ହାଇଦ୍ରାବାଦ: ଚାଇନିଜ କମ୍ପାନୀ ରିଅଲମି ଆଜି ଭାରତୀୟ ବଜାରରେ ଆଉ ଦୁଇଟି 5ଜି ସ୍ମାର୍ଟଫୋନ ଲଞ୍ଚ କରିଛି । Narzo 80 Pro ଓ Narzo 80x 5ଜି ସ୍ମାର୍ଟଫୋନ ଦ୍ବୟ ବଜେଟ୍ ଫୋନ ଭାବେ ଉପଲବ୍ଧ ହୋଇଛି । ଏହି ଦୁଇ ସ୍ମାର୍ଟଫୋନରେ ନୂଆ ଚିପସେଟ୍, ବଡ଼ ବ୍ୟାଟେରୀ, ଦ୍ରୁତ ଚାର୍ଜିଂ ସପୋର୍ଟ ସହ ଆସିଛି । ଉଭୟ ଫୋନର ଦାମ 20 ହଜାର ଟଙ୍କା ତଳେ ରହିଛି । ଏହାର ଅର୍ଲି ବାର୍ଡ ସେଲ୍ (Early Bird Sale) ଏପ୍ରିଲ 9 ସନ୍ଧ୍ୟା 6ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବ ।
Catch it first. Flex it first.
— realme narzo India (@realmenarzoIN) April 9, 2025
The #realmeNARZO80x5G drops early for those who move fast, game harder, and stay #ReadyToWin.
Starting from ₹11,999* | Limited Period Sale on 11th Apr, 6 PM – Midnight ⏰
Know More:https://t.co/n3vAbwM2m7: https://t.co/4x3MOLcTxl@amazonIN :… pic.twitter.com/7M4RDyBnBa
realme Narzo 80 Pro, Narzo 80x: ଦାମ ଓ ଉପଲବ୍ଧତା
- ରିଅଲମି ନାର୍ଜୋ 80 ପ୍ରୋର ଦାମ ₹19,999 ଟଙ୍କା ରହିଥିବାବେଳେ Narzo 80x 5ଜି ସ୍ମାର୍ଟଫୋନର ଦାମ ₹13,999 ରହିଛି ।
- ଏହାର ଅର୍ଲି ବାର୍ଡ ସେଲ୍ ଆଜି (ଏପ୍ରିଲ 9) ସନ୍ଧ୍ୟା 6ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ଗ୍ରାହକ ଆମାଜନ ଓ realme.comରେ ଏହାକୁ ଆକର୍ଷଣୀୟ ରିହାତି ସହିତ କିଣିପାରିବେ ।
- ଆଉ ଏକ ଅସୀମିତ ସେଲ୍ ଏପ୍ରିଲ 11 ତାରିଖ ସନ୍ଧ୍ୟା 6ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବ ।
- Realme Narzo 80 Pro ସ୍ମାର୍ଟଫୋନ ଦୁଇଟି କଲର Speed Silver ଓ Racing Greenରେ ଉପଲବ୍ଧ ।
- ସେହିପରି Narzo 80x ସ୍ମାର୍ଟଫୋନ Deep Ocean ଓ Sunlit Gold ରଙ୍ଗରେ ଉପଲବ୍ଧ ।
ଭାରିଏଣ୍ଟ | realme Narzo 80 Pro | realme Narzo 80x |
6GB+128GB | - | ₹13,999 |
8GB+128GB | ₹19,999 | ₹14,999 |
8GB+256GB | ₹21,499 | - |
12GB+256GB | ₹23,499 | - |
Realme Narzo 80 Pro: ସ୍ପେଶିଫିକେସନ
- ଡିସପ୍ଲେ: ରିଅଲମି ନାର୍ଜୋ 80 ଫିଚର 6.77-ଇଞ୍ଚ FHD+ AMOLED ଡିସପ୍ଲେ 120Hz ରିଫ୍ରେସ୍ ରେଟ୍, 180Hz ଟଚ୍ ସାମ୍ପଲିଂ ରେଟ୍. 4500ନିଟ୍ସ ପିକ୍ ବ୍ରାଇଟନେସ୍ ଓ 3840Hz ପିଡବ୍ଲୁଏମ ଡିମିଂ ଟେକ୍ନୋଲୋଜି ।
- ପ୍ରୋସେସର: ଏଥିରେ MediaTek Dimensity 7400 ଚିପସେଟ୍ ରହିଛି । ଫୋନର ମୋଟାମୋଟି କାର୍ଯ୍ୟଦକ୍ଷତା ଲାଗି AnTuTu ସ୍କୋର 780,000 ରହିଛି ।
