ETV Bharat / technology

2025 ପ୍ରଥମ ତ୍ରୟମାସରେ ବିଶ୍ବ ସ୍ମାର୍ଟଫୋନ ବଜାରରେ ସବୁଠୁ ଆଗରେ ସାମସଙ୍ଗ - GLOBAL SMARTPHONE MARKET RANKING

2025ର ପ୍ରଥମ ତ୍ରୟମାସରେ ସାମସଙ୍ଗ ବିଶ୍ବ ସ୍ମାର୍ଟଫୋନ ବଜାରରେ ସବୁଠୁ ଆଗରେ ରହିଛି । ପଛରେ ପଡ଼ିଲେ ଆପଲ୍‌, ସାଓମି । ଅଧିକ ପଢନ୍ତୁ

Samsung led the global smartphone market in Q1 2025
Samsung led the global smartphone market in Q1 2025 (ETV Bharat)
author img

By ETV Bharat Tech Team

Published : April 15, 2025 at 1:53 PM IST

1 Min Read

ହାଇଦ୍ରାବାଦ: ଚଳିତ ବର୍ଷ 2025ରେ ପ୍ରଥମ ତ୍ରୟ ମାସ (Q1)ରେ ବିଶ୍ବ ସ୍ମାର୍ଟଫୋନ ବଜାର 1% ବୃଦ୍ଧି ପାଇଛି । କାନାଲିସ୍‌ (Canalys)ର ଲାଟେଷ୍ଟ ରିସର୍ଚ୍ଚ ଅନୁସାରେ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ(Samsung) ସମସ୍ତଙ୍କୁ ପଛରେ ପକାଇ 20 ପ୍ରତିଶତ ମାର୍କେଟ ସେୟାର ସହ 2025ର ପ୍ରଥମ ତ୍ରୟମାସରେ ବିଶ୍ବ ସ୍ମାର୍ଟଫୋନ ବଜାରରେ ମାର୍କେଟ୍‌ ଲିଡର୍‌ ସାଜିଛି । ଏହା ପଛକୁ ବିଶ୍ବର ଅନ୍ୟତମ ପ୍ରମୁଖ କମ୍ପାନୀ ଆପଲ୍‌ 18 ପ୍ରତିଶତ ସେୟାର ସହ ଦ୍ବିତୀୟ ସ୍ଥାନରେ ରହିଛି ।

କାନାଲିସ୍‌ର ଗବେଷଣା ପରିଚାଳକ ଆମ୍ବର ଲିଉଙ୍କ ଅନୁଯାୟୀ, Q1 2025 ସ୍ମାର୍ଟଫୋନ ବଜାର ପାଇଁ ଆଶା କରାଯାଉଥିବାଠାରୁ ଅଧିକ ଅସ୍ଥିର ପ୍ରମାଣିତ ହୋଇଛି । ଲିୟୁ ଆହୁରି ମଧ୍ୟ କହିଛନ୍ତି ଯେ 2025 ମସିହାରେ ବିଶ୍ବ ବାଣିଜ୍ୟିକ ତିକ୍ତତା ବୃଦ୍ଧି ପାଇବା ପରେ ସ୍ମାର୍ଟଫୋନ ବିକ୍ରେତାଙ୍କ ପାଇଁ ନୂଆ ଅନିଶ୍ଚିତତା ସୃଷ୍ଟି ହେଉଛି କାରଣ ଆପଲ୍, ସାମସଙ୍ଗ ଏବଂ ଲେନୋଭୋ ଭଳି କମ୍ପାନୀଗୁଡିକ ଆମେରିକାରେ ଦୁର୍ବଳ ଘରୋଇ ଚାହିଦା ସହିତ ମୁକାବିଲା କରୁଛନ୍ତି ।

