ETV Bharat / technology

ଲଞ୍ଚ ହେଲା Tata Curvv ଓ Curvv EVର ଡାର୍କ ଏଡିସନ୍‌; ମିଳିବ ଦମଦାର ଫିଚର - TATA CURVV DARK EDITION LAUNCHED

ଟାଟା ମୋଟର୍ସ ନିଜର Tata Curvv ଓ Curvv EVର ଡାର୍କ ଏଡିସନକୁ ଲଞ୍ଚ କରିଛି । ଏହି ଏଡିସନ ଟପ୍‌ ସ୍ପେକ୍‌ ଭାରିଏଣ୍ଟରେ ଉପଲବ୍ଧ । ଅଧିକ ପଢନ୍ତୁ

Tata Curvv Dark Edition
Tata Curvv Dark Edition (Image Credit: Tata Motors)
author img

By ETV Bharat Tech Team

Published : April 14, 2025 at 3:18 PM IST

2 Min Read

ହାଇଦ୍ରାବାଦ: ଭାରତୀୟ ବଜାରରେ ଟାଟା ମୋଟର୍ସର କୁପ୍ ଏସୟୁଭି Tata Curvvର ଡାର୍କ ଏଡିସନ୍‌ ଲଞ୍ଚ ହୋଇଛି । କମ୍ପାନୀ ଏହାର ପୋର୍ଟଫୋଲିଓରେ ଟାଟା ସଫାରି, ନେକ୍ସନ୍ ଏବଂ ହ୍ୟାରିଅର୍ ଏସୟୁଭିର ଡାର୍କ ଏଡିସନକୁ ବିକ୍ରି କରିସାରିଛି । ଏହାସହିତ କମ୍ପାନୀ Tata Curvv EVର ସ୍ବତନ୍ତ୍ର ଡାର୍କ ଏଡିସନକୁ ଲଞ୍ଚ କରିଛି । କାହାର ଦାମ କେତେ ଓ କଣ ନୂଆ ଫିଚର ମିଳୁଛି ବିସ୍ତୃତ ଭାବରେ ଜାଣିବା ।

Tata Curvv Dark Edition: ଏକ୍ସଟିରିଅର

Curvvର ଡାର୍କ ଏଡିସନର ଏକ ନୂତନ କାର୍ବନ ବ୍ଲାକ୍‌ ରଙ୍ଗରେ ଫିନିଶ୍‌ କରାଯାଇଛି । ଏହି ପେଣ୍ଟ୍ ଫିନିଶ୍ ବ୍ୟତୀତ କାରର ବମ୍ପର, ଗ୍ରୀଲ୍ ଏବଂ 18 ଇଞ୍ଚର ଆଲଏ ଚକକୁ ମଧ୍ୟ ଏକ କଳା ରଙ୍ଗର ସେଡ୍‌ ଦିଆଯାଇଛି । କର୍ଭ କୁପ୍ ଏସୟୁଭି ଆଗ ଏବଂ ପଛରେ ପୂର୍ଣ୍ଣ ଓସାରର ଏଲଇଡି ଲାଇଟ୍ ବାର୍ ଏବଂ ହ୍ବିଲ୍‌ ଆର୍ଚରେ ଚମକିଥିବା କଳା ରଙ୍ଗର କ୍ଲାଡିଂ ସହିତ ଆସିଥାଏ ।

Tata Curvv Dark Edition
Tata Curvv Dark Edition (Image Credit: Tata Motors)

Tata Curvv Dark Edition: ଇଣ୍ଟିରିଅର

ଏହାର ଭିତର ବା କ୍ୟାବିନ୍‌ ବିଷୟରେ କହିବାକୁ ଗଲେ ଭିତର ଭାଗ ଲେଦରର ରହିଛି । ଏହାସହ ଏଥିରେ ସେଣ୍ଟର କନସୋଲ୍‌, ରୁଫ୍‌ ଲାଇନରରେ ବ୍ଲାକ୍‌ ଥିମ୍‌ର ବ୍ୟବହାର କରାଯାଇଛି । ଏହାବ୍ୟତୀତ ଏଥିରେ 9-ସ୍ପିକର୍‌ର JBL ସାଉଣ୍ଡ ସିଷ୍ଟମ, ୱେୟାରଲେସ୍‌ ଚାର୍ଜର, ପେନାରୋମିକ୍‌ ସନରୁଫ୍‌, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟି ସିଟ୍ସ, ରିକ୍ଲାଇନିଂ ରିଅର ସିଟ୍‌ ପରି ଫିଚର ଦିଆଯାଇଛି । ଏହାବ୍ୟତୀତ କାରରେ ଏୟାର ପ୍ୟୁରିଫାୟର, ସମସ୍ତ ଚକ ଲାଗି ଡିସ୍କ ବ୍ରେକ୍‌ ଓ 6ଟି ଏୟାରବ୍ୟାଗ୍‌ ଫିଚର ଦିଆଯାଇଛି ।

କମ୍ପାନୀ ଏହି କାରର ଡ୍ୟାସବୋର୍ଡରେ 12.3 ଇଞ୍ଚର ଟଚସ୍କ୍ରିନ୍‌କୁ ଲଗାଇ ଦେଇଥାଏ, ଯାହାକି ଆମାଜନ ଆଲେକ୍ସାକୁ ବି ସପୋର୍ଟ କରିଥାଏ । ଏହାସହିତ କାରରେ ADAS ସୁଟ୍‌ ଓ ଜେସ୍ଚର କଣ୍ଟ୍ରୋଲ ଟେଲଗେଟ୍‌ ଫିଚରକୁ କମ୍ପାନୀ TaTa Curvvର ଆକମ୍ପଲିସଡ୍‌+ A ଭାରିଏଣ୍ଟ ସହିତ ଉପଲବ୍ଧ କରାଇଛି ।

