ETV Bharat / technology

ଭାରତରେ ଲଞ୍ଚ ହେଲା Tata Harrier EV, ଜାଣନ୍ତୁ ଦାମ ଓ ଫିଚର୍ସ - TATA HARRIER EV LAUNCHED

ଟାଟା ମୋଟର୍ସ ଭାରତୀୟ ବଜାରରେ ଏହା ନୂଆ Tata Harrier EVକୁ ଲଞ୍ଚ କରିଛି । ଏହାର ଦାମ 21.49 ଲକ୍ଷ ଟଙ୍କା (ଏକ୍ସଶୋରୁମ) ରହିଛି । ଅଧିକ ପଢନ୍ତୁ

Tata Harrier EV
Tata Harrier EV (Image Credits: Tata Motors)
author img

By ETV Bharat Tech Team

Published : June 4, 2025 at 12:22 PM IST

3 Min Read

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା ଟାଟା ମୋଟର୍ସ ଭାରତୀୟ ବଜାରରେ ଏହାର ନୂତନ ଟାଟା ହାରିଅର EVକୁ ଲଞ୍ଚ କରିଛି । ଏହି ନୂତନ କାରଟି ଟାଟାର ଅଲ୍-ଇଲେକଟ୍ରିକ୍ ଲାଇନ-ଅପ୍‌ର ଶୀର୍ଷରେ ରହିଛି । ଏହା ସହିତ 5 ବର୍ଷ ପୂର୍ବେ ବନ୍ଦ ହୋଇଥିବା Tata Safari Storm ପରେ ଏହା ଅଲ୍-ହ୍ବିଲ୍ ଡ୍ରାଇଭ୍ ଲେଆଉଟ୍ ସହ ଆସିଥିବା କମ୍ପାନୀର ପ୍ରଥମ କାର । ଟାଟା ହାରିଅର EV ପାଇଁ ବୁକିଂ 2 ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ।

Tata Harrier EV: ଏକ୍ସଟିରିଅର

ଏହାର ବାହ୍ୟ ଭାଗ ବିଷୟରେ କହିବାକୁ ଗଲେ, ନୂତନ ଟାଟା ହାରିଅର EVର ଷ୍ଟାଇଲିଂ ଫେସଲିଫ୍ଟେଡ୍ ହାରିଅର ସହିତ ବହୁତ ସମାନ, ଯାହା 2023ରୁ ବଜାରରେ ବିକ୍ରି ହେଉଛି । ତଥାପି, ଟାଟା ମୋଟର୍ସ ହାରିଅର EVକୁ ଡିଜାଇନ ଉପାଦାନ ସହିତ ପ୍ରଚଳନ କରିଛି ଯାହା କାର କମ୍ପାନୀର ଅନ୍ୟ EV ସହିତ ସମାନ । ଆଗ ପ୍ରୋଫାଇଲ କଥା କହିଲେ, ଏଥିରେ ଏକ ନୂତନ ବନ୍ଦ ଗ୍ରୀଲ୍ ରହିଛି, ଯାହା ତଳେ ଲାଇନ-ଆଧାରିତ ଡିଜାଇନ ସହିତ ଏକ ସଂଶୋଧିତ ବମ୍ପର ।

Tata Harrier EV
Tata Harrier EVର ବ୍ୟାକ୍‌ ପ୍ରୋଫାଇଲ୍‌ (Image Credits: Tata Motors)

ପାର୍ଶ୍ବ ପ୍ରୋଫାଇଲ୍ ବିଷୟରେ କହିବାକୁ ଗଲେ, ନୂତନ Harrier EVରେ ନୂତନ 19-ଇଞ୍ଚ ଏରୋ-ଅପ୍ଟିମାଇଜଡ୍ ଆଲୟ ଚକ ଏବଂ ସମ୍ମୁଖ ଦ୍ବାରରେ 'EV' ବ୍ୟାଜିଂ ଦିଆଯାଇଛି ଏବଂ ପଛ ପାର୍ଶ୍ବରେ, ଟେଲଗେଟରେ 'Herrier EV' ବ୍ୟାଜିଂ ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ ନାହିଁ । ଆକାର ଦୃଷ୍ଟିରୁ, ନୂତନ Harrier EV ଷ୍ଟାଣ୍ଡାର୍ଡ Harrier ଅପେକ୍ଷା 2ମିମି ଲମ୍ବା, 210ମିମି ଚଉଡା ଏବଂ 22ମିମି ଉଚ୍ଚ, ଯଦିଓ ଏହାର ହ୍ବିଲବେସ୍ 2741 ମିମିରେ ସମାନ ରହିଛି ।