- କ୍ୟାମେରା: 50MP Sony IMX882 ପ୍ରାଇମେରି କ୍ୟାମେରା, 2MP ମୋନୋକ୍ରୋମ ସେନ୍ସର ଓ ସେଲ୍ଫି ଲାଗି 16MP ଫ୍ରଣ୍ଟ କ୍ୟାମେରା ରହିଛି ।
- ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ realme UI 6.0 ଦ୍ବାରା ଚାଳିତ ।
- ବ୍ୟାଟେରୀ ଓ ଚାର୍ଜିଂ: 80ୱାଟ୍ ଦ୍ରୁତ ଚାର୍ଜିଂ ସପୋର୍ଟ ସହ 6,000mAh ବ୍ୟାଟେରୀ ରହିଛି ।
- ଅନ୍ୟାନ୍ୟ ଫିଚର: 'ସାଇକ୍ଲୋନ' ଭିସି କୁଲିଂ, 90fps BGMI ସପୋର୍ଟ, ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP66/IP68/IP69 ରେଟିଂ, ମିଲିଟାରୀ ଗ୍ରେଡ୍ ଡ୍ରପ୍ ପ୍ରୋଟେକ୍ସିଓ ଓ ଡୁଆଲ ଷ୍ଟେରିଓ ସ୍ପିକର ରହିଛି ।
Get your hands on the #realmeNARZO80Pro5G before the rest.
— realme narzo India (@realmenarzoIN) April 9, 2025
This beast is made for those who chase wins in gaming, style, and speed.
Be the first to grab it during the Early Access Sale Today between 6PM–Midnight.
Starting from ₹ 17,999* with extra exclusive benefits worth… pic.twitter.com/eal2X2O2gH
Realme Narzo 80x: ସ୍ପେଶିଫିକେସନ
- ଡିସପ୍ଲେ: 6.72-ଇଞ୍ଚ FHD+ LCD, 120Hz ରିଫ୍ରେସ୍ ରେଟ୍, 950 ନିଟ୍ସ ପିକ୍ ବ୍ରାଇଟନେସ୍ ଓ 180Hz ଟଚ୍ ସାମ୍ପଲିଂ ରେଟ୍ ।
- ପ୍ରୋସେସର: MediaTek Dimensity 6400 ଚିପସେଟ୍
- କ୍ୟାମେରା: 50MP ପ୍ରାଇମେରି କ୍ୟାମେରା, 2MP ପୋର୍ଟ୍ରେଟ୍ କ୍ୟାମେରା ଓ 8MP ସେଲ୍ଫି କ୍ୟାମେରା ରହିଛି ।
- ବ୍ୟାଟେରୀ ଓ ଚାର୍ଜିଂ: 45ୱାଟ୍ ଦ୍ରୁତ ଚାର୍ଜିଂ ସପୋର୍ଟ ସହ 6,000mAh ବ୍ୟାଟେରୀ ।
- ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ realme UI 6.0
- ଅନ୍ୟାନ୍ୟ ଫିଚର: ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP69 ରେଟିଂ, ମିଲିଟାରୀ ଗ୍ରେଡ୍ ସକ୍ ରେଜିଷ୍ଟାନ୍ସ, 200% ସୁପର ଭଲ୍ୟୁମ ମୋଡ୍ ।
Realme Narzo 80 Pro, Narzo 80x: କଣ ନୂଆ ?
ପୂର୍ବ ମଡେଲ ତିନିକୋଣିଆ ଡିଜାଇନ ସହ ଆସିଥିବାବେଳେ Realme Narzo 80 Pro ସର୍କୁଲାର କ୍ୟାମେରା ମଡ୍ୟୁଲ ଦିଆଯାଇଛି । ଅନ୍ୟପଟେ Narzo 80xରେ ସର୍କୁଲାର କ୍ୟାମେରା ମଡ୍ୟୁଲ ବଦଳରେ ଭୂଲମ୍ବ ଡିଜାଇନ ରହିଛି । ଉଭୟ ଫୋନରେ ନୂଆ ଚିପସେଟ୍ ଓ ବଡ଼ ବ୍ୟାଟେରୀ ଦିଆଯାଇଛି । ଏହା ସହିତ ନୂଆ ନାର୍ଜୋ ଫୋନଗୁଡ଼ିକ ଆଣ୍ଡ୍ରଏଡ 15 ଉପରେ ଆଧାରିତ ।