବାକ୍ଷର ହେବା ପାଇଁ ଅଧିକ କାର୍ଯ୍ୟ ଆବଶ୍ୟକ କରେ, ତେଣୁ ମୁଁ ଟିକ୍‌ଟକ୍‌କୁ ଅତିରିକ୍ତ 75 ଦିନ ଚାଲିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଦସ୍ତଖତ କରିଛି । ଆମେ ଚୀନ ସହିତ ସଠିକ ଦିଗରେ କାମ କରିବାକୁ ପ୍ରସ୍ତୁତ କିନ୍ତୁ ମୋତେ ଲାଗୁଛି ଚୀନ ରେସିପ୍ରୋକାଲ୍‌ ଟାରିଫ୍‌କୁ ନେଇ ଖୁସିନାହିଁ । ଏଥିରୁ ସ୍ପଷ୍ଟ ଯେ ଶୁଳ୍କ ହେଉଛି ଏକ ଶକ୍ତିଶାଳୀ ଅର୍ଥନୈତିକ ଉପକରଣ ଏବଂ ଆମ ଦେଶର ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେ ଟିକ୍‌ଟକ୍‌କୁ ଅନ୍ଧାରକୁ ଠେଲି ଦେବାକୁ ଚାହୁଁନାହୁଁ । ଏହି ଚୁକ୍ତି ଶେଷ କରିବାକୁ ଆମେ ଟିକ୍‌ଟକ୍‌ ଏବଂ ଚୀନ ସହିତ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ।"

ଟିକ୍‌ଟକ୍‌ ବିକ୍ରି ନେଇ ଚୀନ ଆଗରେ ଆମେରିକାର ସର୍ତ୍ତ

ଏପ୍ରିଲ୍ 5 ତାରିଖ ପର୍ଯ୍ୟନ୍ତ କୌଣସି ଡିଲ୍ ଚୂଡ଼ାନ୍ତ କରିବାକୁ ଟିକ୍‌ଟକ୍‌କୁ ଶେଷ ତାରିଖ ଦେଇଥିଲା ଆମେରିକା । ଏବେ ଟିକ୍‌ଟକ୍‌କୁ ଆସନ୍ତା 75 ଦିନ ମଧ୍ୟରେ ଜଣେ ଅଣ-ଚାଇନିଜ୍ କ୍ରେତା ଖୋଜିବାକୁ ପଡିବ, ନଚେତ୍ ଆମେରିକାରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ଟିକ୍‌ଟକ୍‌ ବ୍ୟବହାର କରିବାରେ ଆମେରିକାବାସୀଙ୍କ ସଂଖ୍ୟା ଅଧିକ ରହିଛି । ଯଦି ଆମେରିକାରେ ଟିକ୍‌ଟକ୍‌ ବ୍ୟାନ ହୋଇଯିବ ତେବେ ଚୀନ ବଡ଼ କ୍ଷତି ସହିବ । ଆମେରିକା ସରକାରଙ୍କ ଅନୁସାରେ ଟିକ୍‌ଟକ୍‌ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି କାରଣ ଚୀନ କର୍ତ୍ତୃପକ୍ଷ ଏହାର ଉପଭୋକ୍ତାଙ୍କ ତଥ୍ୟକୁ ପ୍ରବେଶ କରିପାରନ୍ତି, ସେପଟେ କିନ୍ତୁ ବେଜିଂ ଏହାକୁ ଅସ୍ବୀକାର କରିଛି ।

ପ୍ରଥମେ ଚିନ୍ତା ପ୍ରକଟ କରିଥିଲେ ବାଇଡେନ୍‌

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ 2024ରେ ଟିକ୍‌ଟକ୍‌ର ପ୍ୟାରେଣ୍ଟ କମ୍ପାନୀ ବାଇଟଡାନ୍ସ (ByteDance)କୁ ଜାନୁଆରୀ 19, 2025 ସୁଦ୍ଧା ଜଣେ ଅଣ-ଚାଇନିଜ କ୍ରେତାଙ୍କୁ ଆପ୍‌କୁ ବିକ୍ରୟ କରିବା କିମ୍ବା ଆମେରିକାରେ ନିଷେଧାଦେଶର ଆଇନକୁ ସମ୍ମୁଖୀନ କରିବା ନେଇ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ । ଏହାପରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବାପରେ ଜାନୁଆରୀରେ ଏହି ବ୍ୟାନ ନିଷ୍ପତ୍ତିକୁ ଘୁଞ୍ଚାଇଥିଲେ । ଏବେ ସେ ଦ୍ବିତୀୟ ଥର ଲାଗି ଆଉ 75 ଦିନ ପର୍ଯ୍ୟନ୍ତ ନିଷେଧାଦେଶକୁ କୋହଳ କରିଛନ୍ତି । ବାଇଡେନ୍‌ ସରକାରଙ୍କଠାରୁ ଏବେ ସୁଦ୍ଧା ଆମେରିକାରେ ଟିକ୍‌ଟକ୍‌ର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ଭାବ୍ୟ ସମାଧାନ ବିଷୟରେ ଆଲୋଚନା ଚାଲିଛି ।

ଏହା ବି ପଢନ୍ତୁ
  1. ଆମେରିକା ରାଷ୍ଟ୍ରପତି ଖେଳିଲେ 'ଟ୍ରମ୍ପ କାର୍ଡ'; TikTok ବିକିଲେ ହିଁ ଚୀନକୁ ଆମଦାନୀ ଶୁଳ୍କରେ ମିଳିବ ରିହାତି
  2. ଟ୍ରମ୍ପଙ୍କ ଟାରିଫ୍‌ ପ୍ରଭାବ; 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ଆଇଫୋନ
  3. ବଢୁଛି ଆମେରିକା-ଚୀନ୍‌ ବିବାଦ: ବାଇଡେନ୍ ସରକାରଙ୍କ ଧମକ, ବ୍ୟାନ୍ ହେବ ଟିକ୍‌ଟକ୍‌ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.