ETV Bharat / technology

ଏପ୍ରିଲ 23ରେ ଲଞ୍ଚ ହେବ Realme GT 7; ମିଳିବ 7000mAhର ବଡ଼ ବ୍ୟାଟେରୀ ଓ 100W ଫାଷ୍ଟ ଚାର୍ଜିଂ - REALME GT 7 LAUNCH DATE CONFIRMED

ଏପ୍ରିଲ 23ରେ ଲଞ୍ଚ ହେବାକୁ ଯାଉଛି ରିଅଲମିର ଆଉ ଏକ ନୂଆ ସ୍ମାର୍ଟଫୋନ Realme GT 7 । ଯାହାକି ବଡ଼ ବ୍ୟାଟେରୀ 7000mAh ସହ ଆସିବାକୁ ଯାଉଛି । ଅଧିକ ପଢନ୍ତୁ

Realme GT 7 Launch Date Announced
Realme GT 7 Launch Date Announced (Image Credit: Realme)
author img

By ETV Bharat Tech Team

Published : April 14, 2025 at 11:13 AM IST

1 Min Read

ହାଇଦ୍ରାବାଦ: ଚାଇନିଜ କମ୍ପାନୀ ରିଅଲମି ବିଶ୍ବ ଓ ଭାରତୀୟ ବଜାରରେ ଗୋଟିଏ ପରେ ଗୋଟିଏ ସ୍ମାର୍ଟଫୋନ ଲଞ୍ଚ କରୁଛି । କମ୍ପାନୀ ନିକଟରେ Realme GT 7 Pro ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ବେଳେ ପାୱାରଫୁଲ ଚିପସେଟ୍‌ Snapdragon 8 Elite ସହ ଆସିଥିଲା । ଏବେ କମ୍ପାନୀ Realme GT 7 ଫୋନ ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ 7000mAh ବ୍ୟାଟେରୀ ଓ 100ୱାଟ୍‌ ଦ୍ରୁତ ଚାର୍ଜିଂ ସପୋର୍ଟ ମିଳିପାରେ ।

Realme GT 7: ଲଞ୍ଚ ତାରିଖ ଓ ଟାଇମଲାଇନ

ରିଅଲମି ଆନୁଷ୍ଠାନିକ ଭାବରେ ସ୍ମାର୍ଟଫୋନ ଲଞ୍ଚ ତାରିଖ ସ୍ପଷ୍ଟ କରିଛି । ରିଅଲମି ଜିଟି 7 ସ୍ମାର୍ଟଫୋନ (Realme GT 7) ଚୀନରେ 23 ଏପ୍ରିଲ 2025ରେ ଲଞ୍ଚ ହେବାକୁ ଯାଉଛି । କମ୍ପାନୀର ହୋମଟାଉନରେ ଏକ ଇଭେଣ୍ଟ ଅପରାହ୍ନ 4ଟା (ଭାରତୀୟ ସମୟ 1.30ଟା)ରେ ଆରମ୍ଭ ହେବ । ଲଞ୍ଚ ଇଭେଣ୍ଟର ସିଧାପ୍ରସାରଣ କମ୍ପାନୀର ଅଫିସିଆଲ ୱେବସାଇଟ୍‌ରେ ଦେଖିପାରିବେ ।

Realme GT 7: ସମ୍ଭବତଃ ଫିଚର

  • ଡିସପ୍ଲେ: ଏହି ଫୋନର ଡିସପ୍ଲେ ସମ୍ପର୍କରେ କହିଲେ ଏହା 6.78 ଇଞ୍ଚର କର୍ଭଡ OLED+ ଡିସପ୍ଲେ ମିଳିପାରେ ଯେଉଁଥିରେ 120Hz ରିଫ୍ରେସ୍‌ ରେଟ୍‌ ଓ 6500ନିଟ୍ସ ସର୍ବାଧିକ ବ୍ରାଇଟନେସ୍‌ ମିଳିପାରେ ।
  • ପ୍ରୋସେସର: ଏଥିରେ MediaTek 9400+ ଚିପସେଟ୍‌ର ବ୍ୟବହାର କରାଯାଇପାରେ ।
  • ବ୍ୟାଟେରୀ: କମ୍ପାନୀ ଏହି ଫୋନରେ ଦମଦାର ବ୍ୟାଟେରୀ ବ୍ୟବହାର କରିପାରେ, ଯାହାକି 7000mAh ବଡ଼ ବ୍ୟାଟେରୀ ଓ 100ୱାଟ୍‌ ଦ୍ରୁତ ଚାର୍ଜିଂକୁ ସପୋର୍ଟ କରିପାରେ ।
  • କ୍ୟାମେରା: ଏଥିରେ ଟ୍ରିପଲ୍‌ ରିଅର କ୍ୟାମେରା ସେଟଅପ୍‌ ମିଳିପାରେ ଯେଉଁଥିରେ 50MP_50MP+8MP କ୍ୟାମେରା ମିଳିବ । ସେଲ୍ଫି ଲାଗି ଏଥିରେ 16MPର କ୍ୟାମେରା ରହିପାରେ ।
  • ମେମୋରୀ: 12GB RAM ମିଳିପାରେ ଯାହାକି ମଲ୍ଟି ଟାସ୍କିଂ ଅନୁଭବ ପ୍ରଦାନ କରିବ ।
Realme GT 7 Pro
Realme GT 7 Pro (Image Credit: Realme India)

ଭାରତରେ କେବେ ହେବ ଲଞ୍ଚ ?

କମ୍ପାନୀ ଏବେ ଏହି ଫୋନକୁ ପ୍ରଥମେ ଚୀନରେ ହିଁ ଲଞ୍ଚ କରିବ । ଫୋନ କେବେ ଭାରତରେ ଲଞ୍ଚ ହେବ ସେ ସମ୍ପର୍କରେ ସୂଚନା ମିଳିନାହିଁ । ଆଶା କରାୟାଉଛି ଚୀନ ବଜାରରେ ଲଞ୍ଚ ହେବାର କିଛି ଦିନ ମଧ୍ୟରେ ହିଁ ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ । ଏବେ ଭାରତୀୟ ବଜାରରେ Realme GT 7 Pro ବିକ୍ରି ହେଉଛି ।

ଏହା ବି ପଢନ୍ତୁ
  1. ସବୁଠୁ ବଡ଼ ବ୍ୟାଟେରୀ 7300mAh ସହ ଲଞ୍ଚ ହେଲା iQOO Z10; ଦାମ କେତେ ଜାଣନ୍ତୁ
  2. Find X8 ସିରିଜରେ 3ଟି ସ୍ମାର୍ଟଫୋନ ଲଞ୍ଚ କଲା Oppo; ଦାମ ଓ ସ୍ପେଶିଫିକେସନ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.