Tata Harrier EV: ଏକ୍ସଟିରିଅର ଓ ଫିଚର୍ସ

ଏହାର ଭିତର ପାର୍ଶ୍ବ ବିଷୟରେ କହିଲେ, ନୂଆ Harrier EV ମଧ୍ୟ ଏହାର ICE-ପାୱାର୍ଡ ସମକକ୍ଷଠାରୁ ବହୁତ ଭିନ୍ନ । ଏଥିରେ ଥିବା 14.53-ଇଞ୍ଚ ଇନଫୋଟେନମେଣ୍ଟ ସ୍କ୍ରିନ ଦୁନିଆର ପ୍ରଥମ ସାମସଙ୍ଗ ନିୟୋ QLED ଡିସପ୍ଲେ ସହିତ ଆସିଛି, ଯାହାକି ଉନ୍ନତ ଇମେଜ କ୍ବାଲିଟି ପ୍ରଦାନ କରେ । ସ୍କ୍ରିନର ଡାହାଣ ପାର୍ଶ୍ବରେ ଏକ ଡିଜିଟାଲ ଡ୍ରାଇଭର ଡିସପ୍ଲେ ଦିଆଯାଇଛି ଓ ଏହାର ସାମ୍ନାରେ ଏକ 4-ସ୍ପୋକ୍‌ ଷ୍ଟିଅରିଂ ହ୍ବିଲ୍‌ ଲଗାଯାଇଛି ଯାହା ଉପରେ ଟାଟାର ଲୋଗୋ ଅଛି । ଏଥିରେ 502 ଲିଟର ବୁଟ୍‌ ସ୍ପେଶ୍‌ ରହିଛି ।

Tata Harrier EV: ଫିଚର୍ସ

ଏଥିରେ ଏକ ଟଚ୍-ଆଧାରିତ HVAC କଣ୍ଟ୍ରୋଲ୍ ପ୍ୟାନେଲ୍ ଅଛି ଏବଂ ସେଣ୍ଟର କନସୋଲ୍ ତଳକୁ ଗଲେ ଏକ ରୋଟାରୀ ଡ୍ରାଇଭ୍ ମୋଡ୍ ସିଲେକ୍ଟର ଏବଂ ଇଲେକଟ୍ରୋନିକ୍ ପାର୍କିଂ ବ୍ରେକ୍ ଅଛି । ସେହିପରି ଏଥିରେ ଏକ ପାନୋରାମିକ୍ ସନରୁଫ୍, ଆମ୍ବିଏଣ୍ଟ ଲାଇଟିଂ, ଭେଣ୍ଟିଲେଟେଡ୍ ଏବଂ ପାୱାରଡ୍ ଫ୍ରଣ୍ଟ୍ ସିଟ୍, ଡଲବି ଅଟୋମସ୍ 5.1 ସହିତ 10-ସ୍ପିକର୍ JBL ସାଉଣ୍ଡ ସିଷ୍ଟମ୍, ଭେଇକିଲ-ଟୁ-ହ୍ବିଲ୍‌ (V2L) ଏବଂ ଭେଇକିଲ-ଟୁ-ଭେଇକିଲ (V2V) ଫଙ୍କସନ୍, ଇନଫୋଟେନମେଣ୍ଟ ସିଷ୍ଟମ୍ ପାଇଁ ଓଭର-ଦି-ଏୟାର (OTA) ଅପଡେଟ୍, କନେକ୍ଟେଡ୍‌ କାର୍ ପ୍ରଯୁକ୍ତିବିଦ୍ୟା, 4ଟି ଡ୍ରାଇଭ୍ ମୋଡ୍, ଅଲ୍-ଡିଜିଟାଲ୍ ଇନସାଇଡ୍ ରିଅର୍ଭ୍ୟୁ ମିରର୍, ଅଟୋ ପାର୍କ ଆସିଷ୍ଟ୍, 6ଟି ଟେରେନ୍ ମୋଡ୍ ଭଳି ଫିଚର ରହିଛି ।

Tata Harrier EV
Tata Harrier EVର ଇଣ୍ଟିରିଅର (Image Credits: Tata Motors)

ଏହା ବ୍ୟତୀତ, ଏଥିରେ 540-ଡିଗ୍ରୀ ସରାଉଣ୍ଡ୍ କ୍ୟାମେରା ଭ୍ୟୁ ମଧ୍ୟ ରହିଛି, ଯଦି ଚକ ଫୁଟପାଥ୍ ପାଖରେ ଆସେ ତେବେ ଡ୍ରାଇଭରଙ୍କୁ ସତର୍କ କରିପାରିବ । ଏକ ନୂତନ DrivePay ଫିଚର ମଧ୍ୟ ଦିଆଯାଇଛି ଯାହାକି Fastag ଏବଂ EV ଚାର୍ଜିଂ ପଏଣ୍ଟ ପେମେଣ୍ଟ ପାଇଁ ମୋବାଇଲ୍ ଡିଭାଇସ୍ ଆବଶ୍ୟକତାକୁ ଦୂର କରିଥାଏ । କମ୍ପାନୀ ଦାବି କରିଛି ଯେ ଏହି କାରରେ ସମସ୍ତ ଜରୁରୀ ସୁରକ୍ଷା ଫିଚର ବ୍ୟତୀତ, ଲେବଲ୍ 2 ADAS ଅଛି ଯାହା ଭାରତୀୟ ରାସ୍ତା ପରିସ୍ଥିତି ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ କରାଯାଇଛି ।