କାନାଲିସର ବରିଷ୍ଠ ବିଶ୍ଳେଷକ ସାନ୍ୟାମ୍‌ ଚୌରାସିଆ କହିଛନ୍ତି ଯେ ବିଶ୍ବବ୍ୟାପୀ ଅର୍ଥନୀତିରେ ଆହ୍ବାନ ଗ୍ରାହକଙ୍କୁ ଅଧିକ ସତର୍କ କରାଇ ଦେଇଛି, ଯାହାଦ୍ବାରା 2025ର ପ୍ରଥମ ତ୍ରୟ ମାସରେ ସ୍ବାଭାବିକ ତୁଳନାରେ ବିକ୍ରି ସାମାନ୍ୟ ଧିମା ପଡ଼ିଛି । ମୁସଲିମ ସମ୍ପ୍ରଦାୟିକ ପର୍ବ ରମଜାନ‌୍‌ ଭଳି ପ୍ରମୁଖ ବଜାରରେ ମଧ୍ୟ ସ୍ମାର୍ଟଫୋନ ବିକ୍ରି ଆଶାଠାରୁ କମ ଚାହିଦା ଦେଖିବାକୁ ମିଳିଛି ।

ମାର୍କେଟ ସେୟାରରେ ବିଶ୍ବର ସର୍ବଶ୍ରେଷ୍ଠ ସ୍ମାର୍ଟଫୋନ କମ୍ପାନୀ

ପୂର୍ବରୁ କହିଛୁ ଯେ ଚଳିତ ବର୍ଷ ପ୍ରଥମ ତ୍ରୟମାସରେ ସାମସଙ୍ଗ ସବୁଠୁ ଆଗରେ ରହିଛି । ଗତବର୍ଷ 2024ର ପ୍ରଥମ ତ୍ରୟମାସରେ ମଧ୍ୟ ଏହି ଦକ୍ଷିଣ କୋରିଆ କମ୍ପାନୀ ମାର୍କେଟ ଲିଡର୍‌ ରହିଥିଲା । ଏହାର ଅର୍ଥ ଦୁଇ ବର୍ଷର ସମାନ ସମୟ ଅବଧି ମଧ୍ୟରେ କମ୍ପାନୀ କୌଣସି ଅଭିବୃଦ୍ଧି କରିନି କି କ୍ଷତି ମଧ୍ୟ ସହିନି । ସେପଟେ ଆମେରିକାର ଜାଏଣ୍ଟ ଟେକ୍‌ କମ୍ପାନୀ ଆପଲ୍‌ 2025 ପ୍ରଥମ ତ୍ରୟ ମାସରେ 2% ଅଭିବୃଦ୍ଧି ହାସଲ କରିଥିବାବେଳେ ବିଶ୍ବ ସ୍ମାର୍ଟଫୋନ ବଜାରରେ ଦ୍ବିତୀୟ ସ୍ଥାନରେ ରହିଛି ।

କମ୍ପାନୀQ1 2025 ମାର୍କେଟ ସେୟାରQ1 2024 ମାର୍କେଟ ସେୟାର
ସାମସଙ୍ଗ20%20%
ଆପଲ୍‌18%16%
ସାଓମି14%14%
ଭିଭୋ8%7%
ଓପୋ8%8%
ଅନ୍ୟ32%34%

ଅନ୍ୟପଟେ ଚାଇନିଜ କମ୍ପାନୀ ସାଓମି ଏହି ତାଲିକାରେ 14% ମାର୍କେଟ ସେୟାର ସହିତ ତୃତୀୟ ସ୍ଥାନରେ ରହିଛି । ଏହି ଚାଇନିଜ କମ୍ପାନୀ 2024 ପ୍ରଥମ ତ୍ରୟ ମାସରେ ମଧ୍ୟ ସମାନ ମାର୍କେଟ ସେୟାର ସହିତ ସମାନ ସ୍ଥାନରେ ରହିଥିଲା । ସେହିପରି Vivo ଓ Oppo ପରି କମ୍ପାନୀ 8% ମାର୍କେଟ ସେୟାର ସହିତ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଓପୋ କୌଣସି ଅଭିବୃଦ୍ଧି ହାସଲ କରିନଥିବାବେଳେ ଭିଭୋ 1% ଅଭିବୃଦ୍ଧି ହାସଲ କରିଛି ।

ଏହା ବି ପଢନ୍ତୁ
  1. 5% ବଢିଲା ଭାରତୀୟ ସ୍ମାର୍ଟଫୋନ ସେଲ୍‌; ସେଗମେଣ୍ଟରେ ସବୁଠୁ ଆଗରେ Vivo
  2. ଏପ୍ରିଲ 21ରେ ଲଞ୍ଚ ହେବାକୁ ଯାଉଛି Oppo K13; ମିଳିବ 7000mAhର ବଡ଼ ବ୍ୟାଟେରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.