ହାଇଦ୍ରାବାଦ: ଚାଇନିଜ କମ୍ପାନୀ ପୋକୋ ଭାରତୀୟ ବଜାରରେ ଏହାର ନୂଆ ବଜେଟ୍ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହାର ଦାମ 10ହଜାର ଟଙ୍କା ତଳେ ରହିଛି । ଏହି ବଜେଟ୍ ରେଞ୍ଜରେ ଫୋନରେ ମିଳୁଥିବା କିଛି ଖାସ ଫିଚର ମଧ୍ୟରେ 120Hzର ରିଫ୍ରେସ୍ ରେଟ୍, 6GB ପର୍ଯ୍ୟନ୍ତ RAM ଓ ଡୁଆଲ ଟୋନ୍ ଡିଜାଇନ । ଏହାକୁ ଭାରତୀୟ ବଜାରରେ POCO C61ର ସକ୍ସେସର ଭାବରେ ଲଞ୍ଚ କରାଯାଇଛି । ଏହି ଫୋନରେ ଆଉ କଣ ଖାସ ଜାଣନ୍ତୁ ।
POCO C71: ସ୍ପେଶିଫିକେସନ
- ଡିସପ୍ଲେ: 6.88-ଇଞ୍ଚ HD+ ପ୍ୟାନେଲ ଯେଉଁଥିରେ 120Hz ରିଫ୍ରେସ୍ ରେଟ୍ ଓ 600ନିଟ୍ସ ବ୍ରାଇଟନେସ୍ ରହିଛି । ଏହାକୁ ଓଦା ହାତରେ ଟଚ୍ କଲେ ମଧ୍ୟ ଫୋନଟି ଚାଲିଥାଏ ।
- ପ୍ରୋସେସର: Unisoc T7250 SoC
- କ୍ୟାମେରା: 32MP ପଛ କ୍ୟାମେରା ଓ 8MP ସେଲ୍ଫି କ୍ୟାମେରା
- RAM ଓ ଷ୍ଟୋରେଜ: 6GB RAM ଓ 128GB ଷ୍ଟୋରେଜ (2TB ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରେ)
- ବ୍ୟାଟେରୀ ଓ ଚାର୍ଜିଂ: 5,200mAh ବ୍ୟାଟେରୀ ଓ 15ୱାଟ୍ ଚାର୍ଜିଂ ସପୋର୍ଟ
- ସଫ୍ଟୱେର: Android 15 ଦ୍ବାରା ଚାଳିତ ଯାହାକି 2ବର୍ଷ ପାଇଁ ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଓ 4ବର୍ଷ ପାଇଁ ସଫ୍ଟୱେର ଅପଗ୍ରେଡ୍ ସହ ଆସିଛି ।
- କଲର ଅପସନ: Desert Gold, Cool Blue ଓ Power Black
- ଅନ୍ୟାନ୍ୟ ଫିଚର: ସାଇଡ-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର, 3.5ମିମି ହେଡ୍ଫୋନ ଜ୍ୟାକ୍ ଏବଂ ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP52 ରେଟିଂ ସହ ଆସିଛି ।
Blockbuster Design. Blockbuster Display.
— POCO India (@IndiaPOCO) April 4, 2025
Experience the big-screen thrill with a 120Hz refresh rate and a premium split-grid design✨
First Sale on 8th April on #Flipkart
Know More: https://t.co/S1ofIkqcQF#POCOC71 #TheUltimateBlockbuster pic.twitter.com/LVnBI5Q27R
POCO C71: ଦାମ ଓ ଉପଲବ୍ଧତା
- ଏହି ଫୋନଟି 4GB+64GB ଭାରିଏଣ୍ଟ ଲାଗି ପ୍ରାରମ୍ଭିକ ମୂଲ୍ୟ ₹6,499 ସହ ଆସିଛି ।
- ଏହାର ଟପ୍ ଭାରିଏଣ୍ଟ 6GB+128GBର ଦାମ ₹7,499 ଟଙ୍କା ରହିଛି ।
- ଏହି ଫୋନଟି ସେଲ୍ ଲାଗି ଫ୍ଲିପକାର୍ଟରେ ଏପ୍ରିଲ 8 ତାରିଖରୁ ଉପଲବ୍ଧ ହେବ ।
POCO C71: କଣ ନୂଆ ?
ଭାରତୀୟ ବଜାରରେ ପୋକୋ ସି71 ସ୍ମାର୍ଟଫୋନକୁ ପୋକୋ ସି61ର ସଫଳତା ପୂର୍ବକ ଲଞ୍ଚ କରାଯାଇଛି । ପୂର୍ବ ମଡେଲଠାରୁ C71 ସ୍ମାର୍ଟଫୋନରେ ରିଫ୍ରେସ୍ ଡିଜାଇନ ଓ ଅନେକ ଅପଗ୍ରେଡ୍ ସହ ଆସିଛି । ପୋକୋ ସି61 ସ୍ମାର୍ଟଫୋନରେ ସର୍କୁଲାର (ଗୋଲାକାର) କ୍ୟାମେରା ମଡ୍ୟୁଲ ଥିବାବେଳେ ଏହି ନୂଆ ମଡେଲରେ ଆପଣଙ୍କୁ ଭର୍ଟିକାଲ୍ କ୍ୟାମେରା ସେଟଅପ୍ ମିଳିବ । ନୂଆ ମଡେଲଟି ଉଚ୍ଚ ରିଫ୍ରେସ୍ ରେଟ୍ ଡିସପ୍ଲେ ଓ ସାମାନ୍ୟ ବଡ଼ ସ୍କ୍ରିନ ସହ ଆସିଛି । ଖାଲି ସେତିକି ନୁହେଁ ପୂର୍ବ ମଡେଲ ତୁଳନାରେ ନୂଆ ମଡେଲରେ ଅଧିକ ବ୍ୟାଟେରୀ କ୍ଷମତା ସହ ଆସିଛି । ପୂର୍ବ ମଡେଲରେ 5000mAh ବ୍ୟାଟେରୀ ରହିଥିଲା, ଯାହାକି 10ୱାଟ୍ ଚାର୍ଜିଂକୁ ସପୋର୍ଟ କରୁଥିଲା ।