Tata Harrier EV: ବ୍ୟାଟେରୀ ଓ ରେଞ୍ଜ

ହାରିଅର ଇଭି ହେଉଛି କମ୍ପାନୀର Acti.ev ପ୍ଲାଟଫର୍ମର ଏକ ଅପଗ୍ରେଡେଡ୍ ଭର୍ସନ, ଯାହାକୁ ଗତ ବର୍ଷ Tata Punch EV ସହିତ ଲଞ୍ଚ କରାଯାଇଥିଲା ଏବଂ Tata Curvv EVରେ ମଧ୍ୟ ବ୍ୟବହୃତ ହୋଇଛି । ହାରିଅର ଇଭିର ଏଣ୍ଟ୍ରି-ଲେଭଲ୍ ଟ୍ରିମ୍ସ 65kWh ବ୍ୟାଟେରୀ ପ୍ୟାକ୍ ସହିତ ଆସିଥାଏ, ଯାହା ପଛ ଏକ୍ସଲରେ ଏକ ମୋଟରକୁ ଶକ୍ତି ପ୍ରଦାନ କରେ । ଏହାର ଉଚ୍ଚ ଟ୍ରିମ୍‌ରେ 75kWh LFP ବ୍ୟାଟେରୀ ଏବଂ ଡୁଆଲ୍ ମୋଟର ସେଟଅପ୍ ଦିଆଯାଇଛି । ଏହି ଉଭୟ ମୋଟର 287 ବିଏଚପି ପାୱାର ଏବଂ 504 ଏନଏମ ଟର୍କ ସୃଷ୍ଟି କରେ ।

ରେଞ୍ଜ ବିଷୟରେ କହିବାକୁ ଗଲେ, MIDC ଅନୁଯାୟୀ Harrier EVର 75kWh ଭାରିଏଣ୍ଟ ଗୋଟିଏ ଥର ଚାର୍ଜରେ 627 କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ । ଚାର୍ଜିଂ ବିଷୟରେ କହିବାକୁ ଗଲେ, 7.2kW AC ଚାର୍ଜର ସହିତ, Tata Harrier EVକୁ 10.7 ଘଣ୍ଟାରେ 10-100% ଚାର୍ଜ କରାଯାଇପାରିବ, ଯେତେବେଳେ 120kW DC ଫାଷ୍ଟ ଚାର୍ଜର ସହିତ ଇଲେକଟ୍ରିକ୍ SUVର ବ୍ୟାଟେରୀ 25 ମିନିଟରେ 20-80% ଚାର୍ଜ ହୋଇପାରେ ।

Tata Harrier EV
Tata Harrier EVର ସାଇଡ୍‌ ପ୍ରୋଫାଇଲ୍‌ (Image Credits: Tata Motors)

Tata Harrier EV: ଦାମ ଓ ପ୍ରତିଦ୍ବନ୍ଦ୍ବୀ

Harrier EVର ବେସ୍‌ ରିଅର-ହ୍ବିଲ୍‌ ଡ୍ରାଇଭ 65kWh ଭାରିଏଣ୍ଟର ମୂଲ୍ୟ 21.49 ଲକ୍ଷ ଟଙ୍କା (ଏକ୍ସଶୋରୁମ୍) ରଖାଯାଇଛି, ଯଦିଓ ମଡେଲର ଅନ୍ୟ ଅଂଶର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଏହି ମୂଲ୍ୟରେ Harrier EV ସିଧାସଳଖ ଭାରତୀୟ ବଜାରରେ ମହିନ୍ଦ୍ରାର ନୂଆ EV ଯୋଡି - Mahindra XEV 9e ଏବଂ Mahindra BE6 ସହିତ Hyundai Creta Electric ଏବଂ ଆଗାମୀ Maruti Suzuki e-Vitara ସହିତ ପ୍ରତିଯୋଗିତା କରିବ ।

ଏହା ବି ପଢନ୍ତୁ: ଦେଶ ସାରା ସ୍ଥାପନ ହେବ ଇଭି ଚାର୍ଜିଂ ଷ୍ଟେସନ; ପିଏମ ଇ-ଡ୍ରାଇଭ ଯୋଜନା ପାଇଁ 2000 କୋଟି ଆବଣ୍ଟିତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.