Tata Curvv Dark Edition: ଦାମ

Tata Curvvର ଭାରିଏଣ୍ଟଷ୍ଟାଣ୍ଡାର୍ଡ Curvvର ଦାମCurvvର ଡାର୍କ ଏଡିସନ୍‌ର ଦାମକେତେ ଟଙ୍କା ମହଙ୍ଗା
Accomplished S turbo-petrol-manual16.17 ଲକ୍ଷ ଟଙ୍କା16.49 ଲକ୍ଷ ଟଙ୍କା₹32,000
Accomplished S diesel-manual16.37 ଲକ୍ଷ ଟଙ୍କା16.69 ଲକ୍ଷ ଟଙ୍କା₹32,000
Accomplished S turbo-petrol-automatic17.67 ଲକ୍ଷ ଟଙ୍କା17.99 ଲକ୍ଷ ଟଙ୍କା₹32,000
Accomplished Plus A turbo-petrol-manual17.67 ଲକ୍ଷ ଟଙ୍କା17.99 ଲକ୍ଷ ଟଙ୍କା₹32,000
Accomplished Plus A diesel-manual17.70 ଲକ୍ଷ ଟଙ୍କା18.02 ଲକ୍ଷ ଟଙ୍କା₹32,000
Accomplished S diesel-automatic17.87 ଲକ୍ଷ ଟଙ୍କା18.19 ଲକ୍ଷ ଟଙ୍କା₹32,000
Accomplished Plus A turbo-petrol-automatic19.17 ଲକ୍ଷ ଟଙ୍କା19.49 ଲକ୍ଷ ଟଙ୍କା₹32,000
Accomplished Plus A diesel-automatic19.20 ଲକ୍ଷ ଟଙ୍କା19.52 ଲକ୍ଷ ଟଙ୍କା₹32,000

Tata Curvv Dark Edition: ପାୱାରଟ୍ରେନ୍‌

ଡାର୍କ ଏଡିସନ୍‌କୁ Tata Curvvର ରେଞ୍ଜ-ଟପିଂ ଆକମ୍ପ୍ଲିସଡ୍‌ ଟ୍ରିମରେ କମ୍ପାନୀ ଉପଲବ୍ଧ କରାଇଛି । ଏଥିରେ 1.2 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ଯାହାକି 123ବିଏଚପି ପାୱାର ଓ 225ଏନଏମ ଟର୍କ ଉତ୍ପନ୍ନ କରିଥାଏ । ଏହାବ୍ୟତୀତ ଏଥିରେ 1.5 ଲିଟର ଡିଜେଲ ଇଞ୍ଜିନ ମଧ୍ୟ ଦିଆଯାଇଛି ଯାହାକି 118ବିଏଚପି ପାୱାର ଓ 260ଏନଏମ ଟର୍କ ଉତ୍ପନ୍ନ କରିଥାଏ । ଉଭୟ ଇଞ୍ଜିନ 6-ସ୍ପିଡ୍‌ ମାନୁଆଲ୍‌ ବା 7-ସ୍ପିଡ୍‌ ଡୁଆଲ-କ୍ଲଚ୍‌ ଅଟୋମେଟିକ୍‌ ଟ୍ରାନ୍ସମିସନ ସହିତ ଯୋଡ଼ାଯାଇଛି ।

Tata Curvv EVର ବି ଡାର୍କ ଏଡିସନ ଲଞ୍ଚ୍‌

କମ୍ପାନୀ ଟାଟା କର୍ଭ ଇଭିକୁ ମଧ୍ୟ ଏକ ସ୍ବତନ୍ତ୍ର ଡାର୍କ ଏଡିସନ୍‌ ସହିତ ଲଞ୍ଚ କରିଥିବାବେଳେ ଏଥିରେ ସମାନ କଳା ରଙ୍ଗର ଷ୍ଟାଇଲିଂ କରାଯାଇଛି । କମ୍ପାନୀ ଏହି ଡାର୍କ ଏଡିସନକୁ ଟପ୍-ସ୍ପେକ୍ Empowered Plus ଭାରିଏଣ୍ଟ ସହିତ ବଜାରକୁ ଆଣିଛି । ଏହାର ସ୍ବତନ୍ତ୍ର ସଂସ୍କରଣ 22.24 ଲକ୍ଷ ଟଙ୍କାରେ ଲଞ୍ଚ କରାଯାଇଛି, ଯାହା ଏହାର ଷ୍ଟାଣ୍ଡାର୍ଡ ଭାରିଏଣ୍ଟ (ମୂଲ୍ୟ 21.99 ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍) ଅପେକ୍ଷା 25,000 ଟଙ୍କା ଅଧିକ ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା Tata Nexonର iCNG Dark ଏଡିସନ; ଦାମ କେତେ ଜାଣନ୍ତୁ
  2. ମାରୁତି ସୁଜୁକି WagonR କାରରେ ବଡ଼ ଅପଡେଟ୍‌; ପୂର୍ବାପେକ୍ଷା ହେଲା ଅଧିକ ସୁରକ୍ଷିତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.