ହାଇଦ୍ରାବାଦ: ଭାରତୀୟ ବଜାରରେ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ନିଜର ଗାଲାକ୍ସି M-ସିରିଜରେ ଏକ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏପ୍ରିଲ 17 ତାରିଖରେ କମ୍ପାନୀ 'Galaxy M56 5G' ଲଞ୍ଚ କରିବା ନେଇ ଘୋଷଣା କରିଛି । ଏହା ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ବିକ୍ରି ଲାଗି ଉପଲବ୍ଧ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । କମ୍ପାନୀ ଭାରତୀୟ ବଜାରରେ ଏହାକୁ Galaxy M55 5Gର ସଫଳତା ପୂର୍ବକ ଲଞ୍ଚ କରିବାକୁ ଯାଉଛି ।
ଆସନ୍ତା ସପ୍ତାହରେ ଲଞ୍ଚ ହେବ Galaxy M56 5G
- ଭାରତୀୟ ବଜାରରେ ଗାଲାକ୍ସି ଏମ56 5ଜି ସ୍ମାର୍ଟଫୋନ ଏପ୍ରିଲ 17ରେ ଲଞ୍ଚ ହେବ ।
- ଆମାଜନ ମାଇକ୍ରୋସାଇଟ୍ ଅନୁସାରେ ଏହି ଫୋନର ପଛରେ ଔଷଧ ବଟିକା ପରି କ୍ୟାମେରା ଆକାର ରହିବ ।
- ଫୋନଟି 7.22ମିମି ମୋଟେଇ ଏବଂ ଓଜନ 180 ଗ୍ରାମ ରହିବ ।
- କ୍ୟାମେରା କଥା କହିଲେ ଫୋନରେ 50MP OIS ମେନ୍ ସେନ୍ସର, 8MP ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ ଓ 2MP ମାଇକ୍ରୋ ୟୁନିଟ୍ ରହିବ ।
- ସେଲ୍ଫି ଲାଗି ଏଥିରେ 12MP କ୍ୟାମେରା ରହିବ । ଏହାର ପୂର୍ବ ହ୍ୟାଣ୍ଡସେଟ୍ରେ 50MPର ସେଲ୍ଫି କ୍ୟାମେରା ରହିଥିଲା ।
- ସୁରକ୍ଷା ଲାଗି ଫୋନରେ କର୍ଣ୍ଣିଂ ଗରିଲା ଗ୍ଲାସ ଭିକ୍ଟସ ପ୍ରୋଟେକ୍ସନ ରହିଥିବାବେଳେ ବ୍ୟାକ୍ ପ୍ୟାନେଲ 4x ସ୍କ୍ରାଚ୍ ପ୍ରତିବନ୍ଧକ ସହ ଆସିଛି ।
- କମ୍ପାନୀର ଦାବି ଅନୁସାରେ ଫୋନଟି 2ମିଟର ଉପରୁ ପଡ଼ିଲେ ମଧ୍ୟ ଭାଙ୍ଗିବ ନାହିଁ ।
- ଏହି ଫୋନରେ sAMOLED ଡିସପ୍ଲେ ଓ ପତଳା ବେଜେଲ୍ସ ସହ ଆସିବ ।
- ଫଟୋଗ୍ରାଫି ଲାଗି ଫୋନଟି ଅତ୍ୟାଧୁନିକ ଫିଚର ସହିତ ଆସିଛି । ଏଥିରେ ନାଇଟ୍ ଫଟୋଗ୍ରାଫି କରିପାରିବେ ବ୍ୟବହାରକାରୀ ।
- AI ଫିଚର ସମ୍ପର୍କରେ କହିବାକୁ ଗଲେ ଫୋନରେ ଏଆଇ ଫିଚର ଯେପରିକି ଅବଜେକ୍ଟ ଇରେଜର୍, ଇମେଜ୍ କ୍ଲିପର୍, ଏଡିଟ୍ ପରାମର୍ଶ ଆଦି ରହିଛି ।
- ଗିକ୍ବେଞ୍ଚ ଲିଷ୍ଟିଂ ଅନୁସାରେ ଫୋନଟି 8GB RAM ଓ Exynos 1480 ପ୍ରୋସେସର ସହ ଆସିପାରେ ।
- ସଫ୍ଟୱେର ବିଷୟରେ କହିଲେ ଏହା ଆଣ୍ଡ୍ରଏଡ 15 ଆଧାରିତ oneUI ଦ୍ବାରା ଚାଲିପାରେ ।
ଦାମ କେତେ ରହିବ ?
କମ୍ପାନୀ ଦାବି କରିଛି ଯେ ସାମସଙ୍ଗ ଗାଲାକ୍ସି M56 5G ହେଉଛି ଏହାର ସେଗମେଣ୍ଟରେ ସବୁଠାରୁ ପତଳା ହ୍ୟାଣ୍ଡସେଟ୍ । ମାଇକ୍ରୋସାଇଟରେ ଥିବା ପ୍ରମୋସନାଲ ପୋଷ୍ଟରରେ କୁହାଯାଇଛି ଯେ ଫୋନର ମୂଲ୍ୟ 20,000ଟଙ୍କାରୁ 30,000 ଟଙ୍କା ମଧ୍ୟରେ ହେବ । କହି ରଖୁଛୁ କି, Galaxy M55 5Gର ପ୍ରାରମ୍ଭିକ ଦାମ ଭାରତୀୟ ବଜାରରେ 26,999 ଟଙ୍କା ରହିଥିଲା ।